ଦୁଇଥର କ୍ୟାନ୍ସରକୁ ମାତ୍‌ ଦେଇଥିବା ଅଭିନେତ୍ରୀ ଏବେ ଷ୍ଟ୍ରୋକ୍‌ରେ ପୀଡ଼ିତ; ଅବସ୍ଥା ସଙ୍କଟାପନ୍ନ, ଭେଣ୍ଟିଲେଟରରେ ଚାଲିଛି ଚିକିତ୍ସା

ଫିଲ୍ମ ଇଣ୍ଡଷ୍ଟ୍ରୀରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଲୋକପ୍ରିୟ ଅଭିନେତ୍ରୀ ଏଣ୍ଡ୍ରିଲା ଶର୍ମାଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ସଙ୍କଟାପନ୍ନ ରହିଛି। ସେ ଏବେ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି। କିଛି ଦିନ ତଳେ ହଠାତ୍‌ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା, ଯାହାପରେ ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତରୀ ଟିମ୍‌ ଏଣ୍ଡ୍ରିଲାଙ୍କ ଅବସ୍ଥା ଗମ୍ଭୀର ଥିବା କହିଛନ୍ତି।

ସୂଚନା ମୁତାବକ, ଏଣ୍ଡ୍ରିଲା ଶର୍ମା କୋଲକାତା ହାଓ୍ଵଡାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କୁ ହଠାତ୍‌ ଷ୍ଟ୍ରୋକ୍‌ ଆସିଥିଲା, ଯାହା ପରେ ହିଁ ତାଙ୍କ ମସ୍ତିଷ୍କରେ ବ୍ଲଡ୍‌ କ୍ଲଟ୍‌ କରିଛି। ଏମିତିରେ ଅଭିନେତ୍ରୀ ଅତ୍ୟନ୍ତ ସଙ୍କଟାପନ୍ନ ସ୍ଥିତିରେ ଅଛନ୍ତି। ଡାକ୍ତରମାନେ ତାଙ୍କୁ ଭେଣ୍ଟିଲେଟର ସପୋର୍ଟ ଦେଇ ରଖିଛନ୍ତି। କୁହାଯାଉଛି କି, ଏଣ୍ଡ୍ରିଲାଙ୍କ ଅବସ୍ଥା ଗୁରୁତର ଅଛି। କହି ରଖୁଛୁ, ଏଣ୍ଡ୍ରିଲା ଶର୍ମା ଦୁଇ ଦୁଇଥର କ୍ୟାନ୍ସର ଭଳି ରୋଗ ସହ ଲଢ଼େଇରେ ଜିତି ସାରିଛନ୍ତି।

ଏଣ୍ଡ୍ରିଲା ଶର୍ମାଙ୍କୁ ଯେତେବେଳେ ଦ୍ୱିତୀୟ ଥର କ୍ୟାନ୍ସର ହୋଇଥିବା ନେଇ ଜଣାପଡ଼ିଥିଲା, ସେତେବେଳେ ମଧ୍ୟ ସେ ହାର୍‌ ମାନି ନ ଥିଲେ। ଅଭିନେତ୍ରୀ ନିଜର କ୍ରିଟିକାଲ ସର୍ଜରୀକୁ ପୂରା କରାଇଥିଲେ। ସେହି ସମୟରେ ତାଙ୍କର କେମୋଥେରାପି ସେସନ ଚାଲିଥିଲା, ଯାହା ପରେ ହିଁ ଡାକ୍ତରମାନେ ତାଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ ବୋଲି ଜଣାଇଥିଲେ। ଏଣ୍ଡ୍ରିଲା ଶର୍ମା ଆକ୍ଟିଂରେ ନିଜର କମ୍‌ବ୍ୟାକ ମଧ୍ୟ କରି ସାରିଥିଲେ। କିନ୍ତୁ ଏତେ ସବୁ ପରେ ଏବେ ଅଭିନେତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ପୁଣିଥରେ ବିଗିଡ଼ି ଯାଇଛି। ଏମିତି ତାଙ୍କ ପରିବାର ସହିତ ଫ୍ୟାନ୍‌ମାନେ ବି ବହୁତ ଅଧିକ ଦୁଃଖୀ ଅଛନ୍ତି।

 

View this post on Instagram

 

A post shared by Aindrila Sharma (@aindrila.sharma)

ଏଣ୍ଡ୍ରିଲା ଶର୍ମାଙ୍କ ଆକ୍ଟିଂ କ୍ୟାରିୟର ବିଷୟରେ କଥା ହେବା ତ ସେ ବଙ୍ଗାଳୀ ସିନେମାରେ ଅଧିକ ଆକ୍ଟିଭ ଅଛନ୍ତି। ସେ ନିଜ କ୍ୟାରିୟର ଟିଭି ଶୋ’ ‘ଝୁମର’ରୁ ଆରମ୍ଭ କରିଥିଲେ। ଏହାପରେ ସେ ଅନେକ ପପୁଲାର ଶୋ’ରେ ନଜର ଆସିଥିଲେ। ଏଣ୍ଡ୍ରିଲା ଓଟିଟିର କେତେକ ପ୍ରୋଜେକ୍ଟର ଅଂଶ ମଧ୍ୟ ରହିଛନ୍ତି। ସେ ଜୀବନ ଜ୍ୟୋତି, ଜୀବନ କଠିରେ ଲିଡ୍‌ ଅଭିନେତ୍ରୀର ଭୂମିକାରେ ଦେଖା ଦେଇଥିଲେ।