କାର୍ ଦୁର୍ଘଟଣାରେ ଗୁରୁତର ହେଲେ ଅଭିନେତ୍ରୀ ୟଶିକା ଆନନ୍ଦ, ଘଟଣାସ୍ଥଳରେ ସାଙ୍ଗଙ୍କ ମୃତ୍ୟୁ

ଅଭିନେତ୍ରୀ ତଥା ବିଗବସ୍ ତାମିଲର ପୂର୍ବ କଣ୍ଟେଷ୍ଟଣ୍ଟ ୟଶିକା ଆନନ୍ଦଙ୍କ ସହ ହୋଇଛି ଦୁର୍ଘଟଣା । କାରରେ ଯାଉଥିବା ସମୟରେ ତାଙ୍କର ଦୁର୍ଘଟଣା ହୋଇଛି । ଏଥିରେ ସେ ଗୁରୁତର ଭାବେ ଆଘାତ ହୋଇଛନ୍ତି । ଗୁରୁତର ୟଶିକାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କିନ୍ତୁ ଦୁର୍ଘଟଣା ସମୟରେ ଉପସ୍ଥିତ ସାଙ୍ଗଙ୍କ ମୃତ୍ୟୁ ଘଟିଛି ।

ତେବେ ଏହି ଦୁର୍ଘଟଣା ମହାବଳୀପୁରମ ନିକଟରେ ହୋଇଥିବାର ସୂଚନା ମିଳିଛି । ଏବେ ୟଶିକାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ଦୁର୍ଘଟଣା ହେବା ସମୟରେ ଆଖପାଖ ଲୋକ ଆସି ତାଙ୍କୁ ସାହାଯ୍ୟ କରିଥିଲେ । ଘଟଣାସ୍ଥଳରେ ୟଶିକାଙ୍କ ସହ ୨ ଜଣ ସାଙ୍ଗ ଥିଲେ । କିନ୍ତୁ ତାଙ୍କ ମଧ୍ୟରୁ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଥିଲା । ଏବେ ହସ୍ପିଟାଲରେ ସେ ଏବଂ ତାଙ୍କ ସାଙ୍ଗ ଆଡମିଟ ଅଛନ୍ତି ।

tamill
pc: indiaglitz

ୟଶିକା ତାମିଲାନାଡୁର ମଡେଲ ସହ ଅନେକ ଫିଲ୍ମରେ କାମ କରିଛନ୍ତି । ଏହାସହ ୟଶିକା ବିଗବସ୍ ସିଜିନ ୨ରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.