ପୁଷ୍ପା ଫିଲ୍ମ ଡାଇଲଗ୍‌ ରେ ରିଲ୍ସ କରି ଭାଇରାଲ ହେଲେ କିଲି ପଓଲ୍‌, ଇନଷ୍ଟାଗ୍ରାମରେ ମିଳୁଛି ଅନେକ ପ୍ରଂଶସା, ଦେଖନ୍ତୁ ଥରେ ଭିଡ଼ିଓ

ଏବେ ଚାଲିଛି ରିଲ୍ସ ଜମାନା। ଟ୍ରେଣ୍ଡିଂ ସଙ୍ଗ ଉପରେ ଏବେ ଯୁବ ଗୋଷ୍ଠୀ ରିଲ୍ସ କରି ଭାଇରାଲ ହେବାରେ ବ୍ୟସ୍ତ। ସେ ଓଡ଼ିଆ ଗୀତ ହେଉ ଅବା ହିନ୍ଦୀ କିମ୍ବା ତେଲୁଗୁ । ଏମିତିରେ ହଲିଉଡ଼ ସଙ୍ଗର କ୍ରେଜ ବି ବେଶ ଅଧିକ ରହିଛି। ତେବେ ସେ ଯାହା ହେଉ ନା କାହିଁକି ରିଲ୍ସ କରିବାରେ ହିଁ କେବଳ ମତଲବ ଅଛି। ଗୀତ ଯାହା ହେଉ ନା କାହିଁକି। ଏମିତିରେ ଗୀତ ଗୁଡ଼ିକ ଅଧିକ ଲୋକପ୍ରିୟ ମଧ୍ୟ ହେଉଛି।

ଏହାସହ ଅନେକ ଏମିତି ଅଛନ୍ତି ଯେଉଁମାନେ ଏଥିରୁ ବେଶ ପପୁଲାର ହେଉଛନ୍ତି। ସାରା ଦୁନିଆରେ ତାଙ୍କ ଚର୍ଚ୍ଚା ଧରୁଛି । ଆମେ ଯାହା କଥା କହୁଛୁ ସେ ଏବେ ଗତ କିଛି ଦିନ ହେବ ରିଲ୍ସ ପାଇଁ ଭାଇରାଲ ହୋଇଥିବା ତାଞ୍ଜାନିଆ ବୟ କିଲି ପଓଲ୍‌। କିଲି ପଓଲ୍‌ ନିଜ ଭଉଣୀଙ୍କ ସହ ମିଶି ହିନ୍ଦୀର ନୂଆ ଗୀତରେ ରିଲ୍ସ କରି ଖୁବ ଶୀଘ୍ର ଲୋକପ୍ରିୟତା ହାସଲ କରିଛନ୍ତି। ଭାରତରୁ ଏମାନଙ୍କୁ ଅନେକ ଭଲ ପାଇବା ମିଳିଛି। ଏବେ କିନ୍ତୁ ସେ ତେଲୁଗୁ ଗୀତରେ ରିଲ୍ସ କରି ପୁଣିଥରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି।

 

View this post on Instagram

 

A post shared by Kili Paul (@kili_paul)

ଫିଲ୍ମ ପୁଷ୍ପା: ଦ ରାଇଜର ଏକ ସୁପରହିଟ ଡାଇଲଗରେ ଆକ୍ଟିଂ ବା ରିଲ୍ସ କରି ପୁଣିଥରେ ସୋସିଆଲ ମିଡିଆରେ ଭାଇରାଲ ହୋଇଛନ୍ତି। ଏହାକୁ ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଏହାପରେ ଭିଓର୍ସଙ୍କ ତରଫରୁ ତାଙ୍କୁ ପ୍ରଂଶସା ମିଳିଛି। ସେ ପ୍ରାୟତଃ ସବୁ ସମୟରେ ଭାରତୀୟ ଗୀତ ଉପରେ ରିଲ୍ସ କରୁଥିବାର ଦେଖିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.