ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଓଲିଉଡ୍‌ ଗାୟିକା ତପୁ ମିଶ୍ର

କଟକ (କେ ନ୍ୟୁଜ୍‌) : କରୋନାରେ ପୀଡ଼ିତା ଓଲିଉଡ ଗାୟିକା ତପୁ ମିଶ୍ର ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ପୂର୍ବାପେକ୍ଷା ଉନ୍ନତି ଘଟିଛି ।

ଯାହା ସୂଚନା ମିଳିଛି ଡାକ୍ତରଙ୍କ ଲଗାତର ଉଦ୍ୟମ ଏବଂ ତପୁଙ୍କ ମନୋବଳ ଯୋଗୁଁ ତାଙ୍କ ସ୍ୱାସ୍ଥ୍ୟ ସୁଧୁରିବାରେ ଲାଗିଛି । ତପୁଙ୍କ ସ୍ୱାମୀ ଦୀପକ କହିଛନ୍ତି ସମସ୍ତଙ୍କ ଭଲ ପାଇବା ଓ ଆଶୀର୍ବାଦ ପାଇଁ ସେ ସୁସ୍ଥ ହେଉଛନ୍ତି । ମୋ ବିଶ୍ୱାସ ତପୁ ଏହି ଜୀବନ ସଂଗ୍ରାମରୁ ନିଶ୍ଚୟ କମ୍‌ବ୍ୟାକ କରିବେ। ଏପଟେ ତପୁଙ୍କ ଫ୍ୟାନ୍‌ମାନେ ତାଙ୍କର ଆରୋଗ୍ୟ କାମନା କରି ଇଈଶ୍ଵରଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି । ତପୁ ମିଶ୍ର ଏବେ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଗତ କିଛି ଦିନ ହେଲା ଚିକିତ୍ସାଧୀନ ଅଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.