‘ତାରକ ମେହେତା କା ଉଲ୍‌ଟା ଚଷମା’ ଫ୍ୟାନ୍‌ଙ୍କୁ ବଡ଼ ଝଟ୍‌କା: ୧୪ ବର୍ଷ ପରେ ଶୋ’କୁ ଅଲ୍‌ବିଦା କହୁଛନ୍ତି ତାରକ ମେହେତା

ଟିଭି ଜଗତରେ ଯଦି କୌଣସି କମେଡି ଶୋ’ ଦୀର୍ଘ ଦିନ ହେଲାଣି ଲୋକପ୍ରିୟ ଅଛି, ତେବେ ତାହା ହେଉଛି ତାରକ ମେହେତା କା ଉଲ୍‌ଟା ଚଷମା। ଏହି ଶୋ’ କୁ ସାରା ଦୁନିଆର ଲୋକ ପସନ୍ଦ କରିଥାନ୍ତି। କେବେ ଏତିକି ନୁହେଁ, ଶୋ’ର କଳାକାରଙ୍କୁ ମଧ୍ୟ ଲୋକମାନେ ଖୁବ୍‌ ଭଲ ପାଆନ୍ତି। କିନ୍ତୁ ଏବେ ଏହି ଶୋ’ର ଜଣେ ଜଣାଶୁଣା କଳାକାର ଶୋ’ ଛାଡ଼ୁଥିବା ନେଇ ସୂଚନା ମିଳିଛି। ଏହି ଖବର ଶୁଣି ତାରକ ମେହେତାର ଫ୍ୟାନ୍‌ଙ୍କୁ ଝଟ୍‌କା ଲାଗିପାରେ। କିନ୍ତୁ ଏହା ସତ ଯେ ଏବେ ଶୋ’ରେ ତାରକ ମେହେତା ଭାବେ ଅଭିନୟ କରୁଥିବା ଶୈଳେଶ ଲୋଧା ସିରିୟଲକୁ ଅଲବିଦା କହୁଛନ୍ତି। ଶୋ’ର ଲିଡ୍‌ ଅଭିନେତା ଶୈଳେଶ ସୁଟିଂ ବି ଆସିବା ବନ୍ଦ କରିଥିବା ଜଣାଯାଇଛି।

ରିପୋର୍ଟ ମୁତାବକ, ଶୈଳେଶ ଲୋଧା ଗତ ମାସରୁ ହିଁ ଆଉ ସୁଟିଂ ସେଟ୍‌କୁ ଆସୁ ନାହାନ୍ତି। ତାଙ୍କୁ କିଛି ଭଲ ଅଫର ମିଳିଥିବାରୁ ସେ ଏହି ସିରିୟଲକୁ ଛାଡ଼ୁଥିବା ଜଣାଯାଇଛି। ତାରକ ମେହେତାରେ କାମ କରିବା ବେଳେ ସେ ଅନ୍ୟ ପ୍ରୋଜେକ୍ଟରେ କାମ କରିପାରୁନଥିଲେ। ଏଥିପାଇଁ ସେ ଅନେକ ଭଲ ଭଲ ଶୋ’କୁ ଛାଡ଼ିଛନ୍ତି। କିନ୍ତୁ ଏବେ ଆଉ ସେ କୌଣସି ସୁଯୋଗକୁ ହାତ ଛଡ଼ା କରିବାକୁ ଚାହୁଁ ନାହାନ୍ତି। ଏଣୁ ତାରକ ମେହେତା କା ଉଲ୍‌ଟା ଚଷମା ଶୋ’ ଛାଡ଼ୁଥିବା ଜଣାଯାଇଛି।

ତେବେ ଶୈଳେଶ ଲୋଧା ଶୋ’ ଛାଡ଼ୁଥିବାରୁ ନିର୍ମାତା ଟିମ୍‌ ମଧ୍ୟ ଦୁଃଖରେ ଅଛନ୍ତି। ସେ ସୁଟିଂ ତାରିଖକୁ ଠିକ୍‌ ଭାବେ ଉପଯୋଗ କରିପାରିନଥିବା ନିର୍ମାତା କହିଛନ୍ତି।

ସୂଚନାଯୋଗ୍ୟ ଯେ ତାରକ ମେହେତା କା ଉଲ୍‌ଟା ଚଷମା ଶୋ’ର ଜବରଦସ୍ତ ଫ୍ୟାନ୍‌ ଫଲୋୟର୍ସ ଅଛନ୍ତି। ଏହି ଶୋ’ ସହ ଜଡ଼ିତ ସବୁ ଅପଡେଟ୍‌ ଫ୍ୟାନ୍‌ମାନେ ପାଇବାକୁ ଚାହାନ୍ତି। ପୂର୍ବରୁ ଶୋ’ର ଲିଡ୍‌ ଅଭିନେତ୍ରୀ କୁହାଯାଉଥିବା ଦୟା ବେନ୍‌ ବି ସିରିୟଲ୍‌ ଛାଡ଼ିଛନ୍ତି। ଆଉ ଏବେ ତାରକ ମେହେତା ଶୋ’ ଛାଡ଼ୁଥିବାରୁ ଏହାର ଦର୍ଶକଙ୍କ ଉପରେ ପ୍ରଭାବ ପଡ଼ିପାରେ ବୋଲି ଆଶଙ୍କା କରାଯାଉଛି।

Also Read: ଇଏ କି ପାଠପଢ଼ା! କ୍ଲାସ୍‌ରେ ଗୋଟେ କଳାପଟାରେ ୨ ଶିକ୍ଷକ ପଢ଼ାଉଛନ୍ତି ପାଠ, ଜଣେ ହିନ୍ଦୀ ତ ଆଉ ଜଣେ ଉର୍ଦ୍ଦୁ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.