ବଦଳିଲା ‘ଦ ସାବରମତି ରିପୋର୍ଟ ’ ଫିଲ୍ମର ରିଲିଜ୍ ତାରିଖ

‘ ଦ ସାବରମତି ରିପୋର୍ଟ ’ ଫିଲ୍ମକୁ ଆଉ ଏକ ନୂଆ ରିଲିଜ୍ ତାରିଖ ମିଳିଛି । ୨୭ ଫେବୃଆରୀ ୨୦୦୨ରେ ଗୁଜୁରାଟର ସାବରମତି ଏକ୍ସପ୍ରେସରେ ହୋଇଥିବା ଅଗ୍ନିକାଣ୍ଡ ଉପରେ ଆଧାରିତ ହେଉଛି ଏହି ଫିଲ୍ମର ଷ୍ଟୋରୀ । ବିକ୍ରାନ୍ତ ମାସେଙ୍କର ଏହି ସିନେମାଟି ଅଗଷ୍ଟ ୨, ୨୦୨୪ରେ ରିଲିଜ୍ ହେବାର ପ୍ଲାନିଙ୍ଗ ଥିଲା, କିନ୍ତୁ ପୁଣି ଥରେ ଫିଲ୍ମର ରିଲିଜ୍ ତାରିଖ ବଦଳାଇ ଦିଆଯାଇଛି । ସତ ଘଟଣା ଉପରେ ଆଧାରିତ ଏହି ଫିଲ୍ମଟି ରିଲିଜ୍ ହେବା ପୂର୍ବରୁ ଚର୍ଚ୍ଚାରେ ରହିଆସିଛି । ଏବେ ‘12th fail ’ ଫିଲ୍ମ ପରେ ବିକ୍ରାନ୍ତ ମାସେ ‘ ଦ ସାବରମତି ରିପୋର୍ଟ ’ରେ ନଜର ଆସିବାକୁ ଯାଉଛନ୍ତି, ଏହାକୁ ନେଇ ତାଙ୍କ ଫ୍ୟାନ୍ସମାନଙ୍କ ଭିତରେ ଖୁବ୍ ଉତ୍ସାହ ଦେଖିବାକୁ ମିଳୁଛି ।
ସୂଚନା ଅନୁସାରେ ‘ ଦ ସାବରମତି ରିପୋର୍ଟ ’ ଅଗଷ୍ଟ ୨, ୨୦୨୪ ବଦଳରେ ଏବେ ୧୫ ନଭେମ୍ବର ୨୦୨୪ରେ ରିଲିଜ୍ ହେବାକୁ ଯାଉଛି । ରାଶି ଖାନ୍ନା ପ୍ରଥମ ଥର ପାଇଁ ଏହି ଫିଲ୍ମରେ ବିକ୍ରାନ୍ତ ମାସେଙ୍କ ସହ ଦେଖିବାକୁ ମିଳିବେ । ଏହା ସହ ରିଦ୍ଧି ଡୋଗରା ମଧ୍ୟ ଏହି ସିନେମାରେ ମୁଖ୍ୟଭୂମିକାରେ ନଜର ଆସିବେ । ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ରଞ୍ଜନ ଚନ୍ଦେଲ । ଶୋଭା କପୁର, ଏକତା କପୁର ଅମୁଲ ଭି ମୋହନ ଓ ଅନସୁଲ ମୋହନ ଏହି ଫିଲ୍ମର ସହ ନିର୍ମାତା ଅଛନ୍ତି ।