ଏହି କାରଣରୁ କେବେ ବି ଅନ୍‌ଲାଇନ୍‌ରୁ ଅଣ୍ଡର ୱେୟାର କିଣନ୍ତିନି ଶାହାରୁଖ ଖାନ୍‌

ବଲିଉଡ୍‌ର ବାଦଶାହା ଶାହାରୁଖ ଖାନ୍‌ଙ୍କ ବିଷୟରେ ଏକ ଏମିତି କଥା ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ହସି ହସି ଗଡ଼ିଯିବେ। ଶାହାରୁଖ କେବେ ବି ଅନ୍‌ଲାଇନ୍‌ରେ ଅଣ୍ଡର ୱେୟାର ଅର୍ଡର କରନ୍ତି ନାହିଁ। ବିଶ୍ୱାସ ହେଉନଥିଲେ ମଧ୍ୟ ଏହା ସତ। ଏହି କଥା ଶାହାରୁଖ ନିଜେ କହିଛନ୍ତି।

ସେ କହିଛନ୍ତି ଯେ ମୁଁ ସମସ୍ତ ବହି ଆମାଜନ୍‌ରୁ, ତେଜରାତି ଜିନିଷ ବିଗ୍‌ ବାସ୍କେଟ୍‌ରୁ କିଣିଥାଏ। କିନ୍ତୁ ଆଜି ପର୍ଯ୍ୟନ୍ତ ଅନ୍‌ଲାଇନ୍‌ରୁ କେବେ ବି ଅଣ୍ଡର ୱେୟାର କିଣିନାହିଁ। ମୋତେ ଅନ୍‌ଲାଇନ୍‌ରୁ ଅଣ୍ଡର ୱେୟାର କିଣିବାକୁ ଭଲ ଲାଗେ ନାହିଁ ବୋଲି କହିଛନ୍ତି ଶାହାରୁଖ। ଆମାଜନ୍‌ ଗ୍ଲୋବାଲର ସିଇଓ ଜେଫ୍‌ ବେଜୋସ୍‌ଙ୍କ ସହ କଥାବାର୍ତ୍ତା ବେଳେ ସେ ଏହି କଥାର ଖୁଲାସା କହିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଶୋଇବା ଅର୍ଥାତ୍‌ ସମୟ ନଷ୍ଟ କରିବା, ଏଣୁ ସେ ଅଧିକ ସମୟ ଯାଏଁ ଶୋଇବାକୁ ପସନ୍ଦ କରନ୍ତି ନାହିଁ ବୋଲି କହିଛନ୍ତି।

Image result for shah rukh khan under wear online

 

ସୂଚନାଯୋଗ୍ୟ ଯେ, ଫିଲ୍ମ ଠାରୁ ଦୂରରେ ରହି ଶାହାରୁଖ ଏବେ ପରିବାର ସହ ସମୟ ବିତାଉଥିବା ଦେଖିବାକୁ ମିଳିଛି। ୨୦୧୮ରେ ‘ଜିରୋ’ ଫିଲ୍ମ ଫ୍ଲପ୍‌ ହେବା ପରେ ଶାହାରୁଖ ନିଜ ଆଗାମୀ ଫିଲ୍ମକୁ ନେଇ କୌଣସି ଘୋଷଣା କରିନାହାନ୍ତି। ୨୦୧୯ରେ ମଧ୍ୟ ତାଙ୍କର କୌଣସି ଫିଲ୍ମ ପ୍ରେକ୍ଷାଳୟକୁ ଆସିନଥିଲା। ଏଣୁ ଫ୍ୟାନ୍‌ମାନେ ସୋସିଆଲ ମିଡିଆରେ ଶାହାରୁଖ ଖାନ୍‌ଙ୍କ ଫିଲ୍ମ ଆସିବାକୁ ନେଇ #WeWantAnnouncementSRK ଟ୍ରେଣ୍ଡ କରୁଥିବା ଦେଖିବାକୁ ମିଳିଛି।

ତେବେ ନିକଟରେ ଶୁଣିବାକୁ ମିଳିଥିଲା ଯେ ସଞ୍ଜୟଲୀଲା ଭଂସାଲୀଙ୍କ ଆଗାମୀ ଫିଲ୍ମରେ ଉଭୟ ସଲମାନ୍‌ ଖାନ୍‌ ଓ ଶାହାରୁଖ ଖାନ୍‌ଙ୍କୁ ଏକାଠି ଦେଖିବାକୁ ମିଳିବ।

Leave A Reply

Your email address will not be published.