ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଦେବାକୁ ପହଁଚିଲେ ସାଉଥ୍ ଷ୍ଟାର

ତେଲେଙ୍ଗାନା(କେନ୍ୟୁଜ୍) : ତେଲେଙ୍ଗାନା ବିଧାନସଭା ୨୦୧୮ ନିର୍ବାଚନରେ ୧୧୯ ସିଟ୍ ପାଇଁ ଚାଲିଛି ଭୋଟିଂ । ପୁଲିଙ୍ଗ ବୁଥ୍ ରେ ଭୋଟ ଦେବାକୁ ସାଧାରଣ ଲୋକଙ୍କ ଭିଡ ଜମିଥିବାବେଳେ ସେମାନଙ୍କ ସହିତ ସାଉଥ୍ ଷ୍ଟାରମାନଙ୍କୁ ମଧ୍ଯ ଦେଖିବାକୁ ମିଳିଛି ।

ALLU ARJUNସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ବୁଥ୍ ନିକଟକୁ ଆସି ଧାଡିରେ ଠିଆ ହୋଇ ନିଜର ଭୋଟ ଦେଇଛନ୍ତି। ହାଇଦ୍ରାବାଦର ଜୁବଲି ହିଲସ୍ ରେ ଥିବା ବୁଥ୍ ନମ୍ବର ୧୫୨ରେ ସେ ମତଦାନ କରିଥିଲେ ।

NAGARJUNଅଲ୍ଲୁ ଅର୍ଜୁନଙ୍କ ବ୍ୟତିତ ସାଉଥ ସୁପର ଷ୍ଟାର ଅକ୍କିନେନି ନାଗାର୍ଜୁନ ମଧ୍ୟ ଧାଡିରେ ଠିଆ ହୋଇ ଭୋଟ ଦେଇଥିଲେ । ସେ ନିଜର ପତ୍ନି ଅମଲା ଅକ୍କିନେନିଙ୍କ ଭୋଟ ଦେଇଛନ୍ତି। ସେ ମଧ୍ୟ  ୧୫୨ ନମ୍ବର ବୁଥ୍ ରେ ଭୋଟ ଦେଇଥିଲେ ।

CHIRANJEEVIଏମାନଙ୍କ ବ୍ୟତିତ ସୁପରଷ୍ଟାର ଚିରଞ୍ଜିବ ମଧ୍ୟ ଭୋଟ ଦେବାକୁ ବୁଥ୍ ରେ ପହଁଚିଥିଲେ । ସେ ଜୁବଲି ହିଲସ୍ ର ବୁଥ୍ ନମ୍ବର ୧୪୮ ରେ ଭୋଟ ଦେଇଛନ୍ତି ।

You might also like