ଦୁର୍ଘଟଣାର ଶିକାର ହେଲେ ତନୁଶ୍ରୀ ଦତ୍ତା, ମହାକାଳଙ୍କ ଦର୍ଶନ ପାଇଁ ଯିବା ବେଳେ ବ୍ରେକ୍‌ ଫେଲ୍‌ ହୋଇଗଲା କାର

ଦୁର୍ଘଟଣାର ଶିକାର ହୋଇଛନ୍ତି ଆଶିକ ବନାୟା ଆପ୍‌ନେ ଫେମ୍‌ ତନୁଶ୍ରୀ ଦତ୍ତା। ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ତନୁଶ୍ରୀ ନିଜ ଆକ୍ସିଡେଣ୍ଟ ବିଷୟରେ ସୂଚନା ଦେଇଛନ୍ତି। ମହାକାଳଙ୍କ ଦର୍ଶନ ପାଇଁ ଯିବା ବେଳେ ତନୁଶ୍ରୀ ଦତ୍ତାଙ୍କର ଏହି ଦୁର୍ଘଟଣା ହୋଇଛି। ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ଅଭିନେତ୍ରୀ ଏହି ଦୁର୍ଘଟଣା ବିଷୟରେ ସୂଚନା ଦେଇଛନ୍ତି।

ଦୁର୍ଘଟଣା ପଛର କାରଣ ସମ୍ପର୍କରେ ତନୁଶ୍ରୀ କହିଛନ୍ତି, ଗାଡ଼ିର ବ୍ରେକ୍‌ ଫେଲ୍‌ ହେବା ଯୋଗୁ ସେ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି। ଫଟୋ ସେୟାର କରି ତନୁଶ୍ରୀ କ୍ୟାପ୍‌ସନ୍‌ରେ ଲେଖିଛନ୍ତି- ଆଡଭେଞ୍ଚରରେ ଭରା ଆଜିର ଦିନ। ଶେଷରେ ମହାକାଳଙ୍କ ଦର୍ଶନ ପାଇଁ ପହଞ୍ଚିଲି। ମନ୍ଦିରକୁ ଯିବା ରାସ୍ତାରେ ଏକ ଦୁର୍ଘଟଣା ହେଲା। ବ୍ରେକ୍‌ ଫେଲ୍‌ ହେବା ପରେ ଗାଡ଼ି ପିଟି ହୋଇ ଯାଇଥିଲା। କିଛି ଜାଗା ସିଲେଇ ହେଲା… ଜୟ ଶ୍ରୀ ମହାକାଳ।

ତନୁଶ୍ରୀ ଦତ୍ତା ନିଜ ସୋସିଆଲ ମିଡିଆରେ ସେୟାର କରିଥିବା ଫଟୋରୁ ଜଣାପଡ଼ିଛି ଯେ ତାଙ୍କ ଗୋଡ଼ରେ ଆଘାତ ଲାଗିଛି। ଗୋଡ଼ରେ ଜୋରରେ ମାଡ଼ ହେବା ଯୋଗୁ ଫାଟି ଯାଇ ରକ୍ତ ବୋହୁଛି। କ୍ଷତ ଏତେ ହୋଇଛି ଯେ ସିଲେଇ କରିବାକୁ ପଡ଼ିଥିବା କହିଛନ୍ତି ତନୁଶ୍ରୀ। ତେବେ ବର୍ତ୍ତମାନ ସେ ସୁସ୍ଥ ଥିବା ପୋଷ୍ଟରେ କହିଛନ୍ତି।

ଅନ୍ୟପଟେ ତନୁଶ୍ରୀ ଦତ୍ତାଙ୍କ ଆକ୍ସିଡେଣ୍ଟ ବିଷୟରେ ଜାଣିବା ପରେ ଫ୍ୟାନ୍‌ମାନେ ଚିନ୍ତାବ୍ୟକ୍ତ କରୁଥିବା ଦେଖାଯାଇଛି। ତନୁଶ୍ରୀଙ୍କ ଫ୍ୟାନ୍‌ ଓ ପରିବାର ଲୋକ ପୋଷ୍ଟରେ କମେଣ୍ଟ କରି ତାଙ୍କ ସୁସ୍ଥତା କାମନା କରିଛନ୍ତି। କିଛି ଫ୍ୟାନ୍‌ ତନୁଶ୍ରୀଙ୍କ ପାଇଁ ଭଗବାନଙ୍କୁ ପ୍ରାର୍ଥନା କରିଥିବା ଦେଖାଯାଇଛି।

ସୂଚନାଯୋଗ୍ୟ ଯେ ୨୦୦୫ ମସିହାରେ ତନୁଶ୍ରୀ ଦତ୍ତା ବଲିଉଡ୍‌ରେ ପାଦ ରଖିଥିଲେ। ତାଙ୍କ ଡେବ୍ୟୁ ଫିଲ୍ମର ନାଁ ଥିଲା ଆଶିକ ବନାୟା ଆପ୍‌ନେ। ଏହି ଫିଲ୍ମରେ ତନୁଶ୍ରୀଙ୍କ ସହ ଇମ୍ରାନ୍‌ ହାସ୍‌ମୀ ଓ ସୋନୁ ସୁଦ୍‌ ନଜର ଆସିଥିଲେ। ତନୁଶ୍ରୀ ନିଜ ଆକ୍ଟିଂ ତୁଳନାରେ ବୋଲ୍ଡ ଅନ୍ଦାଜ ଯୋଗୁ ଲୋକଙ୍କର ଅଧିକ ଧ୍ୟାନ ଆକର୍ଷଣ କରିଥିଲେ।

ପ୍ରକାଶ ଯେ ଦ କଶ୍ମୀର ଫାଇଲ୍ସର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ବିରୋଧରେ ମି ଠୁ ମାମଲା ଆଣି ଚର୍ଚ୍ଚାକୁ ଆସିଥିଲେ ତନୁଶ୍ରୀ ଦତ୍ତା। ୨୦୧୮ ମସିହାରେ ତନୁଶ୍ରୀ ଅଭିଯୋଗ କରିଥିଲେ ଯେ ବିବେକ ତାଙ୍କୁ ପୋଷାକ ଖୋଲିବାକୁ କହିଥିଲେ। ୨୦୦୫ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଚକଲେଟ୍‌: ଡିପ୍‌ ଡାର୍କ ସିକ୍ରେଟ୍‌’ ର ସୁଟିଂ ବେଳେ ଘଟିଥିବା ଏକ ଘଟଣା ସମ୍ପର୍କରେ ତନୁଶ୍ରୀ କହିଥିଲେ।ତନୁଶ୍ରୀ ଦତ୍ତା କହିଥିଲେ- ଫିଲ୍ମର ଏକ ସିନ୍‌ରେ ଅଭିନେତା ଇରଫାନ୍‌ ଖାନ୍‌ଙ୍କୁ ଦେଖି ମୋତେ ଫେସ୍‌ ଏକ୍ସପ୍ରେସନ୍‌ ଦେବାର ଥିଲା। ସେତେବେଳେ ଫିଲ୍ମର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ମୋତେ ଡ୍ରେସ୍‌ ଖୋଲିବାକୁ କହିଥିଲେ। କିନ୍ତୁ ଫିଲ୍ମରେ ସେମିତି କିଛି ସିନ୍‌ ନଥିଲା। ନିର୍ଦ୍ଦେଶକଙ୍କ କଥା ଶୁଣି ମୁଁ କିଛି କହିବା ପୂର୍ବରୁ ଇରଫାନ୍‌ ଖାନ୍‌ ନିର୍ଦ୍ଦେଶକଙ୍କୁ ଅଟକାଇଥିଲେ ଓ ଏମିତି କରିବାର ଆବଶ୍ୟକତା ନାହିଁ ବୋଲି ବି କହିଥିଲେ। ଫିଲ୍ମର ଆଉ ଜଣେ କଳାକାର ସୁନୀଲ ସେଟ୍ଟୀ ମଧ୍ୟ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କୁ ରୋକିଥିଲେ।

Also Read: କେବଳ କାକୁଡ଼ି ନୁହେଁ, ଏହାର ମଞ୍ଜିରେ ବି ଭରି ରହିଛି ଅନେକ ଚମତ୍କାରୀ ଗୁଣ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.