ତବୁ ବିବାହ ନ କରିବାର କାରଣ ହେଉଛନ୍ତି ଅଜୟ ଦେବଗନ୍‌, ଇଣ୍ଟରଭ୍ୟୁରେ ଖୁଲାସା କଲେ ଅଭିନେତ୍ରୀ

ବଲିଉଡ୍‌ର ଜଣେ ଚର୍ଚ୍ଚିତ ନାୟିକା ହେଉଛନ୍ତି ତବୁ। ନଭେମ୍ବର ୪ ତାରିଖରେ ତବୁ ନିଜ ୫୦ ତମ ଜନ୍ମଦିନ ପାଳନ କରିଛନ୍ତି। ୫୦ ବର୍ଷରେ ପାଦ ଦେଇଥିଲେ ମଧ୍ୟ ଏବେ ଯାଏଁ ସେ ଅବିବାହିତ ଅଛନ୍ତି। ତବୁ ବିବାହ ନ କରିବାର କାରଣ ନିଜେ ଖୁଲାସା କରିଛନ୍ତି। ବିବାହ କାହିଁକି କରିନାହାନ୍ତି ପ୍ରଶ୍ନର ଉତ୍ତର ଦେବା ଅବସରରେ ତବୁ କହିଛନ୍ତି ସେ ବିବାହ ନ କରିବାର କାରଣ ହେଉଛନ୍ତି ଅଜୟ ଦେବଗନ୍‌।

ଏକ ଇଣ୍ଟରଭ୍ୟୁରେ ତବୁ କହିଥିଲେ ମୁଁ ଅଜୟ ଦେବଗନ୍‌ଙ୍କୁ ୨୫ ବର୍ଷ ହେଲା ଜାଣିଛି। ଅଜୟ ମୋ ସମ୍ପର୍କୀୟ ଭାଇ ସମୀର ଆର୍ଯ୍ୟଙ୍କ ପଡ଼ୋଶୀ ଓ ମୋ କଲେଜ ଫ୍ରେଣ୍ଡ ଥିଲେ। ଏଣୁ ଛୋଟବେଳୁ ସେ ମୋ ଉପରେ କଡ଼ା ନଜର ରଖିଛନ୍ତି। ଯଦି କୋଉ ପୁଅ ମୋ ସହ କଥା ହୁଏ ତେବେ ଅଜୟ ତାଙ୍କୁ ବାଡ଼ିଆପିଟା କରନ୍ତି। ଅଜୟ ଓ ସମୀର ଉଭୟେ ବଡ଼ ଗୁଣ୍ଡା ଥିଲେ।

ସୂଚନାଯୋଗ୍ୟ ଯେ ତବୁଙ୍କ ପରିବାର ଫିଲ୍ମ ଇଣ୍ଡଷ୍ଟ୍ରୀ ସହ ଜଡ଼ିତ ଥିଲା। ଏଣୁ ପିଲାବେଳୁ ହିଁ ସେ ସିନେମାରେ ଅଭିନୟ କରିବା ଆରମ୍ଭ କରି ଦେଇଥିଲେ। ସେ ଫିଲ୍ମ ହମ ନୌଜବାନ ଓ ବାଜାର ଭଳି ଅନେକ ଫିଲ୍ମରେ ଶିଶୁ କଳାକାର ଭାବେ କାମ କରିଛନ୍ତି। ୧୯୮୦ରୁ ଫିଲ୍ମ ଇଣ୍ଡଷ୍ଟ୍ରୀରେ କାମ କରି ଆସୁଥିବା ତବୁ ପ୍ରାୟ ସବୁ ଭୂମିକାରେ ଅଭିନୟ କରିସାରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.