ଥପ୍ପଡ଼, ମିଶନ ମଙ୍ଗଳ ଓ ବଦଲା ଭଳି ଫିଲ୍ମରେ ନିଖୁଣ ଅଭିନୟ କରିଥିବା ତାପସୀ ପନ୍ନୁ ଏକ ଇଣ୍ଟରଭ୍ୟୁରେ ଖୁଲାସା କରିଛନ୍ତି ଯେ ଗୋଟେ ସମୟରେ ତାଙ୍କୁ ବ୍ୟାଡ୍ ଲକ୍ ଚାର୍ମ ବୋଲି କୁହାଯାଉଥିଲା। ଏହି କାରଣରୁ ପ୍ରଡ୍ୟୁସରମାନେ ତାଙ୍କୁ ନିଜ ଫିଲ୍ମରେ ନେବାକୁ ଡରୁଥିଲେ।
ଏକ ଇଣ୍ଟରଭ୍ୟୁରେ ତାପସୀ କହିଥିଲେ କ୍ୟାରିୟର ଆରମ୍ଭରେ ମୁଁ ଅଜବ ସ୍ଥିତି ଦେଖିଛି। ଏକ ଫିଲ୍ମର ହିରୋଙ୍କ ପତ୍ନୀଙ୍କୁ ମୁଁ ପସନ୍ଦ ନ ଆସିବାରୁ ମୋତେ ଫିଲ୍ମରୁ ବାହାର କରିଦିଆଯାଇଥିଲା। ସେହିପରି ଆଉ ଏକ ଫିଲ୍ମର ଡବିଂ ବେଳେ ମୋତେ କୁହାଗଲା ଯେ ହିରୋଙ୍କୁ ମୋ ଡବିଂ ପସନ୍ଦ ନୁହେଁ। ଏଣୁ ମୋତେ ଫିଲ୍ମରୁ ବାହାର କରି ଦିଆଗଲା। ମୁଁ ଏଥିପାଇଁ ମନା କରିବାରୁ ଫିଲ୍ମ ନିର୍ମାତା ମୋ ଅଜାଣତରେ ଆଉ ଜଣେ ଡବିଂ ଆର୍ଟିଷ୍ଟଙ୍କୁ ଆଣିଲେ ଓ ମୋ ଡାଇଲଗ୍ ବଦଳାଇ ଦେଇଥିଲେ।
ଆଉ ଥରେ ମୋତେ କୁହାଯାଇଥିଲା ଯେ ହିରୋର ପୂର୍ବ ଫିଲ୍ମ ଭଲ ଚାଲିନାହିଁ। ଏଣୁ ଆପଣ ନିଜ ଫିସ୍ କମାନ୍ତୁ। କାରଣ ଆମକୁ ବଜେଟ୍ କଣ୍ଟ୍ରୋଲ କରିବାକୁ ପଡ଼ିବ। ଆଉ କିଚି ହିରୋ ନିଜ ଇନ୍ଟ୍ରୋଡକସନ୍ ସିନ୍ କାଳେ ହାଲ୍କା ହୋଇଯିବ ଭାବି ମୋ ସିନ୍ ଛୋଟ କରି ଦେଇଥିଲେ। ଏଣୁ ଏବେ ମୁଁ କେବଳ ସେହି ଫିଲ୍ମ କରିବି ଯାହାକୁ କରିବା ବେଳେ ମୁଁ ଖୁସି ହେବି। ମୁଁ ଆଉ କାହା ଚାପରେ କୌଣସି କାମ କରୁନାହିଁ ବୋଲି କହିଛନ୍ତି ତାପସୀ। ସୂଚନାଯୋଗ୍ୟ ଯେ ତାପସୀ ଆଗକୁ ରଶ୍ମି ରକେଟ୍, ହସୀନ୍ ଦିଲରୁବା ଓ ଲୁପ ଲପେଟାରେ ନଜର ଆସିବେ।
ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…
କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…
ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…
ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…
ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…
ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…