ମନୋରଂଜନ

କୋଟି କୋଟି ଟଙ୍କାର ମାଲିକ ଥଲପତି ବିଜୟ! ରଜନୀକାନ୍ତଙ୍କଠାରୁ ବି ଅଧିକ ନିଅନ୍ତି ଫିସ୍‌, ଜାଣନ୍ତୁ ତାଙ୍କ ବିଷୟରେ…

ଜୋସେଫ୍‌ ବିଜୟ ଚନ୍ଦ୍ରଶେଖରଙ୍କୁ ତାଙ୍କ ଫ୍ୟାନମାନେ ଥଲପତି ବିଜୟ ନାମରେ ଡାକି ଥାଆନ୍ତି। ସେ ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣେ ପ୍ରଭାବଶାଳୀ ଅଭିନେତା। ଫିଲ୍ମ ଜଗତରେ ତାଙ୍କର ୨ ଦଶନ୍ଧିର କ୍ୟାରିୟର ରହିଛି। ଏ ପର୍ଯ୍ୟନ୍ତ ଅଭିନେତା ୬୫ଟି ଫିଲ୍ମ କରିଥିବା ବେଳେ ସବୁ ଫିଲ୍ମ ପାଖାପାଖି ହିଟ୍‌ ରହିଛି। କିଛି ଫିଲ୍ମ ରେକର୍ଡ ବ୍ରେକ ଆୟ ବି କରିଛି। ଥଲପତି ବିଜୟ କେବଳ ଆକ୍ଟିଂରେ ନୁହେଁ, ବରଂ ଡ୍ୟାନ୍ସିଂରେ ବି ବେଶ୍‌ ମାହିର ଅଛନ୍ତି।

ଲକ୍ଷ ଲକ୍ଷ ଫ୍ୟାନଙ୍କ ହୃଦୟରେ ଅଛନ୍ତି ଥଲପତି ବିଜୟ। କ’ଣ ଆପଣ ଜାଣିଛନ୍ତି କି, ଭାରତୀୟ ସିନେମାରେ ଥଲପତି ବିଜୟ ସବୁଠୁ ଧନୀ ଅଭିନେତା? ସେ ବହୁତ ବିଳାସମୟ ଜୀବନ ଜିଅଁନ୍ତି। ତାଙ୍କ ବାର୍ଷିକ ଆୟ ଆଧାରରେ ଅନେକ ବାର ଫୋର୍ବସ ଇଣ୍ଡିଆ ବି ୧୦୦ ସେଲିବ୍ରିଟିଙ୍କ ତାଲିକାରେ ତାଙ୍କୁ ସ୍ଥାନ ଦେଇଛି। ନିକଟରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ବିଷ୍ଟ’କୁ ବିଜୟ ୧୦୦ କୋଟି ଫିସ୍‌ ନେଇ ସାଇନ୍‌ କରିଥିଲେ। ଫିଲ୍ମ ରେକର୍ଡ ଭାଙ୍ଗି ବକ୍ସ ଅଫିସ୍‌ରେ ଆୟ କରୁଛି।

ଗୋଟିଏ ଫିଲ୍ମ ପାଇଁ ଥଲପତି କୋଟି କୋଟି ଟଙ୍କା ଫିସ୍‌ ନିଅନ୍ତି। ରିପୋର୍ଟ ମୁତାବକ, ସେ ସୁପରଷ୍ଟାର ରଜନୀକାନ୍ତଙ୍କୁ ବି ଏହି ମାମଲାରେ ପଛରେ ପକାଇ ଦେଇଛନ୍ତି। କହି ରଖୁଛୁ କି, ରଜନୀକାନ୍ତ ଫିଲ୍ମ ‘ଦରବାର’ ପାଇଁ ପାଖାପାଖି ୯୦ କୋଟି ଟଙ୍କା ଚାର୍ଜ କରିଥିଲେ। ଥଲପତି ବଡ଼ ବଡ଼ କମ୍ପାନୀ ପାଇଁ ମଧ୍ୟ ଆଡ୍‌ ଶୁଟ୍‌ କରି ଥାଆନ୍ତି। ପ୍ରତି ବର୍ଷ କେବଳ ବିଜ୍ଞାପନରୁ ହିଁ ସେ ୧୦ କୋଟି ଟଙ୍କା କମାଇ ନିଅନ୍ତି। ଥଲପତି ବିଜୟ ଆଇପିଏଲ୍‌ରେ ଖେଳୁଥିବା କ୍ରିକେଟ୍‌ ଟିମ୍‌ ‘ଚେନ୍ନାଇ ସୁପରକିଙ୍ଗ୍ସ’ର ପ୍ରଚାର କରୁଥିବାର ନଜର ଆସୁଛନ୍ତି।

ରିପୋର୍ଟ ମୁତାବକ, ଥଲପତିଙ୍କ ନେଟ୍‌ ଓ୍ଵର୍ଥ ରହିଛି ୪୧୦ କୋଟି ଟଙ୍କା। ପ୍ରତିବର୍ଷ ସେ ୧୦୦-୨୦୦ କୋଟି ଆୟ କରନ୍ତି। ସେପଟେ ତାଙ୍କ କାର୍‌ କଲେକ୍ସନ ଦେଖିଲେ ତାଙ୍କ ପାଖରେ ରୋଲ୍ସ ରୋଏସ୍‌ ଘୋଷ୍ଟ୍‍ ଅଛି, ଯାହାର ଦାମ୍‌ ୬ କୋଟି ଟଙ୍କା। ଓଡି ଏ୮ ଅଛି, ଯାହାର ଦାମ୍‌ ୧.୩୮ କୋଟି ଟଙ୍କା। ଏହା ବ୍ୟତୀତ ୭୫ ଲକ୍ଷ ଟଙ୍କାର ବିଏମ୍‌ଡବ୍ଲ୍ୟୁ ସିରିଜ୍‌ ୫, ୯୦ ଲକ୍ଷର ବିଏମ୍‌ଡବ୍ଲ୍ୟୁ ଏକ୍ସ୬ ଏବଂ ୩୫ ଲକ୍ଷର ମିନି କୁପର ରହିଛି। ବିଜୟ ଚେନ୍ନାଇରେ ନିଜ ପରିବାର ସହିତ ଏକ ବିଳାସମୟ ବଙ୍ଗଳାରେ ରହୁଛନ୍ତି। ଘର ବହୁତ ବଡ଼ ରହିଥିବା ବେଳେ ସେଠାରେ ଅନେକ ଲୋକ କାମ କରୁଛନ୍ତି।

Roshni

Recent Posts

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

14 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

22 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

39 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 hour ago