“ତାରକ ମେହେତା କା ଉଲଟା ଚଷମା”କୁ ନେଇ ନିର୍ମାଣ ହେବାକୁ ଯାଉଛି ଫିଲ୍ମ, ଗ୍ରୀନ ସିଗନାଲ ଦେଲେ ପ୍ରଡ୍ୟୁସର

ଟିଭିର ସବୁଠୁ ଲୋକପ୍ରିୟ କମେଡି ଶୋ’ “ତାରକ ମେହେତା କା ଉଲଟା ଚଷମା”କୁ ନେଇ ନିର୍ମାଣ ହେବାକୁ ଯାଉଛି ଫିଲ୍ମ। ଚଳିତବର୍ଷ ଏହି ସିରିୟଲକୁ ୧୩ ବର୍ଷ ପୂରୁଥିବା ବେଳେ ଏହାକୁ ନେଇ ଫିଲ୍ମ ତିଆରି ହେବାକୁ ଯାଉଛି। ଏହି ଖବର ଶୁଣିବା ପରେ ଫ୍ୟାନମାନେ ବେଶ ଉତ୍ସାହିତ ଅଛନ୍ତି।

ରିପୋର୍ଟ ମୁତାବକ, ତାରକ ମେହେତା କା ଉଲଟା ଚଷମାକୁ ନେଇ ଏକ ଫିଲ୍ମ ତିଆରି କରିବାକୁ ଜଣେ ଫ୍ୟାନ ଟ୍ୱିଟରରେ ଶୋ’ର ପ୍ରଯୋଜକ ଅସିତ କୁମାର ମୋଦିଙ୍କୁ ଟ୍ୟାଗ୍ କରି ଅନୁରୋଧ କରିଥିଲେ। ଏହାର ଜବାବରେ ଅସିତ ମୋଦି ‘Yes’ ଲେଖିଛନ୍ତି। ଏଣୁ ଏହାର ଫିଲ୍ମ ହେବ ବୋଲି ଦର୍ଶକମାନେ ବହୁତ ଖୁସି ଅଛନ୍ତି।

ସୂଚନାଯୋଗ୍ୟ ଯେ ଏହି ଶୋ’ ଏତେ ଲୋକପ୍ରିୟ ହେବା ପଛରେ ଏହାର ଚରିତ୍ର ଓ ଗୋକୁଳଧାମ ସୋସାଇଟିର ବଡ଼ ଭୂମିକା ରହିଛି। ଏହି ସୋସାଇଟିରେ ସବୁ ଧର୍ମର ଲୋକେ ଭାଇ ଭାଇ ଭଳି ଚଳନ୍ତି। ଯାହାକୁ ଦର୍ଶକେ ଖୁବ ପସନ୍ଦ କରନ୍ତି।

Leave A Reply

Your email address will not be published.