ବାସ୍ତବ ଜୀବନରେ ପୁଅ ନୁହେଁ ଝିଅ ଥିଲେ ମହେନ୍ଦ୍ର ବାହୁବଳୀ, ଜାଣନ୍ତୁ କିପରି

ବାହୁବଳୀ ଫିଲ୍ମ ୨କୁ ବଡ ସଫଳତା କେବଳ ବକ୍ସ ଅଫିସରେ ନୁହେଁ ବରଂ ଲୋକଙ୍କ ମନକୁ ମଧ୍ୟ କିଣି ପାରିଛି। ଏନେଇ ଯେତେବେଳେ ଫିଲ୍ମ ନିର୍ଦେଶକ ବାହୁବଳୀ ପରେ କୌଣସି ନୂଆ ଫିଲ୍ମ ନେଇ ଆସିବା ସମୟରେ ତାଙ୍କର ପୂର୍ବ ଫିଲ୍ମର କାହାଣୀ ମଧ୍ୟ ସାମ୍ନାକୁ ଆସିଥାଏ। ବାହୁବଳୀ ଫିଲ୍ମର ନିର୍ଦେଶକ ଏସଏସ ରାଜୌମୌଲୀ ବାହୁବଳୀ ପରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଫିଲ୍ମ ନେଇ ଆସିନାହାନ୍ତି। ସୂଚନା ମୁତାବକ ତାଙ୍କର RRR ଆସିବାର ଅଛି। ଏଥିରେ ରାମଚରଣ, ଜୁନିୟର ଏଣ୍ଟିଆରଙ୍କ ସହ ଆଲିୟା ଭଟ୍ଟ ଏବଂ ଅଜୟ ଦେବଗନ ମଧ୍ୟ ନଜର ଆସିବେ କିନ୍ତୁ ଏହି ନୂଆ ଫିଲ୍ମ ପୂର୍ବରୁ ତାଙ୍କର ପୁରୁଣା ଫିଲ୍ମର ଏକ ଅଂଶ ସାମ୍ନାକୁ ଆସିଛି। ଫିଲ୍ମରେ ରାଜମାତା ଶିବଗାମୀ ଦେବୀ ଯେଉଁ ପିଲାଙ୍କୁ ଆଗାମୀ ରାଜା ଘୋଷିତ କରିଛନ୍ତି ସେହି ମହେନ୍ଦ୍ର ବାହୁବଳୀଙ୍କ ପିଲା କିଏ ?

avvenger

ଯେଉଁ ଶିବଗାମୀ ଦେବୀ ନିଜ ଜୀବନ ସହ ଖେଳି ଯାହାଙ୍କୁ ରକ୍ଷା କରିଥିଲେ ସେ ଆଗାମୀ ସମୟରେ ମାହିସ୍ମତି ରାଜ୍ୟ ସିଂହାସନର ଦାୟିତ୍ୱ ବହନ କରିଛନ୍ତି। ସୂଚନା ମୁତାବକ ମହେନ୍ଦ୍ର ବାହୁବଳୀଙ୍କ ଛୋଟ ପିଲାବେଳର ଚରିତ୍ରରେ ଅଭିନୟ କରୁଥିବା ସେହି କୁନି କଳାକାର ଜଣକ ପ୍ରକୃତରେ ଜଣେ ଝିଅ ଥିଲେ। କେରଳରେ ରହୁଥିବା ସେହି କୁନି ଝିଅଟିର ନାଁ ହେଉଛି ଅକ୍ଷିତା ୱାସଲନ। ବାହୁବଳୀ ପାର୍ଟ ୧ର ସୁଟିଂ ସମୟରେ ଏହି ଛୋଟ କଳାକାର ୧୮ ମାସର ହୋଇଥିଲେ। କେରଳରେ ସୁଟିଂ ହେଉଥିବା ବାହୁବଳୀ ଫିଲ୍ମରେ ଅକ୍ଷିତାଙ୍କ ବାପା ପ୍ରଡକ୍ସନ ଏଜ୍ଜୁକ୍ୟୁଟିଭ ଥିଲେ। ଏହାପରେ ଫିଲ୍ମରେ ସୁଟିଂ କରୁଥିବା ଲୋକଙ୍କ ନଜର ଏହି ଛୋଟ ପିଲାଟି ଉପରେ ପଡିବା ପରେ ଅଭିନୟ କରିବା ପାଇଁ ଚୟନ କରାଯାଇଥିଲା।

Leave A Reply

Your email address will not be published.