ବକ୍ସ ଅଫିସରେ ଫ୍ଲପ ହେଲା ଫିଲ୍ମ ‘ଲାଲ ସିଂ ଚଢ଼ା’ : ବିଫଳତାର ଦାୟିତ୍ବ ନେଇ ଅଭିନୟ ପାଇଁ ପାରିଶ୍ରମିକ ନେବାକୁ ମନା କଲେ ଆମୀର !

କ୍ରମାଗତ ଫ୍ଲପ ଫିଲ୍ମ ଯୋଗୁ ଏବେ ଚିନ୍ତାରେ ରହିଛି ଫିଲ୍ମ ଇଣ୍ଡଷ୍ଟ୍ରି । ବଲିଉଡ ପ୍ରତି ଦର୍ଶକ ବିମୁଖ ହେବାରେ ଲାଗିଛନ୍ତି । ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଅମୀର ଖାନଙ୍କ ଫିଲ୍ମକୁ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ବେଶ୍ ଉତ୍ସାହ ରହିଥାଏ । କିନ୍ତୁ ଚଳିତ ଥର ଦର୍ଶକଙ୍କ ମଧ୍ୟରେ ଏଭଳି ଉତ୍ସାହ ଦେଖିବାକୁ ମିଳିନାହିଁ । ଅମୀର ଖାନଙ୍କ ଫିଲ୍ମ ‘ଲାଲ ସିଂ ଚଢ଼ା’ ରିଲିଜ୍ ପୂର୍ବରୁ ସୋସିଆଲ ମିଡିଆରେ ଟ୍ରେଣ୍ଡ କରିଥିଲା ’ବଏକଟ୍‌ ଲାଲ୍ ସିଂ ଚଢ଼ା’ । ଫିଲ୍ମ ବିରୋଧରେ ଦର୍ଶକଙ୍କ ଏଭଳି ପ୍ରତିକ୍ରିୟା ଦେଖି ଚିନ୍ତାରେ ପଡ଼ିଯାଇଥିଲେ ଅମୀର ।

ଏପରିକି ଆମୀର ଖାନଙ୍କ ଫିଲ୍ମ ‘ଲାଲ ସିଂ ଚଢ଼ା’ ବକ୍ସ ଅଫିସରେ ଫ୍ଲପ ବୋଲି ପ୍ରମାଣ ହୋଇସାରିଛି । ଅଦ୍ବୈତ ଚନ୍ଦନଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ରିଲିଜ୍ ସପ୍ତାହରେ ୬୦କୋଟିରୁ କମ୍ ରୋଜଗାର କରିଥିବା ନେଇ କୁହାଯାଉଛି । ଫିଲ୍ମଟି ଅଗଷ୍ଟ ୧୧ରେ ରିଲିଜ୍ ହୋଇଥିବା ବେଳେ ଦିନ ଗଡ଼ିବା ସହ କମ ହେବାରେ ଲାଗିଛି ଫିଲ୍ମର ବକ୍ସ ଅଫିସର ଆୟ। ଏପରିକି ବକ୍ସ ଅଫିସର ଅବସ୍ଥା ଦେଖି ଓଟିଟିରେ ରିଲିଜ୍ ପାଇଁ ଫିଲ୍ମର ରାଇଟ୍ସ କିଣିବାକୁ ଚୁକ୍ତି କରିଥିବା ନେଟଫ୍ଲିକ୍ସ ମଧ୍ୟ ଚୁକ୍ତି ବାତିଲ କରିଥିବା ଚର୍ଚ୍ଚା ହୋଇଥିଲା ।

ମିଡିଆ ରିପୋର୍ଟ ମୁତାବକ, ଏହି ଫିଲ୍ମ ଯୋଗୁ ଡିଷ୍ଟ୍ରିବ୍ୟୁଟରମାନଙ୍କୁ ଅନେକ କ୍ଷତି ସହିବାକୁ ପଡ଼ିଛି ଏବଂ ସେମାନେ ଫିଲ୍ମର ନିର୍ମାତାଙ୍କୁ ପ୍ରଚୁର କ୍ଷତିପୂରଣ ଦାବି କରିଛନ୍ତି। ଆମିର ନିଜେ ଏହି ଫିଲ୍ମର କୋ-ପ୍ରଡ୍ୟୁସର ଅଛନ୍ତି । ଖବର ରହିଛି, ଏହି ଫିଲ୍ମ ଫ୍ଲପ୍‌ ହେବାର ଦୋଷ ଆମିର ନିଜ ମୁଣ୍ଡକୁ ନେଇଛନ୍ତି। ଏବେ ଖବର ମିଳୁଛି ଯେ, ଲାଲ୍ ସିଂହ ଚଢ଼ାର ବିଫଳତାର ଦାୟିତ୍ବ ନେଇ ଅଭିନୟ ପାଇଁ ପାରିଶ୍ରମିକ ନେବାକୁ ମନା କରିଛନ୍ତି ଆମୀର ଖାନ୍। କୁହାଯାଉଛି ଯେ ଆମୀରଙ୍କ ଏହି ପଦକ୍ଷେପ ନିର୍ମାତାଙ୍କ କ୍ଷତିକୁ ବହୁ ପରିମାଣରେ ହ୍ରାସ କରିବ। ରିପୋର୍ଟ ଅନୁଯାୟୀ, ଆମୀର ଖାନ ଏହି ଚଳଚ୍ଚିତ୍ର ପାଇଁ ୧୦୦ କୋଟି ଟଙ୍କା ଶୁଳ୍କ ଦେବାକୁ ଯାଉଥିଲେ, କିନ୍ତୁ ନିର୍ମାତାମାନଙ୍କୁ ଆରାମ ଦେଇ ସେ ବର୍ତ୍ତମାନ ଏହି ରାଶି ଗ୍ରହଣ କରିବେ ନାହିଁ ।ଏଭଳି ପରିସ୍ଥିତିରେ ଆମୀର ଆଗକୁ ଆସି ନିଜେ ସେହି କ୍ଷତି ସହିବାକୁ ନିଷ୍ପତ୍ତି ନେଇଛନ୍ତି।

‘ଲାଲ ସିଂହ ଚଢା’ ହଲିଉଡର କ୍ଲାସିକ୍ ଚଳଚ୍ଚିତ୍ର ‘ଫରେଷ୍ଟ ଗୁମ୍ପ’ର ରିମେକ୍ ଅଟେ। ଏକ ସରଳ, ଦୟାଳୁ ବ୍ୟକ୍ତି ଭୂମିକାରେ ଅଛନ୍ତି ଅମୀର, ଯାହା ମୂଳତଃ ଟମ୍‌ ହ୍ୟାଙ୍କଙ୍କ ୧୯୯୪ରେ ଆଇକନିକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ଏଥିରେ କରୀନା କପୁର ମଧ୍ୟ ଅଭିନୟ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.