ଫିଲ୍ମ ‘ଲିୟୋ’ର ବଜେଟ ୩୦୦କୋଟି, ହେଲେ ଅଭିନେତାଙ୍କ ପାରିଶ୍ରମିକ ୧୨୦କୋଟିରୁ ଅଧିକ!

ବଲିଉଡର ସବୁ କଳାକାରଙ୍କୁ ପଛରେ ପକାଇ ଏବେ ଜଣେ ଦକ୍ଷିଣ ଭାରତୀୟ ଷ୍ଟାର ସବୁଠାରୁ ଦାମୀ ସୁପରଷ୍ଟାର ପାଲଟିଛନ୍ତି। ବଲିଉଡର ୩ଜଣ ଖାନ୍ ଓ ବାହୁବଲୀ ପ୍ରଭାସଙ୍କୁ ପଛରେ ପକାଇଛନ୍ତି ୪୮ବର୍ଷୀୟ ତାମିଲ ସୁପରଷ୍ଟାର ଥଲପତି ବିଜୟ।

ବଲିଉଡର ସବୁ କଳାକାରଙ୍କୁ ପଛରେ ପକାଇ ଏବେ ଜଣେ ଦକ୍ଷିଣ ଭାରତୀୟ ଷ୍ଟାର ସବୁଠାରୁ ଦାମୀ ସୁପରଷ୍ଟାର ପାଲଟିଛନ୍ତି । ବଲିଉଡର ୩ଜଣ ଖାନ୍ ଓ ବାହୁବଲୀ ପ୍ରଭାସଙ୍କୁ ପଛରେ ପକାଇଛନ୍ତି ୪୮ବର୍ଷୀୟ ତାମିଲ ସୁପରଷ୍ଟାର ଥଲପତି ବିଜୟ ।

ଥଲପତି ବିଜୟ ଏପର୍ଯ୍ୟନ୍ତ ୬୬ଟି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିସାରିଛନ୍ତି । ବିଜୟ ଏବେ ନିଜର ଆଗାମୀ ଫିଲ୍ମ ‘ଲିୟୋ’ର ସୁଟିଂରେ ବ୍ୟସ୍ତ ଥିବା ବେଳେ ଏଥିରେ ତାଙ୍କ ସହ ନଜର ଆସିବେ ଅଭିନେତ୍ରୀ ତ୍ରିଶା କ୍ରିଷ୍ଣନ । ‘ଲିୟୋ’ର ବଜେଟ ୩୦୦କୋଟି ଥିବା ବେଳେ ଅଭିନେତା ଏହି ଫିଲ୍ମ ପାଇଁ ୧୨୦କୋଟି ନେଉଥିବା ଜଣାପଡ଼ିଛି ।

କିଛି ଦିନ ତଳେ ଥଲପତି ବିଜୟଙ୍କ ବିଷୟରେ ଏକ ସୂତ୍ରରୁ ଜଣାପଡ଼ିଥିଲା ‌ଯେ, ସେ ଚଳଚ୍ଚିତ୍ର ପାଇଁ ୧୨୦କୋଟିରୁ ଅଧିକ ଟଙ୍କା ପାରିଶ୍ରମିକ ନେବା ଆରମ୍ଭ କରିଛନ୍ତି । ଫିଲ୍ମ ବାରିସୁର ସଫଳତା ପରେ ସେ ତାଙ୍କ ପାରିଶ୍ରମିକ ବଢ଼ାଇଛନ୍ତି । ତେବେ ପ୍ରତିବର୍ଷ ସେ ୧୦୦-୨୦୦ କୋଟି ଆୟ କରନ୍ତି ।

vijay

ଜୋସେଫ୍‌ ବିଜୟ ଚନ୍ଦ୍ରଶେଖରଙ୍କୁ ତାଙ୍କ ଫ୍ୟାନମାନେ ଥଲପତି ବିଜୟ ନାମରେ ଡାକି ଥାଆନ୍ତି । ସେ ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣେ ପ୍ରଭାବଶାଳୀ ଅଭିନେତା । ଫିଲ୍ମ ଜଗତରେ ତାଙ୍କର ୨ ଦଶନ୍ଧିର କ୍ୟାରିୟର ରହିଛି । ତାଙ୍କର କିଛି ଫିଲ୍ମ ରେକର୍ଡ ବ୍ରେକ ଆୟ ବି କରିଛି । ଥଲପତି ବିଜୟ କେବଳ ଆକ୍ଟିଂରେ ନୁହେଁ, ବରଂ ଡ୍ୟାନ୍ସିଂରେ ବି ବେଶ୍‌ ମାହିର ଅଛନ୍ତି ।

ତାଙ୍କ ଚଳଚ୍ଚିତ୍ରର ବକ୍ସ ଅଫିସ୍ ପ୍ରଦର୍ଶନ ଏବଂ ଡିଜିଟାଲ୍-ସାଟେଲାଇଟ୍ ରାଇଟ୍ସ ଧ୍ୟାନରେ ରଖି ନିର୍ମାତା ବିଜୟଙ୍କୁ ଫିଲ୍ମରେ ନେବା ପାଇଁ ବିପୁଳ ଟଙ୍କା ଦେବାକୁ ରାଜି ହେଉଛନ୍ତି । ଫିଲ୍ମର କାହାଣୀ ଯାହା ବି ଥାଉ, ବିଜୟଙ୍କ ଷ୍ଟାରଡମ ପାଇଁ ଏହା ସୁପରହିଟ ହେଉଥିବାରୁ  ଚଳଚ୍ଚିତ୍ର ନିର୍ମାତାମାନେ ତାଙ୍କୁ ଫିଲ୍ମରେ ନେବାକୁ ଇଚ୍ଛା ପ୍ରକାଶ କରୁଛନ୍ତି ।

ତେବେ ସୂଚନା ଥାଉକି, ପ୍ରତି ବର୍ଷ କେବଳ ବିଜ୍ଞାପନରୁ ହିଁ ସେ ୧୦ କୋଟି ଟଙ୍କା କମାଇ ନିଅନ୍ତି । ଥଲପତି ବିଜୟ ଆଇପିଏଲ୍‌ରେ ଖେଳୁଥିବା କ୍ରିକେଟ୍‌ ଟିମ୍‌ ‘ଚେନ୍ନାଇ ସୁପରକିଙ୍ଗ୍ସ’ର ପ୍ରଚାର କରୁଥିବାର ନଜର ଆସୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.