୪୮ ବର୍ଷରେ ପାଦ ଥାପିଲେ ସାଉଥ୍ ସୁପର ଷ୍ଟାର୍ ଥଲାପତି ବିଜୟ: ଦିନେ ୫୦୦ ଟଙ୍କା ଥିଲା ଇନକମ୍, ଆଜି ଗୋଟେ ଫିଲ୍ମକୁ ନେଉଛନ୍ତି ୧୦୦ ରୁ ୧୨୫ କୋଟି ଟଙ୍କା !

ଆଜି ହେଉଛି ସାଉଥ୍ ବା ଟଲିଉଡ୍ ସୁପର ଷ୍ଟାର୍ ଥଲାପତି ବିଜୟଙ୍କ ଜନ୍ମ ଦିନ। ସେ ୪୮ ବର୍ଷ ବୟସରେ ପାଦ ଥାପିଛନ୍ତି। ତେବେ ଆଜି ସେ ବହୁତ୍ ଫେମସ୍ ହୋଇଛନ୍ତି ନିଜର କାମ ପାଇଁ।ନିଜର ଅଭିନୟ ଜରିଆରେ ଦର୍ଶକଙ୍କୁ ସବୁବେଳେ ବାନ୍ଧି ରଖିଛନ୍ତି ଏହି ସୁପର୍ ଷ୍ଟାର୍। ଆଜିର ଦିନରେ ଇଣ୍ଡଷ୍ଟ୍ରିରେ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତା ବିଜୟ ତାଙ୍କର ପ୍ରଥମ ଚଳଚ୍ଚିତ୍ର ପାଇଁ ମାତ୍ର ୫୦୦ ଟଙ୍କା ପାଇଥିଲେ। ହେଲେ ଆଜିର ଦିନରେ ଥଲାପତି ବିଜୟ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି। ବିଜୟ ଦକ୍ଷିଣ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଜଣେ ଏମିତି କଳାକାର ଯିଏ ଅନେକ ପ୍ରକାର ଫିଲ୍ମ କରିଛନ୍ତି। ସେ ବିଷ୍ଟ ଓ ମାଷ୍ଟର ଭଳି ଅନେକ ସୁପରହିଟ୍ ଫିଲ୍ମ କରିଛନ୍ତି।
View this post on Instagram
ବିଜୟ ମାତ୍ର ୧୦ ବର୍ଷ ବୟସରେ ଭେତ୍ରି ଚଳଚ୍ଚିତ୍ରରୁ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ। ଯାହା ପରେ ସେ ୧୮ ବର୍ଷ ବୟସରେ ମୁଖ୍ୟ ଅଭିନେତା ଭାବରେ ଫିଲ୍ମରେ କାମ କରିବା ଆରମ୍ଭ କରିଥିଲେ। ବିଜୟ ଏପର୍ଯ୍ୟନ୍ତ ପ୍ରାୟ ୬୫ଟି ଚଳଚ୍ଚିତ୍ରରେ ମୁଖ୍ୟ ଅଭିନେତା ଭାବରେ କାର୍ଯ୍ୟ କରିଛନ୍ତି। ସେ ନିଜର ବିଳାସପୂର୍ଣ୍ଣ ଜୀବନ ଶୈଳୀ ପାଇଁ ଖୁବ୍ ଜଣାଶୁଣା, ଯେଉଁଥିପାଇଁ ତାଙ୍କ ନାମ ଅନେକ ଥର ଫୋର୍ବସ୍ ତାଲିକାରେ ସ୍ଥାନ ପାଇଛି।

ଏହା ସହିତ ଏହି ଅଭିନେତା ଫି ନେବା ପ୍ରସଙ୍ଗରେ ସୁପରଷ୍ଟାର ରଜନୀକାନ୍ତଙ୍କୁ ମଧ୍ୟ ପଛରେ ଛାଡିଛନ୍ତି। ବିଜୟ ଚଳଚ୍ଚିତ୍ର ଥଲାପତି ୬୫ଟି ଫିଲ୍ମ ପାଇଁ ପ୍ରାୟ ୧୦୦ କୋଟି ଫି ନେଇଛନ୍ତି। ତାଙ୍କର ନେତ୍ୱର୍ଥ ବିଷୟରେ କହିବାକୁ ଗଲେ ବିଜୟ ୪୨୧ କୋଟିର ମାଲିକ ଅଟନ୍ତି। ତାଙ୍କର ବାର୍ଷିକ ଆୟ ୧୦୦ ରୁ ୧୨୦ କୋଟି। ତେବେ ବିଜୟ ଏବେ ତାଙ୍କର ଆଗାମୀ ଚଳଚ୍ଚିତ୍ର ଥାଲାପଥି 66 ର ସୁଟିଂରେ ବ୍ୟସ୍ତ ଅଛନ୍ତି। ତାଙ୍କ ଜନ୍ମ ଦିନରେ ଅନେକ ବଡ଼ ବଡ଼ ସୁପର ଷ୍ଟାର୍ ତାଙ୍କୁ ଶୁଭେଛା ଜଣାଇଛନ୍ତି।