ଶେଷରେ ଘରକୁ ଫେରିଲେ ଗୁରୁଚରଣ ସିଂ ଓରଫ ସୋଢି, ୨୨ ଏପ୍ରିଲରୁ ହୋଇଥିଲେ ଗାଏବ
ପୋଲିସ କହିବା ମୁତାବକ, ଗୁରୁଚରଣ ସିଂ ଏକ ସଂପ୍ରଦାୟ ଅନୁଗାମୀ ଥିଲେ । ତେଣୁ ସେ ହିମାଳୟ ଯିବାକୁ ଚାହୁଁଥିଲେ । ତେବେ ପରିବାର ସବୁକିଛି ବୋଲି ନିଜେ ଅନୁତପ୍ତ କରିବା ପରେ ଘରକୁ ଫେରିଆସିଥିଲେ । ଗୁରୁଚରଣ ସିଂ ୨୨ ଏପ୍ରିଲରେ ଦିଲ୍ଲୀରୁ ମୁମ୍ବାଇ ଯିବା ପାଇଁ ଘରୁ ବାହାରିଥିଲେ । କିନ୍ତୁ ବିମାନରେ ଚଢିନଥିଲେ ।

ଶେଷରେ ଘରକୁ ଫେରିଲେ ତାରକ ମେହତା କା ଉଲଟା ଚଷମା ଷ୍ଟାର ଗୁରୁଚରଣ ସିଂ ଓରଫ ସୋଢି । ଗତ ୨୫ ଦିନ ହେଲାଣି ସେ ଘରୁ କେଉଁଆଡେ ଚାଲିଯାଇଥିଲେ । ରୋଶନ ସିଂ ସୋଢି ଭୂମିକାରେ ନଜର ଆସୁଥିବା ଅଭିନେତା ୨୨ ଏପ୍ରିଲରୁ ଗାଏବ ଥିଲେ । ଯେଉଁଥିପାଇଁ ସମସ୍ତେ ଚିନ୍ତାରେ ରହିଥିଲେ । ସେ ମୁମ୍ବାଇ ପାଇଁ ୨୨ ଏପ୍ରିଲ ସକାଳ ୮.୩୦ରେ ବାହାରିଥିଲେ କିନ୍ତୁ ମୁମ୍ବାଇ ପହଞ୍ଚିନଥିଲେ । ଦୀର୍ଘ ୨୬ ଦିନ ପରେ ଘରକୁ ଫେରିଛନ୍ତି ।
ପାଖାପାଖି ୨୬ ଦିନ ନିଖୋଜ ପରେ ଗତକାଲି ରାତିରେ ଘରକୁ ଫେରିଛନ୍ତି ଗୁରୁଚରଣ । ରିପୋର୍ଟ ମୁତାବକ, ଘରକୁ ଫେରିବା ପରେ ଦିଲ୍ଲୀ ପୋଲିସ ଅଭିନେତାଙ୍କୁ ପଚରାଉଚରା କରିଥିଲା । ସେ ପୋଲିସକୁ କହିଛନ୍ତି କି, ଧାର୍ମିକ ଯାତ୍ରା କରିବା ପାଇଁ ଘରୁ ବାହାରିଥିଲେ । ଏହାପରେ ସେ ଅମୃତସର ଏବଂ ଲୁଧିୟାନାର ଗୁରୁଦ୍ୱାରାରେ ଥିଲେ ।
ତେବେ ପୋଲିସ କହିବା ମୁତାବକ, ଗୁରୁଚରଣ ସିଂ ଏକ ସଂପ୍ରଦାୟ ଅନୁଗାମୀ ଥିଲେ । ତେଣୁ ସେ ହିମାଳୟ ଯିବାକୁ ଚାହୁଁଥିଲେ । ତେବେ ପରିବାର ସବୁକିଛି ବୋଲି ନିଜେ ଅନୁତପ୍ତ କରିବା ପରେ ଘରକୁ ଫେରିଆସିଥିଲେ ।
View this post on Instagram
ସୂଚନାଯୋଗ୍ୟ, ଗୁରୁଚରଣ ସିଂ ୨୨ ଏପ୍ରିଲରେ ଦିଲ୍ଲୀରୁ ମୁମ୍ବାଇ ଯିବା ପାଇଁ ଘରୁ ବାହାରିଥିଲେ । କିନ୍ତୁ ବିମାନରେ ଚଢିନଥିଲେ । ଗୁରୁଚରଣଙ୍କ ସହିତ କୌଣସି ପ୍ରକାରର ଯୋଗାଯୋଗ ହେଇପାରିନଥିଲା । ତେଣୁ ତାଙ୍କ ବାପା ପୋଲିସ ନିକଟରେ ନିଖୋଜ ଅଭିଯୋଗ କରିଥିଲେ । ତେବେ ତାଙ୍କ ବିଷୟରେ ଜାଣିବା ପରେ ପୋଲିସ ଜାଣିବାକୁ ପାଇଥିଲା କି ସେ ଏକାଥରକେ ୧୦ଟି ବ୍ୟାଙ୍କ ଆକାଉଣ୍ଟ ଚଲାଉଛନ୍ତି ବୋଲି । ସେ ନିଜ ଫୋନ ପାଲମ ଅଞ୍ଚଳରେ ଛାଡିଦେଇଥିଲେ ।
ତେବେ ଗୁରୁଚରଣଙ୍କ ମାମଲାରେ ପୋଲିସ ତାରକ ମେହତା କା ଉଲଟା ଚଷମା ସେଟରେ ମଧ୍ୟ ପହଞ୍ଚିଥିଲା । ତେବେ ସେଟ ଲୋକ ଏହା ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।