ଏହି ଲୋକପ୍ରିୟ ଅଭିନେତାଙ୍କୁ ନେଇ ତନୁଶ୍ରୀଙ୍କ ଆଶ୍ଚର୍ଯ୍ୟ କରିଦେବା ଭଳି ଖୁଲାସା: କହିଲେ ମୋତେ ହତ୍ୟା କରିବାକୁ କରାଯାଇଛି ଷଡଯନ୍ତ୍ର

ଫିଲ୍ମ ‘ଆଶିକ୍ ବନାୟା ଆପନେ’ରେ ବୋଲ୍ଡ ସିନ କରି ହେଡଲାଇନ୍ ଥିବା ଅଭିନେତ୍ରୀ ତନୁଶ୍ରୀ ଦତ୍ତା ପ୍ରାୟତଃ ଚର୍ଚ୍ଚାରେ ରୁହନ୍ତି। ଇଣ୍ଡଷ୍ଟ୍ରିରେ ନିଜର ପରିଚୟ ସୃଷ୍ଟି କରି ଲାଇମଲାଇଟ୍ ଠାରୁ ଦୂରେଇ ରହିଥିବା ଏହି ଅଭିନେତ୍ରୀ ଦୀର୍ଘ ଦିନ ଧରି ଯୌନ ଉତ୍ପୀଡ଼ନ ମାମଲାର କଥା କହି ଆସୁଥିଲେ। ଅଭିନେତ୍ରୀ ନାନା ପାଟେକରଙ୍କ ବିରୋଧରେ ଅନେକ ଯୌନ ଶୋଷଣ ଅଭିଯୋଗ ଆଣିଥିଲେ। ତେବେ ଏକ ସାକ୍ଷାତକାର ବେଳେ ତନୁଶ୍ରୀ କହିଛନ୍ତି କି ‘ମି ଠୁ’ ନେଇ ଖୁଲାସା କରିବା ପରେ ତାଙ୍କୁ ହତ୍ୟା କରିବାକୁ ବାରମ୍ବାର ଚେଷ୍ଟା କରାଯାଉଛି । ଏହା ବି ସେ କହିଛନ୍ତି କି ତାଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର କରାଯାଇଛି । ସେ କହିଛନ୍ତି କି ଯଦି ମୋର କିଛି ହୁଏ ତେବେ ଏଥିପାଇଁ କେବଳ ନାନା ପାଟେକର ଦାୟି ରହିବେ ।

ଗଣମାଧ୍ୟମକୁ ଏକ ସାକ୍ଷାତକାର ଦେଇ ତାଙ୍କ ସହ ଘଟିଥିବା କିଛି ଦୁର୍ଘଟଣା ବିଷୟରେ ତନୁଶ୍ରୀ ଦତ୍ତା ନିକଟରେ ଏକ ବଡ଼ ଖୁଲାସା କରିଛନ୍ତି। ଯେଉଁ ବିଷୟରେ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ତନୁଶ୍ରୀ ଦତ୍ତା କହିଛନ୍ତି ଯେ କିଛି ଦିନ ପୂର୍ବରୁ ସେ ଉଜୈନରେ ଥିଲା ବେଳେ ତାଙ୍କ ଗାଡିର ବ୍ରେକ ଫେଲ କରିଦିଆଯାଇଥିଲା । ଏହାପରେ ତାଙ୍କର ଦୁର୍ଘଟଣା ହୋଇଥିଲା । ଏଥିରେ ସେ ଗୁରୁତର ହେବା ସହ ଅନେକ ଦିନ ଧରି ମେଡିକାଲରେ ପଡି ରହିଥିବା କଥା କହିଛନ୍ତି । କେବଳ ସେତିକି ନୁହେଁ ‘ମୋ ଘରେ ଜଣେ ମହିଳା କାମ କରୁଥିଲେ (ଚାକର) । ସେ ଆସିବା ପରଠାରୁ ମୁଁ ଧୀରେ ଧୀରେ ଅସୁସ୍ଥ ହେବାକୁ ଲାଗିଲି । ଯାହା ପରେ ମୁଁ ସନ୍ଦେହ କରିବାକୁ ଲାଗିଲି ଯେ ମୋ ପାଣିରେ କିଛି ମିଶ୍ରିତ ହେଉଛି | ତାଙ୍କ ଚାକରାଣୀଙ୍କ ସହାୟତାରେ ତାଙ୍କୁ ଖାଦ୍ୟରେ ବିଶ ଦେଇ ହତ୍ୟା କରିବାକୁ ମଧ୍ୟ ଷଡଯନ୍ତ୍ର କରାଯାଇଥିଲା ।

କିଛି ମାସ ପୂର୍ବେ ତନୁଶ୍ରୀ ତାଙ୍କ ସହ ଘଟୁଥିବା ଘଟଣା ପାଇଁ ଅଭିନେତା ନାନା ପାଟେକର ଏବଂ ତାଙ୍କ ବଲିଉଡ ମାଫିଆ ବନ୍ଧୁମାନଙ୍କୁ ଦାୟୀ କରିଥିଲେ। ସେ କହିଥିଲେ ଯେ ଯଦି ତାଙ୍କ ସହ କିଛି ଘଟେ ତେବେ ଫିଲ୍ମ ଅଭିନେତା ନାନା ପାଟେକର, ତାଙ୍କ ଲିଗାଲ୍ ଟିମ୍ ଏବଂ ତାଙ୍କ ବଲିଉଡ ମାଫିଆ ବନ୍ଧୁମାନେ ଦାୟୀ ରହିବେ।

ସୂଚନା ଥାଉକି ଗୋଟିଏ ସମୟରେ ବଲିଉଡରେ ‘ମି ଠୁ’ କୁ ନେଇ ଏକ କ୍ୟାମ୍ପେନ କରାଯାଇଥିଲା । ଏଥିରେ ତନୁଶ୍ରୀ ଦତ୍ତା କହିଥିଲେ କି ୨୦୦୮ ମସିହାରେ ସିନେମା ‘ଧକେ ହର୍ଣ୍ଣ ପ୍ଲିଜ’ ର ସୁଟିଂ ସେଟରେ ଅଭିନେତା ନାନା ପାଟେକର ତାଙ୍କୁ ଯୌନ ଶୋଷଣ କରିଥିଲେ । ଏନେଇ ତନୁଶ୍ରୀ ଥାନାରେ ମଧ୍ୟ ଅଭିଯୋଗ କରିଥିଲେ । ହେଲେ ଏହି ମାମଲାରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିଲା । ମାତ୍ର ତନୁଶ୍ରୀଙ୍କ ଏଭଳି ଅଭିଯୋଗକୁ ଖଣ୍ଡନ କରିଥିଲେ ନାନା ପାଟେକର । ସେପଟେ ଏହି ଘଟଣା ପରେ ତନୁଶ୍ରୀ ସିନେମା ଦୁନିଆରୁ ଦୂରେଇ ଯାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.