‘ତାରକ ମେହତା କା ଉଲଟା ଚଷମା’ରୁ ବିଦାୟ ନେଲେ ଟପ୍ପୁ; କହିଲେ, ‘ଏଥିରୁ ବହୁତ କିଛି ଶିଖିବାକୁ ମିଳିଲା, ସମସ୍ତଙ୍କୁ ଧନ୍ୟବାଦ…’

‘ତାରକ ମେହତା କା ଉଲଟା ଚଷମା’ ଏମିତି ଏକ ଶୋ’, ଯାହା ବିଗତ ୧୪ ବର୍ଷ ଧରି ଦର୍ଶକଙ୍କୁ ଭରପୂର ମନୋରଞ୍ଜନ କରି ଆସୁଛି। ଶୋ’ର ପ୍ରତ୍ୟେକ ଚରିତ୍ରର ନିଜସ୍ୱ ଏକ ଫ୍ୟାନ୍ ଫଲୋଇଙ୍ଗ୍ ରହିଛନ୍ତି। କିନ୍ତୁ କିଛି ବର୍ଷ ହେବ ଅନେକ ଜଣାଶୁଣା କଳାକାର ଶୋ’ର ହାତ ଛାଡ଼ିଛନ୍ତି, ଆଉ ଏବେ ଏହି ତାଲିକାରେ ଯୋଡ଼ି ହୋଇଛନ୍ତି ଶୋ’ର ମୁଖ୍ୟ କଳାକାର ଟପ୍ପୁ ଓରଫ୍ ରାଜ ଅନାଦକଟ।
କିଛି ଦିନ ତଳେ ଚର୍ଚ୍ଚା ହେଉଥିଲା କି, ଟପ୍ପୁ ‘ତାରକ ମେହତା କା ଉଲଟା ଚଷମା’ରୁ ବିଦାୟ ନେବାକୁ ଯାଉଛନ୍ତି, କିନ୍ତୁ ଏପରି ଖବରକୁ ସେ ସବୁବେଳେ ଗୁଜବ ବୋଲି କହି ଏଡ଼ାଇ ଚାଲିଥିଲେ। ଏବେ ପ୍ରକୃତରେ ଯେତେବେଳେ ଟପ୍ପୁ ଶୋ’ ଛାଡ଼ିଛନ୍ତି, ତ ନିଜେ ଏକ ପୋଷ୍ଟ ମାଧ୍ୟମରେ ଫ୍ୟାନ୍ମାନଙ୍କୁ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, ‘ହ୍ୟାଲୋ ଏଭରିଓ୍ଵାନ, ଏବେ ସମୟ ଆସିଯାଇଛି କି, ସମସ୍ତ ଖବର ଓ କଥା ଉପରେ ବିରାମ ଲଗାଇବାର ଏବଂ କହୁଛି କି, ଏବେ ମୁଁ ‘ତାରକ ମେହତା କା ଉଲଟା ଚଷମା’ରୁ ଅଲଗା ହେଉଛି’।
ରାଜ ଅନାଦକଟ ଆହୁରି ଲେଖିଛନ୍ତି, ‘ମୋର ଚୁକ୍ତି ଅଫିସିଆଲ ଭାବେ ନୀଲା ଫିଲ୍ମସ୍ ଏବଂ ‘ତାରକ ମେହତା କା ଉଲଟା ଚଷମା’ ସହିତ ଶେଷ ହୋଇଛି। ଏହା ଏକ ଭଲ ଯାତ୍ରା ଥିଲା, ଯେଉଁଥିରେ ବହୁତ କିଛି ଶିଖିବାକୁ ମିଳିଲା। ମୁଁ ସେହି ସମସ୍ତ ଲୋକଙ୍କୁ ଧନ୍ୟବାଦ ଦେବାକୁ ଚାହେଁ, ଯେଉଁମାନେ ଏହି ଯାତ୍ରାରେ ମୋତେ ସପୋର୍ଟ କରିଥିଲେ’।
ରାଜ କହିଛନ୍ତି, ‘ତାରକ ମେହତା’ର ପୂରା ଟିମ୍, ମୋର ବନ୍ଧୁ, ପରିବାର ଏବଂ ଆପଣ ସମସ୍ତଙ୍କୁ ଧନ୍ୟବାଦ, ଯେଉଁମାନେ ଟପ୍ପୁ ରୂପରେ ମୋତେ ପସନ୍ଦ କଲେ। ଆପଣମାନଙ୍କର ଏହି ଭଲ ପାଇବା ମୋତେ ଭଲ କରିବାକୁ ପ୍ରେରଣା ଦେଉଛି। ମୁଁ ‘ତାରକ ମେହତା କା ଉଲଟା ଚଷମା’ର ପୂରା ଟିମ୍କୁ ସେମାନଙ୍କ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇବାକୁ ଚାହୁଁଛି। ମୁଁ ଜଲ୍ଦି ଫେରି ଆସିବି ଏବଂ ଆପଣ ସମସ୍ତଙ୍କୁ ମନୋରଞ୍ଜନ କରିବି। ଆପଣଙ୍କ ଭଲ ପାଇବା ଏବଂ ସମର୍ଥନ ବଜାୟ ରଖନ୍ତୁ’। ତେବେ ରାଜ ଶୋ’ ଛାଡିବା ପଛରେ କୌଣସି କାରଣ ଜଣାଇ ନାହାନ୍ତି, କିନ୍ତୁ କୁହାଯାଉଛି, ନିଜ କ୍ୟାରିୟରର ବିକାଶ ପାଇଁ ସେ ଏହି ନିଷ୍ପତ୍ତି ନେଇଛନ୍ତି।
View this post on Instagram