ଏହି ତିନି ଅଭିନେତାଙ୍କୁ ନିଜ ସ୍ୱୟଂମ୍ବରରେ ସାମିଲ କରିବାକୁ ଚାହୁଁଛନ୍ତି ତମନ୍ନା, ଲିଷ୍ଟରେ ଆସିଲା ଏହିସବୁ ବଲିଉଡ ଷ୍ଟାରଙ୍କ ନାମ

ଏବେ ବିଗ୍‌ବସ୍‌ ୧୩ର ପ୍ରତିଯୋଗୀ ଶେହନାଜ ଗିଲଙ୍କ ସ୍ୱୟଂମ୍ବରକୁ ନେଇ ଏବେ ବେଶ୍‌ ଚର୍ଚ୍ଚା। ଏହାପୂର୍ବରୁ ଟିଭିରେ ଅନେକ ଷ୍ଟାରଙ୍କ ସ୍ୱୟଂମ୍ବର ହୋଇସାରିଛି। ରାକ୍ଷୀ ସାଓ୍ଵନ୍ତ, ମଲିକା ଶେରାଓ୍ଵତ, ରାହୁଳ ମହାଜନ ଭଳି କଳାକାର ଏପରି ସ୍ୱୟଂମ୍ବର ଆୟୋଜନ କରିସାରିଛନ୍ତି। କିନ୍ତୁ ଏବେ ସାଉଥ୍‌ ଫିଲ୍ମରୁ ବଲିଉଡ୍‌ରେ ଏଣ୍ଟ୍ରି କରିଥିବା ତମନ୍ନା ଭାଟିଆଙ୍କୁ ନେଇ ଏବେ ସୋସିଆଲ୍‌ ମିଡ଼ିଆରେ ଚର୍ଚ୍ଚା ଚାଲିଛି।

tamana

କିଛି ଦିନ ତଳେ ଏକ ସାକ୍ଷାତ୍‌କାରରେ ତମନ୍ନାଙ୍କୁ ତାଙ୍କ ସ୍ୱୟଂମ୍ବର ସମ୍ପର୍କରେ ପଚରା ଯାଇଥିଲା। ସ୍ୱୟଂମ୍ବରରେ ସେ କେଉଁ ଅଭିନେତାଙ୍କୁ ସାମିଲ କରିବାକୁ ଚାହୁଁଛନ୍ତି ବୋଲି ପ୍ରଶ୍ନରେ ତମନ୍ନା ବେଶ୍‌ ମଜାଳିଆ ଉତ୍ତର ଦେଇଥିଲେ। ସେ କହିଥିଲେ ଯଦି ମୋର ସ୍ୱୟଂମ୍ବର ହୁଏ ତେବେ ସେଥିରେ ହ୍ରିତିକ୍‌ ରୋଶନ, ପ୍ରଭାସ ଏବଂ ଭିକ୍କି କୌଶଲଙ୍କୁ ନିଶ୍ଚିତ ଭାବେ ସାମିଲ୍‌ କରାଯିବ। ନିକଟରେ ତମନ୍ନା ହ୍ରିତିକଙ୍କ ବହୁତ ବଡ ଫ୍ୟାନ ବୋଲି କହିଥିଲେ। ସେତେବେଳେ ମଧ୍ୟ ତମନ୍ନା ହ୍ରିତିକଙ୍କ ସହିତ ଫଟୋ ମଧ୍ୟ କ୍ଲିକ କରିଥିଲେ। ଯାହା ସେତେବେଳେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.