‘ରଶ୍ମୀ ରକେଟ୍’ରେ ନଜର ଆସିବେ ତାପସୀ, ନେଇଛନ୍ତି ଜବରଦସ୍ତି ଟ୍ରେନିଂ

ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁ ତାଙ୍କର ଆଗାମୀ ଫିଲ୍ମ ‘ହସିନ୍ ଦିଲରୁବା’କୁ ନେଇ ଚର୍ଚ୍ଚାରେ ଅଛନ୍ତି । ଏହି ଫିଲ୍ମରେ ତାପସୀଙ୍କ ସହ ବିକ୍ରାନ୍ତ ମାସେ, ହର୍ଷବର୍ଦ୍ଧନ ରାଣେ ଏବଂ ଆଦିତ୍ୟ ଶ୍ରୀବାସ୍ତବ ମଧ୍ୟ ନଜର ଆସିବେ। ଜୁଲାଇ ୨ ରେ ନେଟଫ୍ଲିକ୍ସରେ ରିଲିଜ୍ ହେବ । କିନ୍ତୁ ଏବେ ତାପସୀଙ୍କ ଆଉ ଏକ ଆଗାମୀ ଫିଲ୍ମ ‘ରଶ୍ମୀ ରକେଟ୍’ କୁ ନେଇ ଚର୍ଚ୍ଚା ଚାଲିଛି। ସୂଚନା ଅନୁଯାୟୀ, ହଲ୍ ବଦଳରେ OTT ପ୍ଲାଟଫର୍ମରେ ‘ରଶ୍ମୀ ରକେଟ୍’ ରିଲିଜ୍ ହୋଇପାରେ ବୋଲି ଖବର ମିଳିଛି।

ସୂଚନା ଅନୁଯାୟୀ କ୍ରୀଡ଼ା ଡ୍ରାମା ଫିଲ୍ମ ‘ରଶ୍ମୀ ରକେଟ୍’ ପ୍ରେକ୍ଷାଳୟରେ ରିଲିଜ୍ କରିବାର ନିଷ୍ପତ୍ତି ପରିବର୍ତ୍ତନ କରାଯାଇଛି। ଫିଲ୍ମର ମେକର୍ସ OTT ପ୍ଲାଟଫର୍ମ ଆମାଜନ୍ ପ୍ରାଇମ୍ ସହିତ ଡିଲ୍ ଫାଇନାଲ୍ କରିସାରିଛନ୍ତି । ଫିଲ୍ମଟି ସେପ୍ଟେମ୍ବରରେ ରିଲିଜ୍ ହୋଇପାରେ। ‘ରଶ୍ମି ରକେଟ୍’ରେ, ତାପସୀ ଜଣେ ମହିଳା ଖେଳାଳିଙ୍କ ଚରିତ୍ରରେ ନଜର ଆସିବେ। ଯାହାଙ୍କୁ ଗ୍ରାମବାସୀ ରକେଟ୍ ନାମରେ ଜାଣିଛନ୍ତି ।

 

View this post on Instagram

 

A post shared by Taapsee Pannu (@taapsee)

‘ହସିନ୍ ଦିଲ୍ରୁବା’ ଏବଂ ‘ରଶ୍ମୀ ରକେଟ୍’ ପରେ ତାପସୀ ଖୁବଶୀଘ୍ର ଫିଲ୍ମ ‘ସାବାସ୍ ମିଠୁ’ରେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ମିତାଲି ରାଜଙ୍କ ଅଭିନୟ କରିବେ। ଏହା ପରେ ତାଙ୍କୁ କମେଡି ଥ୍ରୀଲର ଫିଲ୍ମ ‘ଲୁପ୍ ଲପେଟା’, ଅନୁରାଗ କାଶ୍ୟପଙ୍କ ଫିଲ୍ମ ‘ଦୋବାରା’ ଏବଂ ତାମିଲ ଥ୍ରୀଲର ଫିଲ୍ମ ‘ଜନ ଗଣ ମନ’ରେ ଦେଖିବାକୁ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.