ଏୟାରଫୋର୍ସ ଅଫିସର ହେଲେ କଙ୍ଗନା ରାଣାଓ୍ଵତ୍‌, ଜନ୍ମଦିନରେ ରିଲିଜ୍‌ ହେଲା ‘ତେଜସ୍‌’ର ଫାଷ୍ଟ୍‍ ଲୁକ୍‌

ଆଜି ବଲିଉଡ୍‌ କୁଇନ୍‌ କଙ୍ଗନା ରାଣାଓ୍ଵତ୍‌ଙ୍କ ଜନ୍ମଦିନ। ଆଉ ଏହି ଖାସ୍‌ ମଉକାରେ ତାଙ୍କ ଫିଲ୍ମ ‘ତେଜସ୍‌’ର ଫାଷ୍ଟ୍‍ ଲୁକ୍‌ ରିଲିଜ ହୋଇଛି। ଏହି ଫିଲ୍ମରେ କଙ୍ଗନା ଜଣେ ଏୟାରଫୋର୍ସ ଅଫିସର ଭୂମିକାରେ ନଜର ଆସିଛନ୍ତି। ଫଟୋରେ କଙ୍ଗନା ଏୟାରଫୋର୍ସ ଡ୍ରେସ୍‌ରେ ବସିଥିବାର ଦେଖାଯାଉଛନ୍ତି ଏବଂ ହସୁଛନ୍ତି।

RSVP ମୁଭିଜ୍‌ ଏହି ଫଟୋ ଜାରି କରି କଙ୍ଗନାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛି। କହି ରଖୁଛୁ, କିଛିଦିନ ହେବ କଙ୍ଗନା ଫିଲ୍ମର ଶୁଟିଂ ଆରମ୍ଭ କରିଛନ୍ତି। ଶୁଟିଂ ରାଜସ୍ଥାନରେ ହେଉଛି। ରାଜସ୍ଥାନ ଯିବା ପୂର୍ବରୁ ‘ତେଜସ୍‌’ ଟିମ୍‌ ନିଜ ଦିଲ୍ଲୀ ଶେଡ୍ୟୁଲକୁ ପୂରା କରିଛି।

ଫିଲ୍ମକୁ ସର୍ବେଶ ମେଓ୍ଵାଡା ନିର୍ଦ୍ଦେଶନା ଦେଉଥିବା ବେଳେ ଏହା ତାଙ୍କର ଡେବ୍ୟୁ ଫିଲ୍ମ। ସେପଟେ ଜନ୍ମଦିନ ଅବସରରେ କଙ୍ଗନାଙ୍କ ଫିଲ୍ମ ‘ଥଲାଇବି’ର ଟ୍ରେଲର ମଧ୍ୟ ଲଞ୍ଚ୍‌ ହୋଇଛି, ଯାହାକୁ ବେଶ୍‌ ପସନ୍ଦ କରାଯାଉଛି। ଏହି ଫିଲ୍ମ ୨୩ ଏପ୍ରିଲରେ ରିଲିଜ୍‌ ହେବ।

Leave A Reply

Your email address will not be published.