ଶିଳ୍ପା ସେଟ୍ଟିଙ୍କ ଏହି ରୂପ ପୂର୍ବରୁ କେବେ ବି ଦେଖି ନ ଥିବେ ଆପଣ, ଦେଖିଲେ ଥରି ଉଠିବ କଲିଜା, ଜାଣନ୍ତୁ କାହିଁକି ଏମିତି ହୋଇଗଲେ ଏହି ଅଭିନେତ୍ରୀ

ସୋସିଆଲ ମିଡିଆରେ ଏକ ଫଟୋ ଖୁବ୍‌ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣ ବିଶ୍ୱାସ ବି କରିପାରିବେନି ଯେ ଏହା କୌଣସି ସେଲିବ୍ରିଟିଙ୍କ ଫଟୋ। ଆପଣ ଭାବନାରେ ବୁଡ଼ି ଯିବେ କି, ଏତେ ଭୟଙ୍କର ଚେହେରା କାହାର? ବାସ୍ତବରେ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ଫଟୋ ହେଉଛି ବଲିଉଡ୍‌ର ଷ୍ଟାଇଲ ଡିଭା ଶିଳ୍ପା ସେଟ୍ଟି କୁନ୍ଦ୍ରାଙ୍କର।

ସେଲିବ୍ରିଟି ଫଟୋଗ୍ରାଫର ଭାଇରଲ ଭୟାନୀ ଏହି ଫଟୋକୁ ସେୟାର କରିଛନ୍ତି। ସେ ପୋଷ୍ଟ କରି ଲେଖିଛନ୍ତି କି, ‘ନିକଟରେ ହିଁ ତାଙ୍କ ଘରୁ ଫଟୋ ନିଆଯାଇଛି, ଅନୁମାନ କରନ୍ତୁ ଏ କିଏ?’ ତେବେ ଫଟୋ ସାମ୍ନାକୁ ଆସିବା ପରେ ଫ୍ୟାନମାନେ ମଧ୍ୟ ଅନୁମାନ କରିବାରେ ଲାଗି ପଡ଼ିଛନ୍ତି। ଫ୍ୟାନ୍‌ମାନଙ୍କ କମେଣ୍ଟ ମଝିରେ ଶିଳ୍ପାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ କମେଣ୍ଟ ଏବେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି। ରାଜ ଏହି ଫଟୋ ଉପରେ କମେଣ୍ଟ କରି ଲେଖିଛନ୍ତି, ‘ମୁଁ ଜାଣିଛି ଏ କିଏ’।

ରାଜଙ୍କର ଏହି କମେଣ୍ଟ ପରେ ଫ୍ୟାନମାନେ କମେଣ୍ଟ ଉପରେ କମେଣ୍ଟ ବର୍ଷା କରିଛନ୍ତି। ସେମାନେ ଏବେ ଅନୁମାନ କରି ପାରିଛନ୍ତି କି, ଏହି ଭୟଙ୍କର ଚେହେରା ପଛରେ ଆଉ କେହି ନୁହଁନ୍ତି, ବରଂ ଶିଳ୍ପା ସେଟ୍ଟି ହିଁ ଅଛନ୍ତି। ଶିଳ୍ପା ସେଟ୍ଟି ‘ସୁପର ଡ୍ୟାନ୍ସର ୪’ ସେଟ୍‌ରୁ ହିଁ ଏହି ଫଟୋ ଦେଇଛନ୍ତି ଏବଂ ସମସ୍ତଙ୍କୁ ଖୁବ୍‌ ଡରାଇଛନ୍ତି। ଏହି ଡ୍ୟାନ୍ସ ରିୟାଲିଟି ଶୋ’ର ଆଗାମୀ ଏପିସୋଡରେ ଶିଳ୍ପାଙ୍କର ଏମିତି ରୂପ ଆପଣଙ୍କୁ ଦେଖିବାକୁ ମିଳିବ।

 

View this post on Instagram

 

A post shared by Viral Bhayani (@viralbhayani)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.