ତାମିଲ ଅଭିନେତା ଦିଲ୍ଲୀ ଗଣେଶଙ୍କ ପରଲୋକ, ୪୦୦ରୁ ଅଧିକ ଫିଲ୍ମରେ କରିଛନ୍ତି କାମ

ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଲୋକପ୍ରିୟ ଅଭିନେତା ଦିଲ୍ଲୀ ଗଣେଶଙ୍କ ପରଲୋକ ହୋଇଛି । ଦୀର୍ଘଦିନରୁ ସେ ରୋଗରେ ପୀଡିତ ଥିଲେ । ଗତକାଲି ରାତିରେ ୮୦ ବର୍ଷ ବୟସରେ ପରଲୋକ ହୋଇଛି । ତାଙ୍କ ପୁଅ ମହାଦେବନ ବାପାଙ୍କ ବିୟୋଗ ବିଷୟରେ ସୂଚନା ଦେଇଛନ୍ତି । ନିଜ କ୍ୟାରିଅରରେ ଦିଲ୍ଲୀ ଗଣେଶ ୪୦୦ରୁ ଅଧିକ ଫିଲ୍ମ କରିଛନ୍ତି ।

ତାମିଲ ସିନେମାରେ ଏକ ପରିଚିତ ଅଭିନେତା ଭାବେ କାମ କରିଛନ୍ତି । ବିଭିନ୍ନ ପ୍ରକାର ଭୂମିକାରେ ଅଭିନୟ କରିଛନ୍ତି । କମେଡି ହେଉଥିବା ଅବା ଖଳନାୟକ ଭୂମିକାରେ ନଜର ଆସିଛନ୍ତି । ତାମିଲ ସିନେମାରେ ରଜନୀକାନ୍ତ, କମଲ ହାସନଙ୍କ ଭଳି କଳାକାରଙ୍କ ସହିତ କାମ କରିଛନ୍ତି । ଗଣେଶ ନିଜର କ୍ୟାରିଅର ୧୯୭୬ରେ ଆରମ୍ଭ କରିଥିଲେ ।

୧୯୮୧ରେ ଗଣେଶ ‘ଏଙ୍ଗମ୍ମା ମହାରାଣୀ’ରେ ନାୟକ ଭୂମିକାରେ ନଜର ଆସିଥିଲେ । କିନ୍ତୁ ସହାୟକ ଅଭିନେତା ଭାବେ ବେଶୀ କାମ କରି ପରିଚିତି ଲାଭ କରିଛନ୍ତି । ସେ ତାମିଲ, ତେଲୁଗୁ ଏବଂ ମାଲାୟାଲମର ୪୦୦ରୁ ଅଧିକ ଫିଲ୍ମରେ କାମ କରିଛନ୍ତି । ନାୟକନ, ମାଇକଲ ମଘାନା କାମ ରାଜନ, ସିନ୍ଧୁ ଭୈରବୀ, ଇରୂବର ଭଳି ଅନେକ ଫିଲ୍ମରେ ସେ ଅଭିନୟ କରିଛନ୍ତି ।

 

You might also like