ଲକ୍ ଡାଉନ୍ ସମୟରେ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି ଏହି ଅଭିନେତ୍ରୀ, ଶେଷରେ ମେକଅପ୍ ମ୍ୟାନ୍ ବଢାଇଲେ ସାହାଯ୍ୟର ହାତ

କରୋନା ପାଇଁ ହୋଇଥିବା ଲକଡାଉନ୍ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସ୍ୱତନ୍ତ୍ର ଲୋକ ପର୍ଯ୍ୟନ୍ତ ସମସ୍ତଙ୍କ ଜୀବନରେ ପ୍ରମୁଖ ସମସ୍ୟା ସୃଷ୍ଟି କରିଛି | ଏହାକୁ ଆହୁରି ବଢାଯିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଘୋଷଣା କରିଛନ୍ତି। ଏଭଳି ପରିସ୍ଥିତିରେ ଅନେକ ଟିଭି ତାରକା ଅଛନ୍ତି ଯେଉଁମାନେ ଆଜିକାଲି ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି। ବର୍ତ୍ତମାନ ଏଭଳି ପରିସ୍ଥିତିରେ ଦେଖିବାକୁ ମିଳିଛି ଟିଭି ଅଭିନେତ୍ରୀ ସୋନାଲ ଭେଙ୍ଗୁରଲେକରଙ୍କୁ ।

sonaକରୋନା ଜୀବାଣୁ ହେତୁ ସୋନାଲ ଭେଙ୍ଗୁରେଲେକର ଆଜିକାଲି ଏକା ହୋଇ ରହୁଛନ୍ତି। ବର୍ତ୍ତମାନ ସୋନାଲ ଏକ ଭାବପ୍ରବଣ ପୋଷ୍ଟ ସେୟାର କରିଛନ୍ତି। ଯେଉଁଥିରେ ସେ ତାଙ୍କ ମେକଅପ୍ ମ୍ୟାନଙ୍କୁ ଧନ୍ୟବାଦ ଦେଇଛନ୍ତି | ସୋନାଲ ‘ଶାସ୍ତ୍ରୀ ଭଉଣୀ’, ‘ୟେ ଓ୍ୱାଦା ରାହା’ ଏବଂ ‘ସାମ୍ ଦାମ ଦଣ୍ଡ ଭେଦ’ ଭଳି ଅନେକ ସୋ’ରେ କାମ କରିଛନ୍ତି।

sonal vengurlekarସୋନାଲ ଭେଙ୍ଗୁରଲେକର ତାଙ୍କ ପୋଷ୍ଟରେ ଲେଖିଛନ୍ତି କି, ସେ ତାଙ୍କ ମେକଅପ୍ ମ୍ୟାନଙ୍କ ସହ କଥା ହୋଇଥିଲେ ଏବଂ ତାଙ୍କ ପାଖରେ ଆସନ୍ତା ମାସ ଯାଏ ପର୍ଯ୍ୟାପ୍ତ ଅର୍ଥ ନଥିବା ପ୍ରକାଶ କରିଥିଲେ। ଯେହେତୁ କିଛି ନିର୍ମାତା ତାଙ୍କର ଟଙ୍କା ଦେଇନାହାଁନ୍ତି, ଯାହା ଦୀର୍ଘ ସମୟ ଧରି ଅଟକି ରହିଛି |

ଯେଉଁଭଳି ପରିସ୍ଥିତିରେ ସେ ଗତି କରୁଛନ୍ତି ସେହି ଭଳି ସ୍ଥିତିରେ ତାଙ୍କ ମେକଅପ୍ ମ୍ୟାନ କିଭଳି ରହୁଥିବେ ସେନେଇ ସୋନାଲ୍ ଚିନ୍ତିତ ଥିଲେ । ତାଙ୍କ ମେକଅପ୍ ମ୍ୟାନଙ୍କ ପତ୍ନୀ ଗର୍ଭବତୀ ଏବଂ ତାଙ୍କର ଅନେକ ଖର୍ଚ୍ଚ ଅଛି । କିନ୍ତୁ ମେକଅପ୍ ମ୍ୟାନଙ୍କ ସହ କଥା ହେବାପରେ ସୋନାଲଙ୍କ ଆଖିରୁ ଲୁହ ଆସିଯାଇଥିଲା |

Sonalସୋନାଲଙ୍କ ପାଖରେ ଟଙ୍କା ନଥିବା ଶୁଣିବା କ୍ଷଣି ମେକଅପ୍ ମ୍ୟାନ ସାଙ୍ଗେ ସାଙ୍ଗେ କହିଥିଲେ କି , ତାଙ୍କ ପାଖରେ ୧୫ ହଜାର ଟଙ୍କା ଅଛି, ବର୍ତ୍ତମାନ ଯଦି ଟଙ୍କା ଦରକାର ତେବେ ମୋଠୁ ନିଅନ୍ତୁ | ମୋ ପତ୍ନୀଙ୍କ ପ୍ରସବ ସମୟରେ ଏହାକୁ ମୋତେ ଦେଇ ଦେବେ । ଏହାପରେ ସୋନମ୍  ଆଶ୍ଚର୍ଯ୍ୟ ହୋଇଯାଇଥିଲେ କି, ଯେଉଁମାନଙ୍କ ଉପରେ  ଲକ୍ଷ ଲକ୍ଷ ଟଙ୍କା ଦେବାର ଅଛି ସେମାନେ ତାଙ୍କ କଲ୍ ଉଠାଉ ନାହାଁନ୍ତି ଏବଂ ତାଙ୍କ ନମ୍ବରକୁ ବ୍ଳକ୍ କରିବା ସହ ଟଙ୍କା ଦେଉ ନାହାଁନ୍ତି। ‘ କିନ୍ତୁ ଏଭଳି ସ୍ଥିତିରେ ତାଙ୍କ ମେକଅପ୍ ମ୍ୟାନ ତାଙ୍କୁ ଏଭଳି ସହାନୁଭୂତି ଦେଖାଇଲେ।

sonal 1ତେବେ ସୋନାଲ ତାଙ୍କ ମେକଅପ୍ ମ୍ୟାନଙ୍କ ନାଁ ପଙ୍କଜ ଗୁପ୍ତା ବୋଲି ପରିପ୍ରକାଶ କରିବା ସହିତ ସେ ତାଙ୍କ ପରିବାର ପରି ତାଙ୍କୁ ସହାୟତାର ହାତ ବଢାଇବାକୁ ପ୍ରସ୍ତୁତଥିବା ଲେଖିଛନ୍ତି | ଏହା ସହ ସୋନାଲ ଲେଖିଛନ୍ତି କି ଟଙ୍କା ଏକ ବଡ ଡିଲ ନୁହେଁ , କିନ୍ତୁ ପାଖରେ ଟଙ୍କା ନଥିଲେ ମଧ୍ୟ ସେମାନେ ତାଙ୍କ ବିଷୟରେ ଚିନ୍ତା କରୁଛନ୍ତି | ଏହାସହ ଧନୀ ଲୋକମାନେ ହୃଦୟରୁ ଧନୀ ହେବା ଉଚିତ୍ ବୋଲି ନିଜର ମନ୍ତବ୍ଯ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.