କରୋନା ସଂକ୍ରମିତ ହେବା ପରେ ଟେନ୍ସନରେ କରୀନା, ପିଲାଙ୍କ ପାଇଁ କଲେ ଏହି କାମ

ବଲିଉଡ ଅଭିନେତ୍ରୀ କରୀନା କପୁରଙ୍କୁ କରୋନା ହେବା ପରେ ତାଙ୍କ ଚିନ୍ତା ବଢିଯାଇଛି। ବେବୋ ଏବେ ନିଜ ପରିବାର ପାଇଁ ଖୁବ ଟେନ୍ସନରେ ଅଛନ୍ତି। ଏଣୁ ପରିବାରର ଅନ୍ୟ ସଦସ୍ୟଙ୍କ ସମେତ ପିଲାଙ୍କ ସୁରକ୍ଷା ପାଇଁ ଏକ ଖାସ୍ କାମ କରିଛନ୍ତି।

କରୀନା କପୁର ନିଜ ବିଷୟରେ କିଛି ସୂଚନା ଦେଇନଥିଲେ ମଧ୍ୟ ବାପା ରଣଧୀର କପୁର ଝିଅର ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ସୂଚନା ଦେଇଛନ୍ତି। ରଣଧୀର କହିଛନ୍ତି, କରୀନାକୁ ହାଲକା ଜ୍ୱର ଅଛି। ତା ଦେହ ମଧ୍ୟ ବିନ୍ଧୁଛି। କିନ୍ତୁ ଚିନ୍ତା କରିବାର କିଛି କଥା ନାହିଁ। ଡାକ୍ତର ଲଗାତାର ତା ଉପରେ ନଜର ରଖିଛନ୍ତି। ତେବେ କରୀନା କରୋନା ପଜିଟିଭ ବୋଲି ଜଣାପଡ଼ିବା ପରେ ଦୁଇ ପିଲାଙ୍କୁ କ୍ୱାରେଣ୍ଟାଇନ କରିଛି ବୋଲି ସୂଚନା ଦେଇଛନ୍ତି ରଣଧୀର କପୁର।

ରଣଧୀର କହିଛନ୍ତି, କରୀନା କରୋନା ସଂକ୍ରମିତ ହେବା ପରେ ଘରେ କ୍ୱାରେଣ୍ଟାଇନରେ ଅଛି। ପିଲାଙ୍କୁ ମୋ ପାଖକୁ ପଠାଇବାକୁ ମୁଁ ତାକୁ କହିଥିଲି। କିନ୍ତୁ ସେ କହିଥିଲା ଯେ ଜେହ ଓ ତୈମୁର ମୋ ସହ ରହିବେ। କରୀନା ଓ ପିଲାମାନେ ସମସ୍ତେ ଭଲ ଅଛନ୍ତି। ଖୁବଶୀଘ୍ର ସବୁ ଠିକ ହୋଇଯିବ ବୋଲି କହିଛନ୍ତି କରୀନାଙ୍କ ବାପା।

ସୂଚନାଯୋଗ୍ୟ ଯେ ନିକଟରେ କରୀନା କପୁର ଭଉଣୀ କରିସ୍ମାଙ୍କ ସହ କରନ୍ ଜୋହରଙ୍କ ପାର୍ଟିରେ ଯୋଗ ଦେଇଥିଲେ। ଫିଲ୍ମ କଭି ଖୁସି କଭି ଗମ୍ ର ୨୦ ବର୍ଷ ପୂର୍ତ୍ତି ଅବସରରେ ଏହି ପାର୍ଟି ଆୟୋଜିତ ହୋଇଥିଲା। ଏହି ପାର୍ଟି ପରେ କରୀନା କପୁରଙ୍କ RTPCR ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.