ମନୋରଂଜନ

‘ତେରି ବାତୋ ମେଁ ଐସା ଉଲଝା ଜିୟା’ ଫାଷ୍ଟ ଡେ କଲେକ୍ସନ୍‌, ଫ୍ୟାନ୍ସଙ୍କୁ ପସନ୍ଦ ଆସିଲା ସାହିଦ ଓ କୃତିଙ୍କ ଦମଦାର ଆକ୍ଟିଂ

ସାହିଦ କପୁର ଓ କୃତି ସାନନଙ୍କ ଅଭିନୀତ ଫିଲ୍ମ ‘ତେରି ବାତୋ ମେଁ ଐସା ଉଲଝା ଜିୟା’ ସିନେମା ହଲ୍‌ରେ ମୁକ୍ତିଲାଭ କରିଛି । ଏହି ରୋମାଣ୍ଟିକ୍ କମେଡି ଫିଲ୍ମକୁ ଲୋକଙ୍କ ଠାରୁ ଠିକ୍‌ ଠାକ୍‌ ରିଭ୍ୟୁ ମିଳିଛି । ଏଭଳି ପରିସ୍ଥିତିରେ ‘ତେରି ବାତୋ ମେଁ ଐସା ଉଲଝା ଜିୟା’ ର ରିଲିଜ୍‌ ଦିନ ବକ୍ସ ଅଫିସ୍ ବହୁତ ଭଲ କଲେକ୍ସନ୍‌ କରିଛି । ଫିଲ୍ମ ‘ତେରି ବାତୋ ମେଁ ଐସା ଉଲଝା ଜିୟା’ ପ୍ରଥମ ଦିନରେ ବକ୍ସ ଅଫିସରେ ଆଶା କରାଯାଉଥିବା ପରି ଭଲ ଇନ୍‌କମ୍‌ କରିଛି । ଭାଲେଣ୍ଟାଇନ୍ ସପ୍ତାହରେ ମୁକ୍ତିଲାଭ କରିଥିବା ସାହିଦ କପୁର ଏବଂ କୃତି ସାନନ୍ ଫିଲ୍ମ, ବକ୍ସ ଅଫିସରେ ଭଲ କଲେକ୍ସନ୍‌ କରିବ ବୋଲି ଆଶା କରାଯାଉଛି । ତାହେଲେ ଆସନ୍ତୁ ଜାଣିବା ଯେ ଫିଲ୍ମଟି ପ୍ରଥମ ଦିନରେ କେତେ ଇନ୍‌କମ୍‌ କରିଛି ।

ସାହିଦ କପୁର ଓ କୃତି ସାନନଙ୍କ ଫିଲ୍ମ ‘ତେରି ବାତୋ ମେଁ ଐସା ଉଲଝା ଜିୟା’ ରିଲିଜ୍ ପୂର୍ବରୁ ଆଡଭାନ୍ସ ବୁକିଂରୁ ମାତ୍ର ୨.୧୧ କୋଟି ଟଙ୍କା ଆୟ କରିଛି । ତେବେ ଫିଲ୍ମ ‘ତେରି ବାତୋ ମେଁ ଐସା ଉଲଝା ଜିୟା’ ର ପ୍ରଥମ ଦିନର କଲେକ୍ସନ୍‌ ସାମ୍ନାକୁ ଆସିଛି । ସୂଚନା ମୁତାବକ, ଫିଲ୍ମ ‘ତେରି ବାତୋ ମେଁ ଐସା ଉଲଝା ଜିୟା’ ଶୁକ୍ରବାର ଦିନ ଭାରତରେ ୬.୫ କୋଟି ଟଙ୍କା ଆୟ କରିଛି ।

ସୂଚନା ଅନୁଯାୟୀ, ଫିଲ୍ମ ‘ତେରି ବାତୋ ମେଁ ଐସା ଉଲଝା ଜିୟା’ ଶୁକ୍ରବାର ଦିନ ହିନ୍ଦୀରେ ୧୪.୯୨ ପ୍ରତିଶତ କଲେକ୍ସନ୍‌ କରିଛି । ତେବେ ସକାଳର ସୋ ରେ ୮.୮ ପ୍ରତିଶତ ଇନ୍‌କମ୍‌ କରିଥିବା ବେଳେ ଅପରାହ୍ନ ସୋ ରେ ୧୧.୭୯ ପ୍ରତିଶତ ଆୟ କରିଛି । ସେହିପରି ଭାବେ ଇଭିନିଗିଂ ସୋ ଏବଂ ନାଇଟ୍ ସୋ ରେ ୧୩.୬୨ ପ୍ରତିଶତ ଏବଂ ୨୫.୪୬ ପ୍ରତିଶତ କଲେକ୍ସନ୍‌ କରିଛି । ଏହି ପରି ଭାବେ ସାହିଦ ଏବଂ କୃତିଙ୍କ ଏହି ଚଳଚ୍ଚିତ୍ର ରିଲିଜ୍‌ ଦିନ ଆଶା କରାଯାଉଥିବା ଠାରୁ ଭଲ ଇନ୍‌କମ୍‌ କରିଛି । ତେବେ ରିଲିଜ୍‌ ହୋଇଥିବା ସପ୍ତାହର ଶେଷରେ ମଧ୍ୟ ଫିଲ୍ମ ‘ତେରି ବାତୋ ମେଁ ଐସା ଉଲଝା ଜିୟା’ ଭଲ କଲେକ୍ସନ୍‌ କରିପାରେ ।

ନିର୍ମାତା ଦୀନେଶ ବିଜାନଙ୍କ ପ୍ରଡକ୍ସନ୍ ହାଉସ୍ ଦ୍ୱାରା ନିର୍ମିତ ଫିଲ୍ମ ‘ତେରି ବାତୋ ମେଁ ଐସା ଉଲଝା ଜିୟା’ ରେ ସାହିଦ କପୁର ଏବଂ କୃତି ସାନନ୍ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ତେବେ ବଡ ପରଦାରେ ଅଭିନେତାଙ୍କର ଲାଷ୍ଟ ଫିଲ୍ମ ଥିଲା ‘ଜର୍ସି’ ଯାହା ବକ୍ସ ଅଫିସରେ ଏକ ବଡ଼ ଫ୍ଲପ୍ ବୋଲି ପ୍ରମାଣିତ ହୋଇଥିଲା । ଏହା ସହ ଫିଲ୍ମର ବଜେଟ୍ ପ୍ରାୟ ୭୫ କୋଟି ଟଙ୍କା ହେବ ବୋଲି କୁହାଯାଉଛି । ଏବେ ଦେଖିବାରେ ଅଛି ଏହି ଫିଲ୍ମଟି ଅପ୍‌କମିଂ ଡେ ମାନଙ୍କରେ କେତେ କଲେକ୍ସନ୍‌ କରିବ ।

KNews Bureau

Recent Posts

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

3 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

20 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

34 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

47 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

48 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

8 hours ago