ମନୋରଂଜନ

ବନ୍ଦ ହେବାକୁ ଯାଉଛି ଦର୍ଶକଙ୍କ ପ୍ରିୟ ‘ଦ କପିଲ ଶର୍ମା ଶୋ’, ନୂଆ ସିଜନ୍‌ ସହିତ ମାରିବ ଏଣ୍ଟ୍ରି

କପିଲ ଶର୍ମାଙ୍କ କମେଡି ଶୋ’ ‘ଦ କପିଲ ଶର୍ମା ଶୋ’ ଦର୍ଶକମାନଙ୍କୁ ଭରପୂର ମନୋରଞ୍ଜନ କରିଥାଏ। ଶୋ’ରେ ବଲିଉଡ୍‌ ଏବଂ ଛୋଟ ପରଦାର ଅନେକ ସେଲିବ୍ରିଟି ଆସି ନିଜ ନିଜ ଫିଲ୍ମର ପ୍ରମୋଶନ କରିଥାଆନ୍ତି। କେବଳ ଦେଶ ନୁହେଁ, ଦୁନିଆସାରା ଦର୍ଶକ ଏହି ଶୋ’କୁ ବହୁତ ପସନ୍ଦ କରିଥାଆନ୍ତି। ଲକ୍‌ଡାଉନ ପରେ ଶୋ’ ପୁଣିଥରେ ଫ୍ୟାନ୍‌ମାନଙ୍କୁ ମନୋରଞ୍ଜନ କରୁଛି। କିନ୍ତୁ କପିଲ ଶର୍ମାଙ୍କ ପ୍ରଶଂସକମାନଙ୍କ ପାଇଁ ଏବେ ଏକ ମନ୍ଦ ଖବର ରହିଛି। ଶୋ’ର ଏହି ସିଜନ୍‌ ସରିବାକୁ ଯାଉଛି।

ରିପୋର୍ଟ ଅନୁସାରେ, ଏହି ସିଜନ୍‌ ଏବେ ଅଫ୍‌ ଏୟାର ହେବାକୁ ଯାଉଛି। ଶୋ’କୁ ନେଇ ବହୁତ ଜଲ୍‌ଦି ଅଫିସିଆଲ ଘୋଷଣା କରାଯାଇପାରେ। ଏହି ସିଜନ୍‌ ସରିବା ପରେ ଏହାର ଦ୍ୱିତୀୟ ସିଜନ୍‌ ମଧ୍ୟ ଅଣାଯିବ। କିନ୍ତୁ ସେ ପର୍ଯ୍ୟନ୍ତ ଫ୍ୟାନମାନଙ୍କୁ ଶୋ’ର ଫ୍ରେଶ ଏପିସୋଡସ୍‌ ପାଇଁ ଅପେକ୍ଷା କରିବାକୁ ପଡ଼ିବ। କହି ରଖୁଛୁ, ଶୋ’ରେ କପିଲ ଶର୍ମାଙ୍କ ବ୍ୟତୀତ ଭାରତୀ ସିଂ, କୀକୁ ଶାରଦା, କୃଷ୍ଣା ଅଭିଷେକ ଓ ଅର୍ଚ୍ଚନା ପୂରଣ ସିଂହ ନଜର ଆସିଥାଆନ୍ତି। ଲକ୍‌ଡାଉନ ପରଠୁ କପିଲ ଶର୍ମା ଶୋ’ ବିନା ଦର୍ଶକରେ ହିଁ କରାଯାଉଛି।

ରିପୋର୍ଟ ଅନୁସାରେ, ନିର୍ମାତା ଶୋ’କୁ ଏଇଠୁ ହିଁ ଶେଷ କରିଦେବାକୁ ଚାହୁଁଛନ୍ତି ଏବଂ ନୂଆ ସିଜନ୍‌ ସହିତ ଫେରିବାକୁ ଯୋଜନା କରୁଛନ୍ତି। ହେଲେ ଲୋକେ ଅନୁମାନ କରୁଛନ୍ତି କି, କପିଲ ଶର୍ମାଙ୍କ ଓ୍ଵାର୍କ କମିଟମେଣ୍ଟସ ଯୋଗୁ ଏମିତି ହେଉଛି। କିଛି ଦିନ ପୂର୍ବେ କପିଲ ଶର୍ମା ଘୋଷଣା କରିଥିଲେ କି, ସେ ଖୁବ୍‌ଶୀଘ୍ର ନେଟ୍‌ଫ୍ଲିକ୍ସ ଜରିଆରେ ନିଜର ଡିଜିଟାଲ ଡେବ୍ୟୁ କରିବାକୁ ଯାଉଛନ୍ତି। ସେ ଇନ୍‌ଷ୍ଟାଗ୍ରାମରେ ନିଜର ଭିଡିଓ ମଧ୍ୟ ଶେୟାର କରିଥିଲେ। କପିଲ କହିଥିଲେ କି, ଏହା ଏକ ଖୁସି ଖବର। ଉଡ଼ା ଖବର ଉପରେ ବିଶ୍ୱାସ କରନ୍ତୁ ନାହିଁ। ମୋତେ ବିଶ୍ୱାସ କରନ୍ତୁ। ମୁଁ ଖୁବ୍‌ଶୀଘ୍ର ନେଟଫ୍ଲିକ୍ସରେ ନଜର ଆସିବି।

Roshni

Recent Posts

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

7 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

22 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

32 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

43 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

1 hour ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

2 hours ago