ନେଟଫ୍ଲିକ୍ସରେ ରିଲିଜ ହୋଇଥିବା ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ପୂର୍ବ ଫିଲ୍ମ ‘ଫିର ଆଇ ହସିନ ଦିଲରୁବା’ ଅନେକ ପ୍ରଶଂସା ଲାଭ କରିଛି । ଫିଲ୍ମ ‘ହସିନ୍ ଦିଲରୁବା’ର ଏହି ସିକ୍ୱେଲକୁ ଲୋକମାନେ ବହୁତ ପସନ୍ଦ କରିଥିଲେ । ଏବେ ତାପସୀ ପନ୍ନୁ ପୁଣି ଥରେ ନେଟଫ୍ଲିକ୍ସରେ ନଜର ଆସିବାକୁ ଯାଉଛନ୍ତି । ଏହି ଫିଲ୍ମରେ ତାପସୀ ପନ୍ନୁ ୯ ବର୍ଷ ପରେ ଦମଦାର ଆକ୍ସନ ଦେଖାଇବାକୁ ଯାଉଛନ୍ତି । ନେଟଫ୍ଲିକ୍ସରେ ଆଗାମୀ ଫିଲ୍ମ ‘ଗାନ୍ଧାରୀ’ରେ ତାପସୀ ପନ୍ନୁଙ୍କୁ ଏକ ଦମଦାର ଚରିତ୍ରରେ ଦେଖିବାକୁ ମିଳିବ ।
ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ‘ଦେବାଶିଷ ମଖିଜା’ । ଏଥିସହ କନିକା ଢିଲ୍ଲୋନ୍ ଏହି ଫିଲ୍ମ ପ୍ରଡ୍ୟୁସ କରିବାକୁ ଯାଉଛନ୍ତି । ଏହାପୂର୍ବରୁ ତାପସୀ ଏବଂ କନିକା ଅନେକ ଫିଲ୍ମରେ ଏକାଠି କାମ କରିଛନ୍ତି । ଏବେ ପୁଣି ଥରେ ଏହି ଆକ୍ଟର-ପ୍ରଡ୍ୟୁସର ଯୋଡି ନିଜ ଜଳୱା ଦେଖାଇବାକୁ ଯାଉଛନ୍ତି । ଆଗାମୀ ଫିଲ୍ମ ସମ୍ବନ୍ଧରେ ଜାରି କରାଯାଇଥିବା ପ୍ରେସ ରିଲିଜରେ କୁହାଯାଇଛି ଯେ ଏହି କାହାଣୀଟି ଏକ ମା ଏବଂ ଶିଶୁର ପ୍ରେମ ଉପରେ କେନ୍ଦ୍ରିତ । ଏହି ଫିଲ୍ମରେ ତାପସୀ ପନ୍ନୁ ମା’ ଭୂମିକାରେ ଅଭିନୟ କରିବେ । ଏହି କାହାଣୀରେ ତାପସୀ ପୁଣି ଆକ୍ସନ୍ ମୋଡ୍ ରେ ନଜର ଆସିବାକୁ ଯାଉଛନ୍ତି ।
ପ୍ରାୟ ୯ ବର୍ଷ ପୂର୍ବେ ‘ବେବି’ ଫିଲ୍ମରେ ତାପସୀ ପନ୍ନୁଙ୍କୁ ଦମଦାର ଆକ୍ସନ୍ ମୁଡ୍ ରେ ଦେଖିବାକୁ ମିଳିଥିଲା । ଏହି ଫିଲ୍ମରେ ତାପସୀ ଖୁବ ସୁନ୍ଦର ଅଭିନୟ କରିଥିଲେ । ବର୍ତ୍ତମାନ ପୁଣି ଥରେ ତାପସୀ ପରଦାରେ ଆକ୍ସନ ପାଇଁ ପ୍ରସ୍ତୁତ । ନିକଟରେ ଏକ ଇଣ୍ଟରଭ୍ଯୁରେ ତାପସୀ କହିଛନ୍ତି, ସେ ୯ ବର୍ଷ ପୂର୍ବେ ଏଭଳି ଆକ୍ସନ ରୋଲ୍ କରିଥିଲେ । ସେ ଏଭଳି ଭୂମିକା ପାଇଁ ବହୁତ ସମୟ ଅପେକ୍ଷା ମଧ୍ୟ କରିଥିଲେ ଯାହା ତାଙ୍କ ପାଇଁ ନୂଆ ଚ୍ୟାଲେଞ୍ଜ ଆଣିବ । ପୂର୍ବରୁ ସେ ଜଣେ ଗୁପ୍ତଚର ଭୂମିକାରେ ଅଭିନୟ କରିଥିଲେ ।
ବର୍ତ୍ତମାନ ଏକ ମା’ ଭୂମିକାରେ ତାଙ୍କ ପାଇଁ ନୂଆ ଚ୍ୟାଲେଞ୍ଜ ଆସିବାକୁ ଯାଉଛି । ଏହି ଫିଲ୍ମରେ ତାପସୀ ପନ୍ନୁ ଜଣେ ମା’ ଭୂମିକାରେ ଅଭିନୟ କରିବେ ଯିଏ ନିଜ ସନ୍ତାନ ପାଇଁ ସମଗ୍ର ବିଶ୍ୱ ସହିତ ଲଢନ୍ତି । ଏହି କାହାଣୀରେ ପ୍ରତିଶୋଧ ମଧ୍ୟ ଦେଖିବାକୁ ମିଳିବ । ଏହି କାରଣରୁ କାହାଣୀଟି ଖୁବ ଆକର୍ଷଣୀୟ ହେବାକୁ ଯାଉଛି । ଏହି ଫିଲ୍ମ ନେଟଫ୍ଲିକ୍ସରେ ରିଲିଜ ହେବ । ତେବେ ରିଲିଜ୍ ଡେଟ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ । ତେବେ ଏହି ବିଷୟରେ ଖୁବ ଶୀଘ୍ର ସୂଚନା ସେୟାର କରାଯିବ ।