କଣ ସତରେ କରୀନାଙ୍କ ପୁଅ ତୈମୁର ସାଇନ କରିବେ ନିଜର ପ୍ରଥମ ଡେବ୍ୟୁ ଫିଲ୍ମ ! ଜାଣନ୍ତୁ ଏହାକୁ ନେଇ କଣ ରହିଛି ସତ୍ୟତା

କରୀନା କପୁର ଏହି ଦିନରେ ନିଜର ଅପକମିଂ ଫିଲ୍ମ ‘ଗୁଡ୍ ନ୍ୟୁଜ୍’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମରେ କରୀନାଙ୍କ ସହିତ ଅକ୍ଷୟ କୁମାର ମଧ୍ୟ ମୁଖ୍ୟ ଚରିତ୍ରରେ ଅଛନ୍ତି। ଫିଲ୍ମକୁ ରାଜ ମେହେତା ନିର୍ଦ୍ଦେଶନା ଦେଉଛନ୍ତି। ଫିଲ୍ମକୁ ନେଇ ଏକ ବଡ ଖବର ସାମ୍ନାକୁ ଆସୁଛି ଯେ କରୀନା ଏହି ଫିଲ୍ମରେ ତାଙ୍କ ପୁଅ ତୈମୁରକୁ ଏଣ୍ଟ୍ରି କରାଉଛନ୍ତି।
ରିପୋର୍ଟ ଅନୁଯାୟୀ, ୨ ବର୍ଷର ତୈମୁର ଫିଲ୍ମ ‘ଗୁଡ ନ୍ୟୁଜ୍’ ରୁ ନିଜର ଡେବ୍ୟୁ କରିବାକୁ ଯାଉଛନ୍ତି। ଫିଲ୍ମରେ ତୈମୁର,କରୀନା ଏବଂ ଅକ୍ଷୟଙ୍କ ପୁଅ ଭୂମିକାରେ ଅଭିନୟ କରିବେ। ଏହି ରୋଲ ପାଇଁ ନିର୍ମାତା ଛୋଟ ପିଲାର ଖୋଜରେ ଥିଲେ। ଯେତେବେଳେ ଏହି କଥା ବେବୋଙ୍କୁ ଜଣାପଡିଲା ତେବେ ସେ ପ୍ରଡ୍ୟୁସର କରଣ ଜୋହରଙ୍କୁ ତୈମୁରର ନାମ କହିଲେ।
କରୀନା କରନଙ୍କୁ କହିଲେ ଯେତେବେଳେ ତୈମୁର ଅଛନ୍ତି ତେବେ ଏଠିସେଠି ଖୋଜିବା କଣ ଦରରକାର। ତୈମୁରର ଫ୍ୟାନ ଫଲୋଇଙ୍ଗ୍ ବହୁତ ଅଧିକ ଅଟେ। ଯଦି ସେ ଫିଲ୍ମକୁ ଆସିଯିବେ ତେବେ ଫିଲ୍ମକୁ ବହୁତ ଫାଇଦା ହେବ। ଏହାଛଡା ତୈମୁର କ୍ୟାମେରା ଫ୍ରେଣ୍ଡଲୀ ମଧ୍ୟ ଅଟନ୍ତି। କରୀନାଙ୍କ କଥା ଶୁଣି କରନ ତୈମୁରଙ୍କୁ ଫିଲ୍ମରେ ନେବା ପାଇଁ ନିଷ୍ପତି ନେଇଛନ୍ତି।
ଫିଲ୍ମରେ ତୈମୁରଙ୍କୁ ଦୁଇ ତିନିଟି ଶଟ୍ ନେବାକୁ ଥିଲା କିନ୍ତୁ ଏବେ ତୈମୁରଙ୍କ ରୋଲକୁ ୧୦ ମିନିଟ କରିଦିଆଯାଇଛି। ନିକଟରେ ଏହି ଫିଲ୍ମର ସେଟର ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା। ଯେଉଁଥିରେ କିୟାରା ଆଡବାଣୀ ସହିତ ତୈମୁର ରେସ ଲଗାଉଥିଲେ।
ଏହା ସହିତ ପଢ଼ନ୍ତୁ :ଅର୍ଜୁନ କପୁରଙ୍କ ସହିତ ବିବାହକୁ ନେଇ ମୁହଁ ଖୋଲିଲେ ମଲାଇକା ଅରୋରା
ଖବର ଏହା ଅଛି ଯେ ତୈମୁର ନିଜ ଡେବ୍ୟୁ ପାଇଁ ଏକ କୋଟି ଟଙ୍କା ଚାର୍ଜ କରୁଛନ୍ତି। ସେହିଭଳି କିଛି ମିଡିଆ ରିପୋର୍ଟରେ ଏହା ମଧ୍ୟ ଦାବୀ କରାଯାଉଛି ଯେ ଏହି ଖବର ସମ୍ପୂର୍ଣ୍ଣ ଭାବରେ ମିଥ୍ୟା ଅଟେ। ଏହା ମଧ୍ୟ କୁହାଯାଉଛି ଯେ ତାଙ୍କ ଡେବ୍ୟୁ କରିବା କଥା ମିଛ ଅଟେ।