କରୋନା କାୟାରେ ବଲିଉଡ ଇଣ୍ଡଷ୍ଟ୍ରୀ, ନିରାପତ୍ତା ଦୃଷ୍ଟିରୁ କିଛିଦିନ ବନ୍ଦ ରହିଲା କମେଡିଙ୍କ କିଙ୍ଗ କପିଲଙ୍କ ଶୋ

ଫିଲ୍ମ ଇଣ୍ଡଷ୍ଟ୍ରୀରେ ପୁଣି କରୋନା କାୟା ବିସ୍ତାର କରିବା ଆରମ୍ଭ କଲାଣି। ପ୍ରତିଦିନ କେହି ନା କେହି ବଲିଉଡ ସେଲିବ୍ରେଟି ସଂକ୍ରମିତ ହେବାର ଖବର ସାମ୍ନାକୁ ଆସୁଛି। ଏହାକୁ ଦୃଷ୍ଟିରେ ରଖି ‘ଦ କପିଲ ଶର୍ମା’ ଶୋ’ କିଛି ସମୟ ପାଇଁ ବ୍ରେକ୍ ନେବାକୁ ନିଷ୍ପତ୍ତି ନେଇଛି।

ସୂଚନା ଅନୁଯାୟୀ, ଶୋ’ ଡିସେମ୍ବର ୨୮ ରାତିରେ ଶୁଟିଂ ଶେଷ କରି ଏକ ସପ୍ତାହ ପାଇଁ ବନ୍ଦ ରହିଛି। ଜାନୁଆରୀ ପ୍ରଥମ ସପ୍ତାହରେ ପୁଣିଥରେ ସୁଟିଂ ଆରମ୍ଭ ହେବ ବୋଲି ଆଶା କରାଯାଉଛି। ନିରାପତ୍ତାକୁ ଧ୍ୟାନରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଶୋର ଜଜ୍‌ ଅର୍ଚ୍ଚନା କହିଛନ୍ତି।

ଅର୍ଚ୍ଚନା ଆହୁରି କହିଛନ୍ତି, ମୁଁ ବୁଝିପାରୁ ନାହିଁ ନାଇଟ୍ କର୍ଫ୍ୟୁ ଲଗାଯିବା ସତ୍ତ୍ୱେ ଲୋକମାନେ ରାସ୍ତାରେ ବୁଲୁଛନ୍ତି। ସମସ୍ତ ପ୍ରୋଟୋକଲ୍ ଫଲୋ କରିବା ଆମର ଦାୟିତ୍ୱ। ଏପରିକି ଯେଉଁମାନେ ସମସ୍ତ ନିୟମାବଳୀ ଅନୁସରଣ କରୁଛନ୍ତି, ସେମାନେ ମଧ୍ୟ କରୋନାରେ ସଂକ୍ରମିତ ହେଉଛନ୍ତି। ଆମକୁ ସରକାରଙ୍କ ତରଫରୁ କୌଣସି ନିର୍ଦ୍ଦେଶ ମିଳିନାହିଁ, ତଥାପି ସତର୍କତା ଅବଲମ୍ବନ କରିବାକୁ ପଡିବ। ଯେହେତୁ ଦିଲ୍ଲୀ ବନ୍ଦ ହୋଇଯାଇଛି ଏବଂ ମୁମ୍ବାଇ ବିପଦରେ ରହିଛି। ତେଣୁ ସମସ୍ତେ କୋଭିଡ ନିୟମ ପାଳନ କରି ରହିବା ଉଚିତ।