YOUTUBEରୁ ଉଡ଼ିଗଲା “ଦ ଏକ୍ସିଡେଣ୍ଟାଲ ପ୍ରାଇମ୍ ମିନିଷ୍ଟର”ର ଟ୍ରେଲର୍, ଅଭିନେତା ଅନୁପମ୍ କହିଲେ….

ମୁମ୍ବାଇ : ବଲିଉଡ଼ର ଅଭିନେତା ଅନୁପମ୍ ଖେରଙ୍କ ଆଗମୀ ଫିଲ୍ମ ଦ ଏକ୍ସିଡେଣ୍ଟାଲ ପ୍ରାଇମ୍ ମିନିଷ୍ଟରର ଟ୍ରେଲର ବର୍ତ୍ତମାନ ମିଡ଼ିଆରେ ଟ୍ରେଣ୍ଡ କରୁଛି। ତେବେ ଦେଖିବାକୁ ଗଲେ ଏହାର ଟ୍ରେଲର ପରେ ଫିଲ୍ମର କାହାଣୀକୁ ନେଇ ବିବାଦ କମ ହେବାର ନାମ ନେଉନାହିଁ। କାରଣ ଫିଲ୍ମରେ ଗାନ୍ଧୀ ପରିବାରର ଏକ ଭୁଲ ଛବି ପ୍ରଦର୍ଶନ କରାଯିବା ସହ ତାଙ୍କ ଉପରେ ବହୁମାତ୍ରାରେ ଆରୋପ ଲଗାଯାଇଛି। ଏବେ ଫିଲ୍ମକୁ ନେଇ ଏବେ ଆସିଛି ଏକ ନୂତନ ଅଭିଯୋଗ ଚାଲିଛି।
ନିକଟରେ ଅନୁପମ୍ ଖେର YOUTUBEକୁ ଟ୍ବିଟ କରି ଏକ ଅନୁରୋଧ କରିଥିବାର ଦେଖିବାକୁ ମିଳିଛି। ସେ ଟ୍ବିଟରେ ଲେଖିଛନ୍ତି, ଦେଶର କିଛି ଅଂଶରେ YOUTUBEରେ ଏବେ ଦ ଏକ୍ସିଡେଣ୍ଟାଲ ପ୍ରାଇମ୍ ମିନିଷ୍ଟର ଟ୍ରେଲର ଟାଇପ କଲେ ତାଙ୍କୁ ତାହା ଦେଖାଯାଉନାହିଁ। ଏହା ସେଠାରେ ୫୦ତମ ସ୍ଥାନରେ ଦେଖିବାକୁ ମିଳିଛି। ଏହାପରେ ସେ କହିଛନ୍ତି , କିଛି ସମୟ ପୂର୍ବରୁ ଏହାର ଏକ ନମ୍ବରରେ ଟ୍ରେଣ୍ଡ କରୁଥିଲା। ତେବେ ଏବେ ଟ୍ରେଲରଟି ୧୮ତମ ସ୍ଥାନରେ ଟ୍ରେଣ୍ଡ କରୁଥିବାର ନଜର ଆସିଛି। ଏହି ପୋଷ୍ଟ ସହ ଅଭିନେତା ଫ୍ୟାନ୍ସ ମାନଙ୍କଠାରୁ ଆସିଥିବା ସ୍କ୍ରିନସଟ୍ ମଧ୍ୟ ଯୋଡ଼ିଥିବା ନଜର ଆସିଛି।
ସିନେମାରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିବା ଅନୁପମ ଖେର କହିଛନ୍ତି, ଏହା ଏକ ପୁସ୍ତକ ଆଧାରରେ ନିର୍ମାଣ ହୋଇଛି। ପୁସ୍ତକକୁ ସିନେମାର ରୂପ ଦିଆଯାଇଛି। ତେବେ ଏହା ଏକ ରାଜନୈତିକ ବ୍ୟକ୍ତିଙ୍କ ଉପରରେ କେନ୍ଦ୍ରିତ। ଏହାକୁ ବିରୋଧ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ଅନୁପମ ।
Dear @YouTube!!! I am getting messages & calls that in parts of our country if you type, trailer of #TheAccidentalPrimeMinister, it is either not appearing or at 50th position. We were trending at No.1 yday. Please help. #HappyNewYear. #37millionviews 😊https://t.co/TUu4AtaRzk pic.twitter.com/KhoZJuxmmu
— Anupam Kher (@AnupamPKher) January 1, 2019
୨୦୧୪ରେ ନିର୍ବାଚନ ପୂର୍ବରୁ ମନମୋହନ ସିଂହଙ୍କ ମିଡିଆ ପରାମର୍ଶଦାତା ସଂଜୟ ବାରୁଙ୍କ ପ୍ରକାଶିତ ପୁସ୍ତକ ଚର୍ଚ୍ଚାରେ ଥିଲା। ଆଉ ୨୦୧୯ ନିର୍ବାଚନ ପୂର୍ବରୁ ଏହାର ସିନେମା ପରଦାକୁ ଆସିବ। ସେପଟେ ମରାଠୀ ଅସ୍ମିତାର ପ୍ରତୀକ ବାଲାସାହେବ ଠାକରେଙ୍କ ଉପରେ ନିର୍ମତ ସିନେମା ଠାକରେ ମଧ୍ୟ ଜାନୁଆରିରେ ମୁକ୍ତିଲାଭ କରିବ। ସାଧାରଣ ନିର୍ବାଚନ ପୂର୍ବରୁ ଏହି ସିନେମା ଜାତୀୟ ରାଜନୀତିକୁ କିଭଳି ପ୍ରଭାବିତ କରିବ ଏବେ ତା ଉପରେ ନଜର ।