ରିଲିଜ୍ ହେଲା ‘କନ୍ନପ୍ପା’ର ଜବରଦସ୍ତ ଟିଜର୍, ଶିବ ହୋଇ ବକ୍ସ ଅଫିସରେ ଧମାକା କରିବେ ଅକ୍ଷୟ କୁମାର

ବଢ଼ିବାରେ ଲାଗିଛି ପ୍ୟାନ୍ ଇଣ୍ଡିଆ ଫିଲ୍ମ କ୍ରେଜ୍ । ‘ବାହୁବଳୀ’, ‘କେଜିଏଫ୍’, ‘ପୁଷ୍ପା’ ଏବଂ ‘କଳକି’ର ସଫଳତା ପରେ ଲୋକଙ୍କ ମଧ୍ୟରେ ଏପରି ଫିଲ୍ମ ପ୍ରତି କ୍ରେଜ୍ ବଢ଼ିଛି । ଚଳିତ ବର୍ଷ ଆଉ ଏକ ପ୍ୟାନ୍ ଇଣ୍ଡିଆ ଫିଲ୍ମ ବକ୍ସ ଅଫିସରେ ରାଜ୍ କରିବାକୁ ପ୍ରସ୍ତୁତ ହେଉଛି । ଏହି ଫିଲ୍ମର ନାମ ‘କନ୍ନପ୍ପା’ । ଅନେକ ଭାଷାରେ ରିଲିଜ୍ ହେବାକୁ ଥିବା ଏହି ମଲ୍ଟିଷ୍ଟାରର ଫିଲ୍ମର ଟିଜର ରିଲିଜ୍ ହୋଇଛି ଏବଂ ଏହା ସହିତ ଏହାର ସମ୍ପୂର୍ଣ୍ଣ ଷ୍ଟାରକାଷ୍ଟ ମଧ୍ୟ ପ୍ରକାଶ ପାଇଛି । ଏହି ଜବରଦସ୍ତ ଟିଜରରେ ଫିଲ୍ମ ଇଣ୍ଡଷ୍ଟ୍ରିର ତିନି ଜଣ ବଡ଼ ସୁପରଷ୍ଟାର ଏକାଠି ନଜର ଆସିଛନ୍ତି ।

‘କନ୍ନପ୍ପା’ର ନିର୍ଦ୍ଦେଶନା ଦେଇଛନ୍ତି ମୁକେଶ କୁମାର । ଏହି ଟିଜର ପୌରାଣିକ ଜଗତ ମହିମାର ଏକ ଝଲକ ଦେଇଛି । ଏହି ଫିଲ୍ମରେ ବିଷ୍ଣୁ ମାଞ୍ଚୁ, ଅକ୍ଷୟ କୁମାର, ପ୍ରଭାସ, କାଜଲ ଅଗ୍ରୱାଲ ଏବଂ ମୋହନଲାଲ ଏକାଠି ନଜର ଆସିବେ । ଶନିବାର ଦିନ ଟିଜରଟି ରିଲିଜ୍ ହୋଇଥିଲା । ଏହି କ୍ଲିପ୍ ଥିନାଡୁ କାହାଣୀର ମହାକାବ୍ୟ ପୁନର୍କଥନର ଏକ ଝଲକ ପ୍ରଦାନ କରେ । ଏହି କାହାଣୀ ଜଣେ ନିର୍ଭୀକ ଯୋଦ୍ଧାକୁ ଦର୍ଶାଏ ଯିଏ ଭଗବାନ ଶିବଙ୍କର ଜଣେ ସମର୍ପିତ ଶିଷ୍ୟ ହେବା ପାଇଁ ଏକ ଗଭୀର ପରିବର୍ତ୍ତନ ଦେଇ ଗତି କରେ ।

ଗୋଟିଏ ମିନିଟରୁ ଅଧିକ ଲମ୍ବା ଟିଜରରେ ବିଷ୍ଣୁ ମାଞ୍ଚୁଙ୍କୁ ଜଣେ ନିର୍ଭୀକ ଯୋଦ୍ଧା ଥିନାଡୁ ଭୂମିକାରେ ଦର୍ଶାଯାଇଛି । ଯେତେବେଳେ ସେ ଯୁଦ୍ଧର କଠୋର ବାସ୍ତବତାର ସମ୍ମୁଖୀନ ହୁଅନ୍ତି ଏବଂ ତାଙ୍କ ସୈନିକମାନଙ୍କୁ ହରାଇଥାନ୍ତି ଯାହାପରେ ସେ ନିଜ ବିଶ୍ୱାସ ଉପରେ ପ୍ରଶ୍ନ ଉଠାଇବା ଆରମ୍ଭ କରିଛନ୍ତି । ଟିଜରରେ ଅକ୍ଷୟ କୁମାର ଭଗବାନ ଶିବ ଏବଂ କାଜଲ ଅଗ୍ରୱାଲ ଦେବୀ ପାର୍ବତୀ ଭୂମିକାରେ ଅଭିନୟ କରିଛନ୍ତି । ମୋହନଲାଲ କିରତା ଭାବରେ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ସେହିଭଳି ଟିଜରର ଶେଷ କିଛି ସେକେଣ୍ଡରେ ପ୍ରଭାସଙ୍କୁ ରୁଦ୍ର ଭାବରେ ଏଣ୍ଟ୍ରି କରୁଥିବାର ଦେଖିବାକୁ ମିଳିଛି । ଟିଜରରେ ଏକ ଚମତ୍କାର ବ୍ୟାକଗ୍ରାଉଣ୍ଡ ସ୍କୋର, ହାଇ-ଅକ୍ଟେନ୍ ଆକ୍ସନ୍ କୋରିଓଗ୍ରାଫି ଏବଂ ଦମଦାର ଡାଇଲଗ୍ସ ଅଛି । ‘କନ୍ନପ୍ପା’ ହେଉଛି ଏକ ପୌରାଣିକ ଡ୍ରାମା ଫିଲ୍ମ ଯାହା ଭଗବାନ ଶିବଙ୍କ ଭକ୍ତ କନ୍ନପ୍ପାଙ୍କ କାହାଣୀ ଦ୍ୱାରା ଅନୁପ୍ରାଣିତ । ଫିଲ୍ମରେ ବିଷ୍ଣୁ ମାଞ୍ଚୁ, ମୋହନଲାଲ ଏବଂ ପ୍ରଭାସ ମୁଖ୍ୟ ଭୂମିକାରେ ଅଛନ୍ତି । ଅକ୍ଷୟ କୁମାର ଭଗବାନ ଶିବଙ୍କ ଭୂମିକାରେ ଅଭିନୟ କରିବେ ଏବଂ କାଜଲ ଅଗ୍ରୱାଲ ଦେବୀ ପାର୍ବତୀଙ୍କ ଭୂମିକାରେ ଅଭିନୟ କରିବେ । ଏମ. ମୋହନ ବାବୁଙ୍କ ଦ୍ୱାରା ନିର୍ମିତ ଏହି ଫିଲ୍ମଟି ୨୦୨୪ ମସିହାରେ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହୋଇଥିଲା । ୨୫ ଏପ୍ରିଲ୍ ୨୦୨୫ରେ ଏହି ଫିଲ୍ମ ରିଲିଜ୍ ହେବାକୁ ଯାଉଛି ।

Also read: ସିଦ୍ଧାର୍ଥ ଏବଂ କିଆରାଙ୍କ ଘରକୁ ଆସିବେ କୁନି ଅତିଥି, ଖାସ୍ ଅନ୍ଦାଜରେ ଇନଷ୍ଟାଗ୍ରାମରେ ପୋଷ୍ଟ କଲେ ଫଟୋ