ଟାର୍ଜନ ଅଭିନେତା ଜୋ ଲାରାଙ୍କ ବିମାନ ଦୁର୍ଘଟଣାରେ ପରଲୋକ, ପତ୍ନୀଙ୍କ ସମେତ ଅନ୍ଯ ୫ ମୃତ

ନବେ ଦଶକର ପ୍ରସିଦ୍ଧ ଟାର୍ଜନ ସିରିଜ୍‌ର ମୁଖ୍ୟ ନାୟକ ଭାବେ ଅଭିନୟ କରିଥିବା ଓ୍ଵିଲିୟମ ଯୋଶେଫ ଲାରା ବା ଜୋଏ ଲାରା ଆଉ ନାହାନ୍ତି । ଗତ ଶନିବାର ଦିନ ଏକ ବିମାନ ଦୁର୍ଘଟଣାରେ ସେ ପ୍ରାଣ ହରାଇଥିବା ସୂଚନା ମିଳିଛି ।

ଦୁଃଖ ଏତିକି ନୁହେଁ, ଏହି ଦୁର୍ଘଟଣାରେ ଲାରାଙ୍କ ସମେତ ତାଙ୍କ ପତ୍ନୀ ଏବଂ ଅନ୍ୟ ପାଞ୍ଚଜଣଙ୍କର ମଧ୍ୟ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ସେମାନେ ଯାତ୍ରା କରୁଥିବା ଏକ ଛୋଟିଆ ବିମାନଟି ଦୁର୍ଘଟଣା ଗ୍ରସ୍ତ ହୋଇ ନାସଭିଲ ସ୍ଥିତ ଟେନିସି ହ୍ରଦରେ ଖସି ପଡ଼ିଥିଲା । ଅଗ୍ନିଶମ କର୍ମଚାରୀ ଏବଂ ପୋଲିସ ମୃତଦେହ ଉଦ୍ଧାର ପାଇଁ ଉଦ୍ୟମ ଜାରି ରଖିଛନ୍ତି । ତେବେ ସେମାନଙ୍କୁ କେବଳ ମୃତଦେହର ଅବଶେଷ ମିଳିଥିବା ସୂଚନା ମିଳିଛି । ଦୁର୍ଘଟଣାର କାରଣ ଜଣାପଡ଼ି ନାହିଁ । ରଦରଫୋର୍ଡ଼ କାଉଣ୍ଟି ଫାୟାର କ୍ୟାପଟେନ ଜନ ଏଙ୍ଗେଲ କହିଛନ୍ତି ଯେ ସ୍ମାଏର୍ନା ନିକଟ ପର୍ସିପ୍ରିଷ୍ଟ ନଦୀରେ ମୃତଦେହ ଏବଂ ଆଖପାଖ ଅଞ୍ଚଳରେ ଦୁର୍ଘଟଣା ଗ୍ରସ୍ତ ବିମାନର ଅବଶେଷ ଖୋଜା ଚାଲିଛି ।

TARZAN-2

କହି ରଖିବୁ ଯେ ୧୯୯୬-୯୭ରେ ଲାରା ଟାର୍ଜନ ଟିଭି ସିରିଜ୍‌ରେ ପ୍ରଥମେ ଅଭିନୟ କରିଥିଲେ । ଟାର୍ଜନ ଭୂମିକାରେ ତାଙ୍କର ଅଭିନୟ ବେଶ୍‌ ଲୋକପ୍ରିୟ ହୋଇଥିଲା । ଶେଷ ଥର ପାଇଁ ସେ ୨୦୧୮ରେ ବଡ ପରଦାକୁ ଆସିଥିଲେ । ସମର ଅଫ 67 ଚଳଚିତ୍ରରେ ସେ ଅଭିନୟ କରିଥିଲେ । ମତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା । ଜଣେ ଅଭିନେତା ହେବା ସହ ସେ ଏକାଧାରରେ ଜଣେ ଲାଇସେନ୍ସ ପ୍ରାପ୍ତ ପାଇଲଟ୍‌, ଡାଇଭର୍‌, ସର୍ଫର ଓ ବକ୍ସର ମଧ୍ୟ ଥିଲେ ।

 

Leave A Reply

Your email address will not be published.