ଦର୍ଶକଙ୍କୁ ମିଳିବନି ହସିବାର ଡୋଜ୍‌, ଅଫ ଏୟାର ହୋଇପାରେ‘ଦ କପିଲ ଶର୍ମା ଶୋ’ !

‘ ଦ କପିଲ ଶର୍ମା ଶୋ’ ଫ୍ୟାନ୍‌ କି ଆପଣ ? ତେବେ ଶନିବାର ଓ ରବିବାର ନିଶ୍ଚିତ ସବୁ କାମ ସାରି ଶୋ ଦେଖିବାକୁ ଟିମ ସାମ୍ନାରେ ବସିପଡୁଥିବେ। କିନ୍ତୁ ଏବେ ଆଉ ଆପଣଙ୍କୁ ଜଲଦି କାମ ସାରିବାକୁ ପଡିବ ନାହିଁ। ଖୁବଶୀଘ୍ର କପିଲ ଶର୍ମା ଅଫ ଏୟାର ହେବ ବୋଲି ଖବର ଆସିଛି। ତେବେ କ’ଣ ପାଇଁ କପିଲ ଶର୍ମା ଶୋ ବନ୍ଦ ହେବ ତାହାକୁ ନେଇ ଆସିଛି ବଡ ଖୁଲାସା।

‘ ଦ କାଶ୍ମୀର ଫାଇଲ୍ସ’ର ପ୍ରମୋସନକୁ ନେଇ ହୋଇଥିବା ବିବାଦ ପରେ ଟ୍ଵିଟରରେ ବଏକଟ୍‌ କପିଲ୍‌ ଶର୍ମା ଶୋ ଟ୍ରେଣ୍ଡ ହେଉଥିଲା। କିନ୍ତୁ କପିଲ ଶର୍ମା ଶୋ ବନ୍ଦ ହେବାର ପ୍ରକୃତ କାରଣ ଏହା ନୁହେଁ ବୋଲି ଜଣାପଡିଛି।

କପିଲ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ୟୁଏସ-କାନାଡା ଟୁର୍‌ ବିଷୟରେ ଘୋଷଣା କରାଯାଇଛି। ସେହି ପୋଷ୍ଟ ସେୟାର କରି ଲେଖିଛନ୍ତି, ‘ ୨୦୨୨ରେ ଆମେରିକା-କାନାଡା ଟୁର ବିଷୟରେ ଘୋଷଣା କରି ମୁଁ ବହୁତ ଖୁସି। ଖୁବଶୀଘ୍ର ଆପଣମାନଙ୍କୁ ଦେଖାହେବ। ଏହି ଟୁର ଜୁନ ୧୧ ରୁ ଆରମ୍ଭ ହୋଇ ଜୁଲାଇ ୩ ତାରିଖ ଯାଏ ଚାଲିବ।

କିନ୍ତୁ କପିଲ ଶର୍ମା ଶୋ ବନ୍ଦ ହେବା ନେଇ ଏପର୍ଯ୍ୟନ୍ତ କପିଲ କିଛି ବି ସ୍ପଷ୍ଟୋକ୍ତି କରିନାହାନ୍ତି। ମିଡିଆ ରିପୋର୍ଟସ ମୁତାବକ, ଶୋ ଜଲଦି ଅଫ ଏୟାର ହେବାର ରହିଛି। କମେଡି ଶୋରୁ ଏକ ଛୋଟ ବ୍ରେକ ନେଇ ବୋଧହୁଏ କପିଲ ଫିଲ୍ମ କରିବାରେ ବ୍ୟସ୍ତ ରହିବେ। ଆଉ କାମ ସରିବା ପରେ ପୁଣି କମେଡି ଶୋକୁ ଫେରିବେ କପିଲ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.