ଏହି ଭୟଙ୍କର ରୋଗ ସହ ସଂଘର୍ଷ କରୁଛନ୍ତି ତାପସି ପନ୍ନୁ, କହିଲେ ଲକଡାଉନ୍ ସମୟରେ ଡର ଯେ…

ଲକଡାଉନରେ ସମୟରେ ଅଭିନେତ୍ରୀ ତାପସି ପନ୍ନୁ ନିଜ ପରିବାରଠାରୁ ଦୂରରେ ଅଛନ୍ତି । ତାଙ୍କ ବାପା, ମା ଦିଲ୍ଲୀରେ ରହୁଥିବା ବେଳେ ସେ ବର୍ତ୍ତମାନ୍ ମୁମ୍ବାଇରେ ରହୁଛନ୍ତି । ନିକଟରେ ତାପସି ନିଜର ଏକ ଭୟଙ୍କର ରୋଗ ବିଷୟରେ ଖୁଲାସା କରିଛନ୍ତି ଏବଂ ଏହି ଲକ୍ ଡାଉନ୍ ସମୟରେ ସେ କିପରି ଏହି ରୋଗ ସହ ମୁକାବିଲା କରୁଛନ୍ତି ସେ ନେଇ କହିଛନ୍ତି ।

ପରିବାରଠୁ ଦୂରରେ ଆଇଶୋଲେସନରେ ରହି କିପରି ସେ ନିଜର ସମୟ ବିତାଉଛନ୍ତି ପଚାରିବାରୁ ଉତ୍ତରରେ ସେ କହିଥିଲେ ଯେ ଖାଇବା ବନାଇବା, ଘର କାମ କରିବାରେ ସେ ନିଜକୁ ବ୍ୟସ୍ତ ରଖୁଛନ୍ତି । ଯଦିଓ ତାଙ୍କୁ ଖାଇବା ବନାଇବାକୁ ଭଲଲାଗେ ନାହିଁ କିନ୍ତୁ ସେ ନିଜକୁ ବ୍ୟସ୍ତ ରଖିବା ପାଇଁ ବାଧ୍ଯ ହୋଇ ଏପରି କରୁଛନ୍ତି । ନିଜ ରୋଗ ବିଷୟରେ ତାପସି କହିଛନ୍ତି ଯେ ସେ ଓସିଡିରେ ପୀଡିତ । ଅଭିନେତ୍ରୀଙ୍କୁ ଡର ଲାଗେ ଯେ ଅତିଶୀଘ୍ର ତାଙ୍କୁ ସଫା କରିବା ପାଇଁ କିଛି ମିଳିବ ନାହିଁ ତେଣୁ ସେ ଅନ୍ୟ କାମରେ ନିଜକୁ ବ୍ୟସ୍ତ ରଖନ୍ତି ।

କଣ ଏହି ଓସିଡି

ଓସିଡି ଅର୍ଥାତ Obsessive-compulsive disorder ଯାହାକି ଏକ ମାନସିକ ରୋଗ ଅଟେ । ଏହି ରୋଗରେ ପୀଡିତ ଲୋକମାନେ କୌଣସି ଏକ କାମକୁ ବାରମ୍ବାର କରିବା ପାଇଁ ବ୍ୟସ୍ତ ହୋଇ ପଡିଥାନ୍ତି ଏବଂ ଯେପର୍ଯ୍ୟନ୍ତ ତାହା ଶେଷ ନହୋଇଥାଏ ସେପର୍ଯ୍ୟନ୍ତ ସେ ସ୍ଥିର ହୋଇପାରନ୍ତି ନାହିଁ । ଏହି ରୋଗରେ ପୀଡିତ ଥିବା ଲୋକମାନେ କୌଣସି ସାଧାରଣ କଥାକୁ ଆବଶ୍ୟକତା ଠାରୁ ଅଧିକ ଚିନ୍ତା କରିଥାନ୍ତି । ତାପସି ପନ୍ନୁଙ୍କ ବ୍ୟତୀତ ଅଜୟ ଦେୱଗନ, ବିଦ୍ୟା ବାଲାନ୍, ଫରହାନ୍ ଅଖତାର, ସନ୍ନି ଲିଓନ, ପ୍ରିୟଙ୍କା ଚୋପ୍ରା ଓ ରଣବୀର ସିଂ ଭଳି ଅନ୍ୟ ବଲିଉଡ ଷ୍ଟାର୍ ମାନେ ମଧ୍ଯ ଏହି ରୋଗରେ ପୀଡିତ ଅଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.