ସାମ୍ନାକୁ ଆସିଲା ଫିଲ୍ମ ‘ଫିର ଆଇ ହସିନ୍ ଦିଲରୁବା’ର ଟ୍ରେଲର, ଜାଣନ୍ତୁ କେବେ ରିଲିଜ୍ ହେବ ଫିଲ୍ମ

ତାପସୀ ପନ୍ନୁ ଏବଂ ବିକ୍ରାନ୍ତ ମେସୀଙ୍କ ଅଭିନୀତ ଫିଲ୍ମ ‘ଫିର ଆଇ ହସିନ୍ ଦିଲରୁବା’ ବର୍ତ୍ତମାନ ଚର୍ଚ୍ଚାରେ ରହିଛି । ଫିଲ୍ମଟି କାନିକା ଦିଲେଙ୍କ ଦ୍ୱାରା ଲିଖିତ ଏବଂ କଳ୍ପନା ଜୟପ୍ରଦ୍ ଦେଶାଇଙ୍କ ନିର୍ଦ୍ଦେଶିତ ହୋଇଛି । ତେବେ ତାପସୀ ପନ୍ନୁ ଏବଂ ବିକ୍ରାନ୍ତ ମେସୀ ଏହି ଫିଲ୍ମରେ ପ୍ରଥମ ଥର ପାଇଁ ଏକାଠି ନଜର ଆସିବା ପାଇଁ ଯାଉଛନ୍ତି । ଏହି ଫିଲ୍ମରେ ଦୁଇଜଣଙ୍କର ଏକ ଭିନ୍ନ ଲଭ୍ ଷ୍ଟୋରି ଦେଖିବାକୁ ମିଳିବ । ନେଟଫ୍ଲିକ୍ସରେ ଲୋକପ୍ରିୟ ରୋମାନ୍ସ ପଲ୍ପି ଥ୍ରୀଲର ହାସିନ୍ ଦିଲରୁବାଙ୍କ ପ୍ରଶଂସକମାନେ ସିକ୍ୱେଲକୁ ଅପେକ୍ଷା କରିଛନ୍ତି । ନିକଟରେ ରିଲିଜ୍ ହୋଇଥିବା ଟିଜର ଦର୍ଶକଙ୍କ ଉତ୍ସାହକୁ ବଢାଇବାରେ ଲାଗିଛି । ଏହା ପରେ ଆସିଥିବା ଟ୍ରେଲର ଲୋକଙ୍କୁ ଆହୁରି ଉତ୍ସାହିତ କରିଛି । ତେବେ ଟୁଇଷ୍ଟ ଏବଂ ସସପେନ୍ସରେ ଭରପୂର ଏହି ଟ୍ରେଲର ଆପଣଙ୍କୁ ଅଧିକ ଉତ୍ସାହିତ ଏବଂ ରୋମାଞ୍ଚକର କରିବାକୁ ଯାଉଛି ।
ନିକଟରେ ରିଲିଜ୍ ହୋଇଥିବା ଟିଜରରେ, ଆମେ ରାନୀ ଏବଂ ରିଷୁଙ୍କ ଲଭ୍ ଷ୍ଟୋରି ଦେଖିବାକୁ ମିଳିଛି, ଯେଉଁଥିରେ ଦୁଇଜଣ ନିଜର ଅତିତରୁ ବାହାରିବା ପାଇଁ ଚେଷ୍ଟା କରୁଛନ୍ତି । ଫିଲ୍ମର ଝଳକରେ ଦେଖିବାକୁ ମିଳିଛି ଯେ ଦୁଇ ଜଣ ବିଭିନ୍ନ ପ୍ରକାରର ଅସୁବିଧାରରେ ପଡୁଛନ୍ତି । ଏହା ବ୍ୟତୀତ ଫିଲ୍ମଟି କମେଡିରେ ମଧ୍ୟ ଭରପୂର ରହିଛି । ଏହା ସବୁ ବ୍ୟତୀତ ଫିଲ୍ମ ‘ଫିର ଆଇ ହସିନ୍ ଦିଲରୁବା’ରେ ଅନେକ ନୂଆ ନୂଆ ଜିନିଷ ଦେଖିବାକୁ ମିଳିବ ।
ତେବେ ଅଗଷ୍ଟ ୯ ରେ ନେଟଫ୍ଲିକ୍ସରେ ଫିଲ୍ମ ‘ଫିର ଆଇ ହସିନ୍ ଦିଲରୁବା’ ମୁକ୍ତିଲାଭ କରିବ । ଜୟପ୍ରଦ ଦେଶାଇ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ଫିଲ୍ମ ‘ଫିର ଆଇ ହସିନ୍ ଦିଲରୁବା’ ଆନନ୍ଦ ଏଲ୍ ରାୟ, ହିମାଂଶୁ ଶର୍ମା, ଭୂଷଣ କୁମାର ଏବଂ କୃଷ୍ଣ କୁମାରଙ୍କ ଦ୍ୱାରା ନିର୍ମିତ । ଏହି ଫିଲ୍ମର ପ୍ରଥମ ଭାଗ ୨୦୨୧ ମସିହାରେ ‘ହସିନ୍ ଦିଲରୁବା’ ନାମରେ ମୁକ୍ତିଲାଭ କରିଥିଲା । ଯାହା ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିଲା । ଏବେ ଦେଖିବାରେ ଅଛି ଏହି ଫିଲ୍ମର ଦ୍ୱିତୀୟ ଭାବେ ଦର୍ଶକଙ୍କୁ କେତେ ପସନ୍ଦ ଆସୁଛି ।