ଇମୋସନାଲ ହେଲେ ତାରକ ମେହେତାର ଜେଠାଲାଲ୍ ‘ଦିଲ୍ଲୀପ ଯୋଶୀ’, ଝିଅ ବିଦା ପରେ ସେୟାର କଲେ ଫଟୋ

ଟିଭି ଜଗତର ଫେମସ ଶୋ ତାରକ ମେହେତା କା ଉଲଟା ଚଷମାର ଜେଠାଲାଲ ଅର୍ଥାତ୍ ଦିଲ୍ଲୀପ ଯୋଶୀ ଶ୍ୱଶୁର ହୋଇଛନ୍ତି। ଦିଲ୍ଲୀପ ନିକଟରେ ନିଜ ଅଲିଅଳୀ ଝିଅ ନିୟତିଙ୍କ କନ୍ୟାଦାନ କରିଛନ୍ତି। ଟିଭି ପରଦାରେ ଅନ୍ୟମାନଙ୍କୁ ସବୁବେଳେ ହସାଇ ହସାଇ ବେଦମ୍ କରୁଥିବା ଦିଲ୍ଲୀପ ଝିଅ ବାହାଘରରେ କିନ୍ତୁ ଇମୋସନାଲ ହୋଇପଡ଼ିଛନ୍ତି। ଝିଅକୁ ବିଦା କରିବା ବେଳେ ନିଜ କୋହକୁ ସମ୍ଭାଳିପାରିନାହାନ୍ତି ଦିଲ୍ଲୀପ। ସବୁ ବାପାଙ୍କ ଭଳି ସେ ବି ଆଖିରେ ଲୁହ, ଛାତିରେ କୋହକୁ ରଖି ଝିଅକୁ ଶାଶୁ ଘରକୁ ବିଦା କରିଛନ୍ତି।

dillip3
Image Credit: Instagram

ଦିଲ୍ଲୀପ ଯୋଶୀ ନିଜ ଝିଅ ନିୟତିର ବାହାଘର ବେଳର ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏହି ଫଟୋରେ ସେ ପୂରା ପରିବାର ସହ ନଜର ଆସିଛନ୍ତି। ତାଙ୍କ ସହ ପତ୍ନୀ, ପୁଅ ଓ ଝିଅ ଅଛନ୍ତି। ଫଟୋ ସେୟାର କରି ଦିଲ୍ଲୀପ ଝିଅ ଓ ଜ୍ୱାଇଁଙ୍କୁ ନୂଆ ଜୀବନ ପାଇଁ ଶୁଭକାମନା ଜଣାଇଛନ୍ତି। ଏଥିସହ ଭବିଷ୍ୟତ ପାଇଁ ମଧ୍ୟ ଅନେକ ଅଭିନନ୍ଦନ ଜଣାଇଛନ୍ତି। ଏଥିସହ ସେ ନିଜ ସାଙ୍ଗ, ସାଥୀ, ଫ୍ୟାନଙ୍କୁ ବି ଝିଅକୁ ଆଶୀର୍ବାଦ ଦେଇଥିବାରୁ ଧନ୍ୟବାଦ ଜ୍ଞାପନ କରିଛନ୍ତି।

 

View this post on Instagram

 

A post shared by Dilip Joshi (@maakasamdilipjoshi)

ନଜର ପକାନ୍ତୁ କିଛି ଫଟୋ ଉପରେ:

dillip4
Image Credit: Instagram

ଏଥିସହ ଦିଲ୍ଲୀପ ଯୋଶୀ ଝିଅ ନିୟତି ଓ ଜ୍ବାଇଁ ୟଶୋବର୍ଦ୍ଧନ ମିଶ୍ର ବିବାହ ବେଳର କେତେକ ମୁହୂର୍ତ୍ତ ସେୟାର କରିଛନ୍ତି।

dillip2
Image Credit: Instagram

ଫଟୋରେ ସ୍ପଷ୍ଟ ଜଣାପଡୁଛି ଯେ ଦିଲ୍ଲୀପ ନିଜ ଝିଅ ସହ କେତେ କ୍ଲୋଜ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.