ଥରି ଉଠିବ ଛାତି! ‘ଭୁଲ୍‌ ଭୁଲୈୟା ୨’ର ଟିଜର ରିଲିଜ୍‌; ସ୍ୱାଗ୍‌ରେ ନଜର ଆସିଲେ କାର୍ତ୍ତିକ ଆର୍ଯ୍ୟନ

କାର୍ତ୍ତିକ ଆର୍ଯ୍ୟନଙ୍କ ଫିଲ୍ମ ‘ଭୁଲ୍‌ ଭୁଲୈୟା ୨’କୁ ଦର୍ଶକ ଲମ୍ବା ସମୟରୁ ଅପେକ୍ଷା କରି ରହିଥିଲେ। ଅନେକ କାରଣରୁ ଫିଲ୍ମର ରିଲିଜ୍‌ ଡେଟ୍‌ ପୋଷ୍ଟପୋନ ହେବା ପରେ ଏବେ ଶେଷରେ ଏହାର ଟିଜର ରିଲିଜ୍‌ କରି ଦିଆଯାଇଛି, ଯାହାପରେ ଫିଲ୍ମ ପାଇଁ ଦର୍ଶକଙ୍କ ଉତ୍ସାହ ଆହୁରି ଦୁଇଗଣା ବଢ଼ିଯାଇଛି। ଟିଜରରେ କାର୍ତ୍ତିକଙ୍କ ସ୍ୱାଗ୍‌ ଦେଖିବା ଯୋଗ୍ୟ।

ଟିଜର ଆରମ୍ଭ ହେଉଛି ପପୁଲାର ସଙ୍ଗ୍‌ ‘ଆମି ଛେ ତୁମ୍‌ହାର’ରୁ। ପରେ ପରେ ଏକ ଭୂତିଆ ବଙ୍ଗଳାର ଝଲକ ଦେଖିବାକୁ ମିଳୁଛି। ଏହାପରେ କବାଟରେ ଲାଗିଥିବା ବଡ଼ ତାଲା ଦେଖୁ ଦେଖୁ ଆପେ ଖୋଲି ଯାଉଛି, ଯାହାପରେ ଚିତ୍କାର କରୁଥିବା ଆତ୍ମାର ଝଲକ ଏଥିରେ ଦେଖାଯାଇଛି। ଟିଜର ଦେଖିବା ପରେ ହିଁ ଫିଲ୍ମ ପାଇଁ ଉତ୍ସାହ ଆହୁରି ବଢ଼ି ଯାଇଛି।

୫୩ ସେକେଣ୍ଡର ଏହି ଟିଜରରେ କାର୍ତ୍ତିକ ଆର୍ଯ୍ୟନ ବ୍ଲାକ୍‌ କୁର୍ତ୍ତା ସହ ମୁଣ୍ଡରେ ଗାମୁଛା ବାନ୍ଧି ଏଣ୍ଟ୍ରି ନେଉଛନ୍ତି। ତାଙ୍କୁ ଦେଖି ‘ଭୁଲ୍‌ ଭୁଲୈୟା’ର ଅକ୍ଷୟ କୁମାରଙ୍କ କଥା ମନେ ପଡ଼ିଯାଉଛି। ‘ଭୁଲ୍‌ ଭୁଲୈୟା ୨’କୁ ଚଳିତ ବର୍ଷର ମୋଷ୍ଟ୍‍ ଆେଓ୍ଵଟେଡ୍‌ ଫିଲ୍ମ ମଧ୍ୟରୁ ଗୋଟିଏ ବୋଲି କୁହାଯାଉଛି।

କହି ରଖୁଛୁ, ୨୦୦୭ରେ ରିଲିଜ୍‌ ହୋଇଥିବା ଅକ୍ଷୟ କୁମାରଙ୍କ ‘ଭୁଲ୍‌ ଭୁଲୈୟା’କୁ ଦର୍ଶକ ଓ ସମୀକ୍ଷକମାନେ ଖୁବ୍‌ ପସନ୍ଦ କରିଥିଲେ। ଏହାକୁ ନଜରରେ ରଖି କାର୍ତ୍ତିକ ଆର୍ଯ୍ୟନଙ୍କ ସହିତ ‘ଭୁଲ୍‌ ଭୁଲୈୟା ୨’ ନିର୍ମାଣ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଅନିସ୍‌ ବଜମୀଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ଏହି ଫିଲ୍ମ ୨୦ ମେ’, ୨୦୨୨ରେ ସିନେମାଘରେ ରିଲିଜ୍‌ ହେବ।

video courtesy: T-Series

Leave A Reply

Your email address will not be published.