ବିଗ୍‌ବସ୍‌ରେ ତେଜସ୍ୱୀ ପ୍ରକାଶଙ୍କ ବଡ଼ ଖୁଲାସା, କହିଲେ-ମୁଁ ଏବେ ଗର୍ଭବତୀ

ଟିଭି ଜଗତର ସବୁଠୁ ବିବାଦୀୟ ରିଆଲିଟି ଶୋ’ ବିଗ୍‌ବସ୍‌ର ଚଳିତ ସିଜନ୍‌ ପୂର୍ବ ସିଜନ୍‌ ଠାରୁ ଅଧିକ ରୋମାଞ୍ଚକ ରହିଛି। ପୂର୍ବ ସବୁ ସିଜିନ୍‌ରେ ଏହି ଶୋ’ରେ ପ୍ରେମ, ବିବାହ, ଆଫେୟାର୍ସ ଆଦି ଦେଖିବାକୁ ମିଳୁଥିବା ବେଳେ ଏଥିରକ କିନ୍ତୁ ଶୋ’ରେ ସବୁଠୁ ଅଲଗା ଅନ୍ଦାଜର ରୋମାଞ୍ଚକ ଦେଖିବାକୁ ମିଳିଛି। ଚଳିତଥରର ପ୍ରତିଯୋଗୀ ତେଜସ୍ୱୀ ପ୍ରକାଶ ଏମିତି ଏକ ବୟାନ ଦେଇଛନ୍ତି ଯାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଶୋ’ରେ ତେଜସ୍ୱୀ ପ୍ରକାଶ ଉମର ରିୟାଜଙ୍କୁ କହୁଥିବାର ଦେଖାଯାଇଛି ଯେ ସେ ପ୍ରେଗନାଣ୍ଟ ଅଛନ୍ତି। ତେଜସ୍ୱୀଙ୍କ ଠାରୁ ଏହି କଥା ଶୁଣିବା ପରେ ଉମର ଆଶ୍ଚର୍ଯ୍ୟ ହୋଇଯାଇଥିବା ଦେଖାଯାଇଛି।

ରିପୋର୍ଟ ମୁତାବକ, ତେଜସ୍ୱୀଙ୍କର ଏହା ଏକ ପ୍ରାଙ୍କ୍‌। ଆଗାମୀ ପ୍ରୋମୋରେ ସଲମାନ୍‌ ନିଜ ପାର୍ଟନର ତଥା ବଲିଉଡ୍‌ ଷ୍ଟାର ଗୋବିନ୍ଦାଙ୍କ ସହ ମିଶି ତେଜସ୍ୱୀ ପ୍ରକାଶଙ୍କ ସାହାଯ୍ୟରେ ଉମର ରିୟାଜଙ୍କ ସହ ପ୍ରାଙ୍କ୍‌ କରିଛନ୍ତି। ସଲମାନ୍‌ ଖାନ୍‌ ଓ ଗୋବିନ୍ଦା ତେଜସ୍ୱୀଙ୍କୁ କ’ଣ କରିବାକୁ ହେବ ସେ ନେଇ କହୁଛନ୍ତି।

 

View this post on Instagram

 

A post shared by ColorsTV (@colorstv)


ତେଜସ୍ୱୀ ଉମରଙ୍କୁ କହୁଛନ୍ତି, ମୋର ଗ୍ୟାସ୍‌ ହୋଇଯାଇଛି। ଉମର ଏହା ଶୁଣି ହସୁଛନ୍ତି। ତେଜସ୍ୱୀ ରାଗି ଯାଇ କହୁଛନ୍ତି, ଏହା ଆଦୌ ମଜା କଥା ନୁହେଁ। ସଲମାନ୍‌ଙ୍କ କହିବାନୁସାରେ ତେଜସ୍ୱୀ କହୁଛନ୍ତି, ମୁଁ ମା’ ହେବାକୁ ଯାଉଛି। ଉମର ଏହା ଶୁଣି ଆଶ୍ଚର୍ଯ୍ୟ ହୋଇ କହୁଛନ୍ତି- ତୁ ଏମିତି କ’ଣ କହୁଛୁ। ତା’ପରେ ତେଜସ୍ୱୀ କହୁଛନ୍ତି, କ’ଣ ଗ୍ୟାସ୍‌ ଯୋଗୁ କେହି ଗର୍ଭବତୀ ହୋଇପାରେ। ଏହା ପରେ ଉମର ରିୟାଜ କନ୍‌ଫ୍ୟୁଜ୍‌ ହୋଇ ସେଠାରୁ ଚାଲିଯାଉଛନ୍ତି।

 

View this post on Instagram

 

A post shared by ColorsTV (@colorstv)

ତେବେ ଏହି ପ୍ରାଙ୍କ୍‌ ପରେ ଘର ଲୋକଙ୍କ ରିଆକ୍ସନ୍‌ କ’ଣ ରହିବ ତାହା ଆଗାମୀ ଏପିସୋଡ୍‌ରେ ଦେଖିବାକୁ ମିଳିବ। ଏ ସପ୍ତାହରେ ବିଗ୍‌ ବସ୍‌ ହାଉସ୍‌ରେ ସନି ଲିଓନି ଓ କନିକା କପୁରଙ୍କର ବି ଏଣ୍ଟି୍ର ହେବ। ଏହି ଦୁଇ ସେଲିବ୍ରିଟି ଘରେ ଏଣ୍ଟ୍ରି କରିବା ପରେ ଲୋକଙ୍କୁ ଅଲଗା ଅଲଗା ଟାସ୍କ ଦେବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.