୧୩ ବର୍ଷ ପରେ ପୁଣି ଧୋକା ଦେଲେ ସୈଫ, ସୋସିଆଲ ମିଡିଆରେ ନିଜର ଦୁଃଖ ବଖାଣିଲେ କାଜଲ

ଫିଲ୍ମଷ୍ଟାର ତଥା ସେଲିବ୍ରିଟି ମାନଙ୍କ ଭିତରେ ଥିବା ଭଲ ସମ୍ପର୍କ କଥା ତାହା ତ ସମସ୍ତଙ୍କୁ ଜଣା । ଏହାବାଦ ନିଜ ନିଜ ଭିତରର ବିବାଦ କାରଣରୁ ବି ସେମାନେ ପ୍ରାୟ ଚର୍ଚ୍ଚାରେ ରହିଥାନ୍ତି । ଏମିତି ହିଁ ଏକ ଖବର ନିକଟରେ ସାମ୍ନାକୁ ଆସିଛି । ତାହା ପୁଣି ଅଭିନେତ୍ରୀ କାଜଲ ଓ ସୈଫ ଅଲ୍ଲୀ ଖାଁଙ୍କୁ ନେଇ । ଅଭିନେତା ସୈଫ ଅଲ୍ଲୀ ଖାଁନ କାଜଲଙ୍କୁ ଧୋକା ଦେଇଥିବା ଖବର ନିଜେ କାଜଲ ହିଁ ସୋସିଆଲ ମିଡିଆରେ ହିଁ ପୋଷ୍ଟ କରିଛନ୍ତି । କାଜଲଙ୍କ ଅନୁଯାୟୀ ୧୩ ବର୍ଷ ପୂର୍ବର ଫିଲ୍ମ ଓଁକାରା ସମୟରେ ବି ସୈଫ କାଜଲଙ୍କୁ ଧୋକା ଦେଇଥିଲେ । କାଜଲ ନିକଟରେ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଥିଲେ । ସେହି ଫଟୋରେ ପଟୋଦି ନବାବଙ୍କ ସହ ଅଜୟ ଦେଵଗନ ଥିବା ନଜର ଆସିଛନ୍ତି ।

kajol

ଫଟୋର ତଳ କ୍ୟାପ୍ସନରେ କାଜଲ ସୈଫଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତିକି ‘ସୈଫ ତମେ ମୋତେ ୧୩ ବର୍ଷ ତଳେ ଓଁକାରା ସିନେମା ସମୟରେ ବି ଧୋକା ଦେଇଥିଲ, ପୁଣିଥରେ ଏବେର ପ୍ରମୋସନ ସମୟରେ ବି ତମେ ସେହି ସମାନ ଭୁଲ ଦୋହରେଇଲ । ଆଶା କରୁଛି ମୋର ଏହି ମେସେଜଟିକୁ ତମେ ସ୍ୱିଜରଲ୍ୟାଣ୍ଡରେ ଥାଇ ମଧ୍ୟ ପଢିବ’ । କାଜଲଙ୍କ ଏହି ଟ୍ୱିଟ ସୋସିଆଲ ମିଡ଼ିଆ ମାନଙ୍କରେ ଖୁବ ଜୋରରେ ଭାଇରଲ ହେବାରେ ମଧ୍ୟ ଲାଗିଛି । ପ୍ରକୃତରେ କାଜଲ, ସୈଫ, ଅଜୟ ଦେବଗନ ଅଭିନୀତ ଫିଲ୍ମ ‘ତନହାଜୀ: ଅନସଙ୍ଗ ଓ୍ଵାରିୟର’ର ପ୍ରମୋସନ କାମ ଏବେ ଚାଲୁଅଛି । କିନ୍ତୁ ଏହି ସମୟରେ ହିଁ ଅଜୟ ଓ ସୈଫ ଉଭୟ କାଜଲଙ୍କୁ ଏକାକୀ ଛାଡି ଚାଲିଯାଇଛନ୍ତି ।

ଏହି କାରଣରୁ ହିଁ କାଜଲ ନିଜ ଭିତର ରାଗ ସମ୍ଭାଳି ନ ପାରି ଏହି ଅଭିଯୋଗ ଆଣିଛନ୍ତି । ସୂଚନା ମୁତାବକ ଏହି ଫିଲ୍ମ ଆସନ୍ତା ଜାନୁଆରୀ ମାସ ୧୦ ତାରିଖରେ ରିଲିଜ ହେବାକୁ ଯାଉଛି । ଦର୍ଶକମାନେ ଦୀର୍ଘ ଦିନ ପରେ ଅଜୟ ଓ କାଜଲଙ୍କୁ ଏକାଠି ପରଦା ଉପରେ ଦେଖିବେ ବୋଲି ଜଣା ଯାଇଛି । ଏହି ସିନେମାରେ କାଜଲ, ଅଜୟଙ୍କ ପତ୍ନୀ ଭୂମିକା ନିଭେଉଛନ୍ତି । ଅନ୍ୟ ପକ୍ଷରେ ତନହାଜୀ ହେଉଛି ଅଜୟଙ୍କ କ୍ୟାରିୟରର ୧୦୦ତମ ସିନେମା । ଫିଲ୍ମଟିର ପୂରା ଷ୍ଟାର କାଷ୍ଟ ଫିଲ୍ମଟିର ପ୍ରମୋସନ କାମରେ ବ୍ୟସ୍ତ ଥିବା ଜଣାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.