ହୃଦଘାତରେ ଚାଲିଗଲେ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରୀର ଲୋକପ୍ରିୟ କମେଡିଆନ ଜୟପ୍ରକାଶ ରେଡ୍ଡୀ

ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣାଶୁଣା ଅଭିନେତା ଜୟପ୍ରକାଶ ରେଡ୍ଡୀଙ୍କ ପରଲୋକ ହୋଇଛି। ମଙ୍ଗଳବାର ସକାଳ ହୃଦଘାତ୍‌ ହେବାରୁ ତାଙ୍କର ନିଧନ ହୋଇଛି। ସେ ଏବେ ଆନ୍ଧ୍ରପ୍ରଦେଶ ଗୁଣ୍ଟୁରରେ ରହୁଥିଲେ। ଜୟପ୍ରକାଶ କମେଡି  ରୋଲ ପାଇଁ ବହୁତ ଲୋକପ୍ରିୟ। ସେ ନିଜ କ୍ୟାରିଅର ଫିଲ୍ମ ‘ବ୍ରହ୍ମପୁତ୍ରୁଦୁ’ରୁ ଆରମ୍ଭ କରିଥିଲେ। ଦର୍ଶକଙ୍କୁ ହସାଇବା ପାଇଁ ଜୟପ୍ରକାଶ ବିଭିନ୍ନ ପ୍ରକାର ଚରିତ୍ରରେ ନଜର ଆସିଛନ୍ତି।

ଜୟପ୍ରକାଶ ବହୁ ଲୋକପ୍ରିୟ ଫିଲ୍ମ ‘ସରାଇନାଡୁ, ଟେମ୍ପର, ନାୟକ, ଛତ୍ରପତି, ଗବ୍ଦରସିଂ,ମନମ’ ଭଳି ଫିଲ୍ମରେ ନଜର ଆସିଛନ୍ତି। ତାଙ୍କ ବିୟୋଗରେ ଆନ୍ଧ୍ରପ୍ରଦେଶ ପୂର୍ବ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଶୋକ ପ୍ରକାଶ କରିଥିଲେ। ତାଙ୍କ ମୃତ୍ୟୁରେ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରୀ ଜଣେ ବଡ କଳାକାରଙ୍କୁ ହରାଇଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.