ଶୁଟିଂ ଶେଷ ପରେ ତାମିଲ ଅଭିନେତା ବିଜୟ ୪୦୦ କୃ ମେମ୍ବରଙ୍କୁ ଉପହାରରେ ଦେଲେ ‘ସୁନା ମୁଦି’
ତାମିଲ ଅଭିନେତା ବିଜୟ ନିଜ ଅପ୍କମିଙ୍ଗ୍ ଫିଲ୍ମ ‘ବିଗିଲ’ର ଶୁଟିଂ ଶେଷ ହେବା ଖୁସିରେ ୪୦୦ କୃ ମେମ୍ବର୍ସଙ୍କୁ ଉପହାରରେ ଦେଇଛନ୍ତି ‘ସୁନା ମୁଦି’। ଯେତେବେଳେ ମଙ୍ଗଳବାର ଦ୍ୱିପ୍ରହରରେ ଫିଲ୍ମର ଶୁଟିଂ ସିଡ୍ୟୁଲ ସରିଥିଲା, ସେତେବେଳେ ବିଜୟ ଫିଲ୍ମ ସହ ଜଡ଼ିତ ଲୋକଙ୍କୁ ମୁଦି ଗିଫ୍ଟ କରିଥିଲେ, ଯାହା ଉପରେ ଫିଲ୍ମର ନାଁ ଇଂଲିଶରେ ‘ବିଗିଲ’ ଲେଖା ହୋଇଥିଲା।
ଏହାସହ ପଢ଼ନ୍ତୁ: ପାକିସ୍ତାନ କରାଚିରେ ପରଫର୍ମ କରିଥିବାରୁ ମିକାଙ୍କୁ ବୟକଟ୍ କଲା ଅଲ୍ ଇଣ୍ଡିଆ ସିନେ ଓ୍ଵାର୍କର୍ସ ଆସୋସିଏସନ୍
ନିର୍ମାତା ଅର୍ଚ୍ଚନା କରିଛନ୍ତି ଟୁଇଟ୍
ଏଜିଏସ୍ ସିନେମାର ସିଇଓ ତଥା ‘ବିଗିଲ’ର ନିର୍ମାତା ଅର୍ଚ୍ଚନା କଲପତି ଟୁଇଟରରେ ଏ ନେଇ ସୂଚନା ଦେଇଥିଲେ। ସେ ଲେଖିଥିଲେ ଯେ ‘ଏହି ସ୍ନେହଭରା ଉପହାରରେ ବିଜୟ ସମସ୍ତଙ୍କ ହୃଦୟ ଜିତିଯାଇଛନ୍ତି।’ ଫିଲ୍ମ ସହ ଜଡ଼ିତ ଆଉ ଜଣେ ଆକ୍ଟର ଆଥମା ଟୁଇଟରରେ ଏକ ଭିଡିଓ ସେୟାର କରି ବିଜୟଙ୍କୁ ଧନ୍ୟବାଦ ଜଣାଇଥିଲେ। ସେ ଉକ୍ତ ଭିଡିଓରେ ତାଙ୍କୁ ଉପହାରରେ ମିଳିଥିବା ମୁଦିକୁ ଦେଖାଉଛନ୍ତି। ଆଥମା ଲେଖିଛନ୍ତି, ‘ଭଗବାନ ଆପଣଙ୍କୁ ଏବଂ ଆପଣଙ୍କ ପରିବାରକୁ ଖୁସିରେ ରଖନ୍ତୁ।’
#Bigil has a team of 400 members working in the film everyday Our Thalapathy made it extra special by valuing each an every individual’s contribution today. This token of affection coming from him made everyone’s day #PositiveVibes #HeartOfGold #OurThalapathyIsTheBest 😊😊
— Archana Kalpathi (@archanakalpathi) August 13, 2019
ଶାହରୁଖ ମଧ୍ୟ ନଜର ଆସିବେ
-ଏହି ଫିଲ୍ମ ଚଳିତବର୍ଷ ଦୀପାବଳିରେ ମୁକ୍ତିଲାଭ କରିବ। ବିଜୟଙ୍କ ସହ ଏଥିରେ ଅଭିନେତ୍ରୀ ନୟନତାରା ଓ ବଲିଉଡ୍ ଅଭିନେତା ଶାହରୁଖ ଖାନ୍ ମଧ୍ୟ ନଜର ଆସିବେ। ଫିଲ୍ମର ପ୍ରଥମ ପୋଷ୍ଟର ବିଜୟଙ୍କ ଜନ୍ମଦିନ ଅର୍ଥାତ୍ ଜୁନ୍ ୨୧ରେ ରିଲିଜ୍ କରାଯାଇଥିଲା। ଏଥିରେ ବିଜୟ ଉଭୟ ବାପ-ପୁଅ ଭୂମିକାରେ ନଜର ଆସୁଛନ୍ତି।
-ଫିଲ୍ମରେ ଶାହରୁଖ ଖାନ୍ ଖଳନାୟକ ରୂପରେ ନଜର ଆସିବେ। ତାଙ୍କ ଭୂମିକା ବହୁତ ଛୋଟ ରହିଛି। ଏକ ଇଂଲିଶ େଓ୍ଵବସାଇଟ ମୁତାବକ, ସେ ଫିଲ୍ମର କ୍ଲାଇମାକ୍ସରେ ଦେଖାଯିବେ। ତାଙ୍କର ଏବଂ ବିଜୟଙ୍କ ମଧ୍ୟରେ ଏକ ଫାଇଟିଂ ସିନ୍ ରହିଛି। କୁହାଯାଉଛି କି, ଦୁଇଜଣ ଆକ୍ଟର ଏକ ସ୍ପେଶାଲ ଗୀତରେ ମଧ୍ୟ ଏକାଠି ନଜର ଆସିପାରନ୍ତି।
Actor #Aathma Who acts as #ThalapathyVijay‘s Friend in #Bigil shares about his Nice gesture of Treating the Team with Gold Gifts 👌 #BigilDiwali@actorvijay @ActorAATHMA @Ags_production @Atlee_dir @archanakalpathi @Jagadishbliss @BigilOff. pic.twitter.com/DBHKZTGEzZ
— #BIGIL (@BigilOff) August 13, 2019