ଏହି ବିଦେଶୀ ଅଭିନେତାଙ୍କ ସ୍ୱପ୍ନରେ ଆସୁଥିଲା ମୃତ ପୁଅ, ପରେ ହରିଦ୍ୱାରରେ କରିଥିଲେ ଶ୍ରାଦ୍ଧ

ଚଳିତ ବର୍ଷ ୧୭ ସେପ୍ଟେମ୍ବରରୁ ଶ୍ରାଦ୍ଧ ପକ୍ଷ ଆରମ୍ଭ ହୋଇ ଅକ୍ଟୋବର ୨ ଅର୍ଥାତ ଆଜି ସର୍ବପିତୃ ଅମାବାସ୍ୟା ସହିତ ସମାପ୍ତ ହେବ । ଶାସ୍ତ୍ରରେ ପିତୃ ପକ୍ଷର ବିଶେଷ ଗୁରୁତ୍ୱ ଉଲ୍ଲେଖ କରାଯାଇଛି । କୁହାଯାଏ ଯେ ପିତୃ ପକ୍ଷ ସମୟରେ ଆମ ପୂର୍ବପୁରୁଷମାନେ ଆଶୀର୍ବାଦ କରିବାକୁ ପୃଥିବୀକୁ ଆସନ୍ତି । ଏହି ପବିତ୍ର ଦିନରେ, ଯେଉଁମାନେ ସେମାନଙ୍କ ପୂର୍ବପୁରୁଷମାନଙ୍କର ଉପଯୁକ୍ତ ଶ୍ରାଦ୍ଧ କରନ୍ତି ତଥା ସେମାନଙ୍କ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରନ୍ତି, ସେମାନଙ୍କ ଜୀବନ ସର୍ବଦା ଖୁସିରେ କଟିଥାଏ ।

କେବଳ ସନାତନ ଧର୍ମରେ ପିତୃ ପକ୍ଷରେ ଶ୍ରାଦ୍ଧ କରିବାର ପରମ୍ପରା ବିଷୟରେ ଆପଣ ନିଶ୍ଚୟ ଶୁଣିଥିବେ । କିନ୍ତୁ ଆପଣ ଜାଣନ୍ତି କି ହଲିଉଡର ଜଣେ ଭେଟେରାନ ଅଭିନେତା ମଧ୍ୟ ତାଙ୍କ ମୃତ ପୁଅର ଆତ୍ମାର ଶାନ୍ତି ପାଇଁ ଶ୍ରାଦ୍ଧ କରିଛନ୍ତି । କେବଳ ଏତିକି ନୁହେଁ ଅଭିନେତା ପୁରା ରୀତିନୀତି ସହିତ ହରିଦ୍ୱାରରେ ପୁଅର ଶ୍ରାଦ୍ଧ କରିଥିଲେ । ତେବେ ଆମେ ଆପଣଙ୍କୁ ଆମେରିକୀୟ ଅଭିନେତା ସିଲଭେଷ୍ଟର ଷ୍ଟାନଲୋନଙ୍କ ବିଷୟରେ କହୁଛୁ ଯିଏକି ରକି ଭାବରେ ମଧ୍ୟ ଜଣାଶୁଣା । ସିଲଭେଷ୍ଟର ଷ୍ଟାନଲୋନ ୨୦୧୫ରେ ତାଙ୍କ ପୁଅ ସେଜ ଷ୍ଟାଲୋନଙ୍କ ଶ୍ରାଦ୍ଧ କରିଥିଲେ ।

୨୦୧୨ ରେ ତାଙ୍କ ଲସ୍ ଆଞ୍ଜେଲସ୍ ଆପାର୍ଟମେଣ୍ଟରେ ସିଲଭେଷ୍ଟରଙ୍କ ପୁଅର ମୃତଦେହ ମିଳିଥିଲା । ପ୍ରାରମ୍ଭରେ କୁହାଯାଇଥିଲା ଯେ ଅତ୍ୟଧିକ ନିଶା ସେବନ ହେତୁ ତାଙ୍କର ମୃତ୍ୟୁ ଘଟିଛି । କିନ୍ତୁ ପରେ ହୃଦଘାତର ବିଷୟ ସାମ୍ନାକୁ ଆସିଥିଲା । ପୁଅର ମୃତ୍ୟୁ ପରେ ସିଲଭେଷ୍ଟର ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ । ତାଙ୍କର ପୁରା ପରିବାର ଏକ ଗଭୀର ଦୁଃଖର ସମୟ ଦେଇ ଗତି କରୁଥିଲେ । ତା’ପରେ ହଠାତ୍ ୨୦୧୫ ମସିହାରେ, ସିଲଭେଷ୍ଟର ଋଷିକେଶର ଜଣେ ଜ୍ୟୋତିଷଙ୍କୁ ଫୋନ୍ କରି କହିଥିଲେ ଯେ ତାଙ୍କ ମୃତ ପୁଅ ତାଙ୍କୁ ସବୁବେଳେ ସ୍ବପ୍ନରେ ଦେଖାଯାଉଛି ।

ତା’ପରେ ଜ୍ୟୋତିଷ ତାଙ୍କୁ ପରାମର୍ଶ ଦେଇଥିଲେ ଯେ ସେ ତାଙ୍କ ମୃତ ପୁତ୍ରର ଶ୍ରାଦ୍ଧ ସମ୍ପୂର୍ଣ୍ଣ ରୀତିନୀତି ଅନୁଯାୟୀ କରିବା ଉଚିତ୍ । ଖ୍ରୀଷ୍ଟିଆନ ହୋଇଥିଲେ ମଧ୍ୟ ସିଲଭେଷ୍ଟର ତାଙ୍କ ପୁଅର ଶ୍ରାଦ୍ଧ କରିବାକୁ ରାଜି ହୋଇଥିଲେ । କିନ୍ତୁ ସିଲଭେଷ୍ଟର ଜାଣିଥିଲେ ଯେ ପୁଅର ଶ୍ରାଦ୍ଧ ଭାରତରେ କରିବା ତାଙ୍କ ପାଇଁ ସହଜ ହେବ ନାହିଁ । ତେଣୁ ସେ ତାଙ୍କ ଭାଇ ମାଇକେଲ ଏବଂ ତାଙ୍କ ପତ୍ନୀଙ୍କୁ ଏହି ଦାୟିତ୍ୱ ଦେଇଥିଲେ । ଶାସ୍ତ୍ର ଅନୁଯାୟୀ, କୌଣସି ପରିବାର ସଦସ୍ୟ (ରକ୍ତ ସମ୍ପର୍କୀୟ) ମୃତ ବ୍ୟକ୍ତିଙ୍କ ପାଇଁ ଶ୍ରାଦ୍ଧ କାର୍ଯ୍ୟ କରିପାରିବେ ।

ସୂଚନାଯୋଗ୍ୟ ଯେ ସେ ପିତୃ ପକ୍ଷ ତିଥିରେ ନିଜ ପୁଅର ଶ୍ରାଦ୍ଧ କାର୍ଯ୍ୟ କରିଥିଲେ, ଯେଉଁଥିରେ ଦୁର୍ଘଟଣା କିମ୍ବା ହତ୍ୟାରେ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ଶ୍ରାଦ୍ଧ କରାଯାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like