ତେଲୁଗୁ ଷ୍ଟାର ସୁଧୀର ବର୍ମାଙ୍କ ଆତ୍ମହତ୍ୟା, କିଛିଦିନ ତଳେ ବିଷାକ୍ତ ଜିନିଷ ଖାଇ ହୋଇଥିଲେ ଅସୁସ୍ଥ
ସାଉଥ ଇଣ୍ଡଷ୍ଟ୍ରୀ ପାଇଁ ଦୁଃଖଦ ଖବର । ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରୀର ଯୁବ କଳାକାର ସୁଧୀର ବର୍ମା ଆତ୍ମହତ୍ୟା କରିଛନ୍ତି। ସୋମବାର ରାତିରେ ଷ୍ଟାର ଜଣକ ଆତ୍ମହତ୍ୟା କରିଛନ୍ତି । ମୃତ୍ୟୁ ବେଳକୁ ୩୩ ବର୍ଷ ହୋଇଥିଲା । ସୁଧୀରଙ୍କ ସାଙ୍ଗ ଏବଂ କୋ ଷ୍ଟାର ସୁଧାକର କୋମକୁଲ ଟ୍ଵିଟ୍ ଜରିଆରେ ସୂଚନା ଦେଇଛନ୍ତି। ସୁଧୀରଙ୍କ ମୃତ୍ୟୁ ବିଷୟରେ ଜାଣି ସାଉଥ ଇଣ୍ଡଷ୍ଟ୍ରୀକୁ ଝଟକା ଲାଗିଛି । ସାଉଥ ଇଣ୍ଡଷ୍ଟ୍ରୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛି ।
ପୋଲିସ କହିବା ମୁତାବକ, ୧୦ ଜାନୁଆରୀରେ ସୁଧୀର ବାରଙ୍ଗଲରେ କୌଣସି ପ୍ରକାରର ବିଷାକ୍ତ ପଦାର୍ଥ ଖାଇଥିଲେ। ପରେ ତାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥିଲା। ତା’ ପରେ ସେ ତାଙ୍କ ବନ୍ଧୁଙ୍କ ଘରେ ରହିବାକୁ ହାଇଦ୍ରାବାଦ ଚାଲିଯାଇଥିଲେ । ଗତକାଲି ରାତିରେ ବିଶାଖାପାଟନମ ଘରେ ଆତ୍ମହତ୍ୟା କରିଛନ୍ତି ସୁଧୀର ।
Extremely devastated and heartbroken over your loss Sudheer. You have been an exceptional coactor and an amazing friend. We are going to miss you! RIP my friend. pic.twitter.com/oW9cvLD0CR
— Chandini Chowdary (@iChandiniC) January 23, 2023
ସୁଧୀରଙ୍କ ସାଙ୍ଗଙ୍କ ସୁଧାକର କୋମାକୁଲା ଟ୍ଵିଟ କରି ତାଙ୍କର ଏକ ଫଟୋ ସେୟାର କରି ଦୁଃଖ ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି, ସୁଧୀର ! ବହୁତ ଭଲ ପାଇବା… ଆପଣଙ୍କ ସହିତ କାମ କରି ବହୁତ ଭଲ ଲାଗିଲା । ବିଶ୍ୱାସ ହେଉନାହିଁ ଆପଣ ଆଉ ଦୁନିଆରେ ନାହାନ୍ତି। ଓମ୍ ଶାନ୍ତି…। ସୁଧୀର ବର୍ମା ଫିଲ୍ମ କଣ୍ଡୁନାପୁ ବୋମାରେ କାମ କରିଛନ୍ତି। ଏହାଛଡା େଓ୍ଵବ ସିରିଜ ‘ସୁଟ୍ ଆଉଟ୍ ଇନ ଅଲେର’ରେ ମଧ୍ୟ କାମ କରିଛନ୍ତି ।
‘#KundanapuBomma‘ actor Sudheer Varma (33) commits suicide in Vizag 🙁. May his soul rest in peace 😑#Tollywood #mollywood #SudheerVarma pic.twitter.com/HOPJUe9V0j
— REPORTER INDIA (@ReporterIndia_) January 24, 2023