ଆରପାରିରେ ବଲିଉଡ ଅଭିନେତ୍ରୀ ତବସ୍ସୁମ, ସାରା ହିନ୍ଦୀ ସିନେମା ଜଗତରେ ଶୋକର ଛାୟା

କେନ୍ୟୁଜ୍‌: ଆରପାରିରେ ବଲିଉଡ ଅଭିନେତ୍ରୀ ତବସ୍ସୁମ। ସେ ୭୮ ବର୍ଷ ବୟସରେ ହୃଦ୍‌ଘାତରେ ପ୍ରାଣ ହରାଇଛନ୍ତି । ତାଙ୍କର ଦେହାନ୍ତ ପରେ ପୁରା ବଲିଉଡରେ ଶୋକର ଛାୟା ଖେଳି ଯାଇଛି । ତାଙ୍କ ଫ୍ୟାନ୍ସମାନେ ମଧ୍ୟ ସହଜରେ ତାଙ୍କ ମୃତ୍ୟୁକୁ ଗ୍ରହଣ କରିପାରୁ ନାହାନ୍ତି।   ତାଙ୍କ ପୁଅ ହୋଶାଙ୍ଗ ଗୋଭିଲ ମିଡିଆକୁ କହିଛନ୍ତି, ଗତ କାଲି ଶୁକ୍ରବାର ରାତି ୮.୩୦ରେ ହୃଦ୍‌ଘାତରେ ମାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ପୂର୍ବରୁ ମା’ ପରିବାର ଲୋକଙ୍କୁ କହିଥିଲେ କି ତାଙ୍କର ମୃତ୍ୟୁର ୨ ଦିନ ପରେ ଖବର ଅନ୍ୟମାନଙ୍କୁ ଜଣାଇବେ । ସେଥି ପାଇଁ ମୁଁ ଅନ୍ତିମ ସଂସ୍କାର ପରେ ମିଡିଆ ଭାଇମାନଙ୍କୁ ଜଣାଇଥିଲି ।

୨୦୨୧ ମସିହାରେ ହୋଇଥିଲା ତାଙ୍କର ମୃତ୍ୟୁର ଗୁଜବ :
ତବସ୍ସୁମ ପିଲା ଦିନରୁ ଶିଶୁ କଳାକାର ଭାବରେ ବହୁତ ନାଁ କମେଇଥିଲେ । ସେ ତାଙ୍କର କ୍ୟାରିଅର ୧୯୪୭ ମସିହାର ବେବି ତବସ୍ସୁମରୁ ଆରମ୍ଭ କରିଥିଲେ । ଗତ ବର୍ଷ ତାଙ୍କର ମୃତ୍ୟୁକୁ ନେଇ ଗୁଜବ ହୋଇଥିଲା । ଏହି ଖବର ଶୁଣି ସେ ନିଜେ ସୋସିଆଲ ମିଡିଆରେ ପୋଷ୍ଟ କରି ଜଣାଇଥିଲେ । ସେ କହିଥିଲେ, ଆପଣମାନଙ୍କ ଆଶୀର୍ବାଦରୁ ମୁଁ ଖୁସିରେ ଅଛି ଏବଂ ସୁସ୍ଥ ଅଛି । ମୋ ବିଷୟରେ ପ୍ରଚାର ହେଉଥିବା କଥା ପୁରା ଗୁଜବ । ଆଶା କରୁଛି ଆପଣମାନେ ନିଜ ଘରେ ସୁସ୍ଥ ଥିବେ । କିଏ ଜାଣିଥିଲା ସେହି ଗୁଜବ ସତ ହୋଇଯିବ? ସତକୁ ସତ ସେହି ଗୁଜବ ସତ ହୋଇଗଲା । ସମସ୍ତଙ୍କ ପ୍ରିୟ ଅଭିନେତ୍ରୀ ସବୁଦିନ ପାଇଁ ଛାଡ଼ି ଚାଲିଗେଲେ ।

ତବସ୍ସୁମଙ୍କ ଫିଲ୍ମ କ୍ୟାରିଅର :
ସେ ୧୯୪୭ରେ ଫିଲ୍ମ ‘ନର୍ଗିସ’ରୁ ଶିଶୁ କଳାକାର ଭାବରେ ତାଙ୍କର କ୍ୟାରିଅର ଆରମ୍ଭ କରିଥିଲେ । ତା ପରେ ‘ମେରା ସୁହାଗ’, ‘ମଞ୍ଜଧାରା’, ‘ବଡ଼ି ବେହେନ’, ‘ଦିଦାର’, ରେ ଅଭିନୟ କରି ଦର୍ଶକଙ୍କ ମନ ମୋହିଥିଲେ । ‘ବେବି ତବସ୍ସୁମ’ରେ ଲତା ମଙ୍ଗେସ୍‌କରଙ୍କ ଦ୍ୱାରା ଗାଇଥିବା ଗୀତ ‘ବଚପନ କେ ଦିନ ଭୁଲା ଦେନା’ ରେ ଅଭିନୟ କରିଥିଲେ । ସେ ‘ବୈଜୁ ବାବରା’ ଫିଲ୍ମରେ ମୀନା କୁମାରୀଙ୍କର ପିଲା ଦିନର ଚରିତ୍ରରେ ଅଭିନୟ କରିଥିଲେ । ସେ ଏହି ଫିଲ୍ମ ପରେ ଫିଲ୍ମ ଦୁନିଆରୁ ବିରତି ନେଇଯାଇଥିଲେ । ପୁଣି ଫିଲ୍ମକୁ ଫେରିବା ପରେ ଭାରତୀୟ ଟେଲିଭିଜନ ଦୁନିଆର ପ୍ରଥମ ଟକ୍‌ ଶୋ’ ଫୁଲ ଖିଲେ ହେ ଗୁଲସନ’ର ହୋଷ୍ଟିଙ୍ଗ କରିଥିଲେ । ଏହି ଶୋ’ ତାଙ୍କୁ ବହୁତ ଆଦୃତି ଦେଇଥିଲା । ଏହି ଶୋ’ ୧୯୭୨ରୁ ୧୯୯୩ ମସିହା ପର୍ଯ୍ୟନ୍ତ ୨୧ ବର୍ଷ ଧରି ଚାଲିଥିଲା । ତାଙ୍କର ଏହି ଶୋ’ରେ ଅନେକ ସେଲି ବ୍ରେଟିଙ୍କ ଇଣ୍ଟରଭ୍ୟୁ ନେଇଥିଲେ । ୧୯୮୫ରେ ସେ ଡାଇରେକ୍ଟର ଏବଂ ପ୍ରଡ୍ୟୁସର ଭାବରେ ପ୍ରଥମ ଫିଲ୍ମ କରିଥିଲେ, ଯାହାର ନାମ ଥିଲା ‘ତୁମ୍‌ ପର ହମ୍‌ କୁର୍ବାନ’ । ସେ ୨୦୦୬ ମସିହାରେ ପୁଣି ଟିଭି ପରଦାକୁ ଫେରିଥିଲେ । ସେ ‘ରାମାୟଣ’ ସିରିଏଲରରେ ରାମଙ୍କ ଚରିତ୍ରରେ ଅଭିନୟ କରିଥିବା ସିରିଏଲର ଫେମ୍‌ ଆକ୍ଟର ଅରୁଣ ଗୋଭିଲଙ୍କ ବଡ଼ ଭାଇ ବିଜୟ ଗୋଭିଲଙ୍କୁ ବିବାହ କରିଥିଲେ । ତାଙ୍କର ଜଣେ ପୁଅ ଅଛନ୍ତି ତାଙ୍କା ନାମ ହେଉଛି ହୋଶାଙ୍ଗ ଗୋଭିଲ ।

Leave A Reply

Your email address will not be published.