ମାଳଦ୍ୱୀପରୁ ଫଟୋ ସେୟାର କଲେ ତାପସୀ ପନ୍ନୁ, କହିଲେ ‘ବାଜୁଛି ଖରାପ ସମୟର ଘଣ୍ଟି’

ତାପସୀ ପନ୍ନୁ ବର୍ତ୍ତମାନ ଭଉଣୀଙ୍କ ସହ ମାଳଦ୍ୱୀପରେ ଛୁଟି ମନାଉଛନ୍ତି। କେବଳ ଏତିକି ନୁହେଁ ତାପସୀ ନିଜ ଫ୍ୟାନ୍ସମାନଙ୍କ ପାଇଁ ମଧ୍ୟ ବାରମ୍ବାର ମାଳଦ୍ୱୀପରୁ ଭିଡିଓ ଏବଂ ଫଟୋ ସେୟାର କରିଛନ୍ତି। ଏସବୁ ମଧ୍ୟରେ ତାପସୀ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ବ୍ଲାକ୍‌ କଲରର ବିକିନି ରେ ନଜର ଆସିଛନ୍ତି। ଏହି ଫଟୋ ସେୟାର କରିବା ସହ ତାପସୀ କ୍ୟାପସନରେ ଲେଖିଛନ୍ତି, ନୂଆ ବର୍ଷର ଆଗମନର ଘଣ୍ଟି ବାଜୁଛି କିନ୍ତୁ ୨୦୨୦କୁ ନେଇ ଯଦି ମତେ କିଏ ପଚାରେ କିପରି ଥିଲା ଚଳିତ ବର୍ଷ ତେବେ ମୁଁ କହିବି ଖରାପ ସମୟର ଘଣ୍ଟି ବାଜିବ। ତାପସୀଙ୍କର ଏହି ପୋଷ୍ଟ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି ଏବଂ ଫ୍ୟାନ୍ସମାନେ ମଧ୍ୟ ଖୁବ୍‌ କମେଣ୍ଟ କରିଛନ୍ତି।

tapassi pannuକାମ କଥା କହିବାକୁ ଗଲେ ତାପସୀ ପନ୍ନୁ କ୍ରିକେଟର ମିତାଲି ରାଜଙ୍କ ବାୟୋପିକ୍‌ ‘ସାବାସ୍‌ ମିଟୁ’, ‘ରଶ୍ମୀ ରକେଟ’ ଏବଂ ‘ହସିନା ଦିଲରୁବା’ରେ ନଜର ଆସିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.