ଫିଲ୍ମ ପ୍ରମୋସନ ବେଳେ ଅଭିନେତ୍ରୀଙ୍କ ସହ ଯୌନ ଉତ୍ପୀଡ଼ନ! କହିଲେ, ‘କେହି ଜଣେ ମୋତେ ଅଶ୍ଳୀଳ ଭାବରେ ଧରି ପକାଇଲେ’

ମାଲାୟାଲମ୍‌ ଫିଲ୍ମର ଜଣେ ଲୋକପ୍ରିୟ ଅଭିନେତ୍ରୀ ଯୌନ ଉତ୍ପୀଡ଼ନର ଶିକାର ହୋଇଛନ୍ତି। ଏ ନେଇ ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ୍‍ ସେୟାର କରି ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ ଏକ ମଲ୍‌ରେ ଫିଲ୍ମ ପ୍ରମୋସନ ବେଳେ ତାଙ୍କ ସହିତ ଯୌନ ଉତ୍ପୀଡ଼ନ ହୋଇଛି। କେରଳର କୋଝିକୋଡ୍‌ ଜିଲ୍ଲାରେ ଥିବା ଏହି ମଲ୍‌ରେ ଘଟଣା ଘଟିଛି। ଅଭିନେତ୍ରୀଙ୍କ କହିବା ହେଲା, ସେ ଫିଲ୍ମର ପ୍ରମୋସନ କରୁଥିବା ବେଳେ କେହି ଜଣେ ତାଙ୍କୁ ଅଶ୍ଳୀଳ ଢଙ୍ଗରେ ଧରି ପକାଇଥିଲେ। ଅଭିନେତ୍ରୀ ଲୋକଙ୍କର ଏପରି ଯୌନ ଲାଳସାକୁ ନେଇ କ୍ରୋଧ ପ୍ରକାଶ କରିବା ସହ ଚିନ୍ତା ଜାହିର କରିଛନ୍ତି।

ନିଜ ପୋଷ୍ଟରେ ଅଭିନେତ୍ରୀ ଲେଖିଛନ୍ତି କି, ମଙ୍ଗଳବାର ରାତିରେ ଏକ ବ୍ୟସ୍ତବହୁଳ ମଲ୍‌ରେ ଆୟୋଜିତ କାର୍ଯ୍ୟକ୍ରମ ସମୟରେ ଅନ୍ୟ ଜଣେ ଅଭିନେତ୍ରୀ ମଧ୍ୟ ଏହି ପ୍ରକାରର ଅନୁଭବ କରିଥିଲେ। ଏହି ଘଟଣାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ଏବଂ ସ୍ଥାନୀୟ ଟିଭି ଚ୍ୟାନେଲଗୁଡ଼ିକ ଏହାର ପ୍ରସାରଣ କରିଥିଲେ। ତେବେ ଅଭିନେତ୍ରୀ ଜଣକ ସେହି ରାତିରେ ଏହି ପୋଷ୍ଟ ଲେଖିଥିବା ଜଣାପଡ଼ିଛି।

ପୋଷ୍ଟରେ ସେ ଆହୁରି ଉଲ୍ଲେଖ କରିଛନ୍ତି ଯେ ‘କୋଝିକୋଡ୍‌ ଏମିତି ଏକ ଜାଗା, ଯାହାକୁ ମୁଁ ବହୁତ ଭଲ ପାଇଥାଏ। କିନ୍ତୁ ଆଜି ରାତିରେ କାର୍ଯ୍ୟକ୍ରମ ସାରି ଫେରିବା ସମୟରେ ପ୍ରବଳ ଭିଡ଼ ଭିତରେ କେହି ଜଣେ ମୋତେ ଧରି ପକାଇଥିଲେ। ମୋତେ ଏହା କହି ଘୃଣା ଲାଗୁଛି କି, କ’ଣ ଆମ ଆଖାପାଖର ଲୋକେ ଏତେ ଯୌନ ପିପାସୁ ଅଛନ୍ତି? ଫିଲ୍ମର ପ୍ରଚାର ଆଳରେ ଆମେ ଅନେକ ଜାଗାକୁ ଯାଉଛୁ। କିନ୍ତୁ ମୋତେ ଏତେ ଖରାପ ଅନୁଭବ ଆଉ କେଉଁଠି ବି ହୋଇ ନ ଥିଲା। ମୋ ସହଯୋଗୀଙ୍କୁ ମଧ୍ୟ ଏମିତି ହିଁ ଅନୁଭବ ହୋଇଛି’।

actress2
photo: Free Press Journal

ସେପଟେ ଗହଳିରେ ଦୁର୍ବ୍ୟବହାରର ଶିକାର ହୋଇଥିବା ଅନ୍ୟ ଜଣେ ଅଭିନେତ୍ରୀ ମଧ୍ୟ ନିଜ ଇନ୍‌ଷ୍ଟାଗ୍ରାମ ପେଜ୍‌ ମାଧ୍ୟମରେ ନିଜର ଖରାପ ଅନୁଭବ ସେୟାର କରିଥିଲେ। ସେ କହିଥିଲେ କି, ମଲ୍‌ରେ ପ୍ରବଳ ଭିଡ଼ ଥିଲା ଏବଂ ସୁରକ୍ଷା କର୍ମୀମାନେ ଭିଡ଼କୁ ନିୟନ୍ତ୍ରଣ କରିବାରେ ସଂଘର୍ଷ କରୁଥିଲେ। ତେବେ ଅଭିନେତ୍ରୀ ଇନ୍‌ଷ୍ଟାରେ କହିଥିଲେ ଯେ ଜଣେ ବ୍ୟକ୍ତି ତାଙ୍କ ସାଥୀ କଳାକାରଙ୍କ ସହ ଦୁର୍ବ୍ୟବହାର କରିଥିଲେ, କିନ୍ତୁ ସେ କୌଣସି ପ୍ରତିକ୍ରିୟା ଦେଇ ନ ଥିଲେ। ପରେ ମୋତେ ମଧ୍ୟ ଏହି ପ୍ରକାରର ଅନୁଭବର ସାମ୍ନା କରିବାକୁ ପଡ଼ିଥିଲା। ହେଲେ ମୁଁ ଏହାର ଜବାବ ଦେଇଥିଲି। ମୁଁ ଚାହୁଁଛି କି, କେହି ବି ନିଜ ଜୀବନରେ ଏ ପ୍ରକାର ଅନୁଭବର ସାମ୍ନା ନ କରନ୍ତୁ। ଦୋଷୀକୁ ଦଣ୍ଡ ମିଳୁ’।

ଅନ୍ୟପଟେ ପୋଲିସର କହିବା ହେଲା, ମାମଲାର ତଦନ୍ତ ଆରମ୍ଭ କରି ଦିଆଯାଇଛି। ଦୋଷୀମାନଙ୍କୁ ଚିହ୍ନଟ କରିବା ଏବଂ ତାଙ୍କର ପତ୍ତା ଲଗାଇବା ପାଇଁ ଉଦ୍ୟମ ଚାଲିଛି। କହି ରଖୁଛୁ, ମାସେ ତଳେ ଏହି ମଲରେ ଆୟୋଜିତ ଏକ ପ୍ରଚାର କାର୍ଯ୍ୟକ୍ରମକୁ ସମୟ ପୂର୍ବରୁ ସାରି ଦେବାକୁ ପଡ଼ିଥିଲା। କାହିଁକି ନା, ନିଜ ପସନ୍ଦର ଅଭିନେତାଙ୍କୁ ଦେଖିବା ପାଇଁ ସେଠାରେ ପ୍ରବଳ ଜନଗହଳି ହୋଇଥିଲା, ଯାହାକୁ ନିୟନ୍ତ୍ରଣ କରିବା ସମ୍ଭବ ହୋଇ ନ ଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.