ଜଲ୍‌ଦି ଆସୁଛି ‘ଦ କାଶ୍ମୀର ଫାଇଲ୍ସ’ର ଦ୍ୱିତୀୟ ଭାଗ; ନିର୍ଦ୍ଦେଶକ ଜଣାଇ ଦେଲେ ତାରିଖ, ଜାଣନ୍ତୁ କେବେ ହେବ ରିଲିଜ୍‌

ଚଳିତ ବର୍ଷ ଆସିଥିବା ‘ଦ କାଶ୍ମୀର ଫାଇଲ୍ସ’ ଅନେକ ଲୋକଙ୍କୁ ସ୍ତବ୍ଧ କରି ଦେଇଥିଲା। କାଶ୍ମୀର ପଣ୍ଡିତମାନଙ୍କ ଯନ୍ତ୍ରଣା ଦେଖି ଲୋକେ ସିନେମା ହଲ୍‌ରେ ହିଁ କାନ୍ଦି ପକାଇଥିଲେ। ଲୋକମାନେ ଏହି ଫିଲ୍ମକୁ ଏତେ ମାତ୍ରାରେ ପସନ୍ଦ କରିଥିଲେ ଯେ ବହୁତ କମ୍‌ ବଜେଟ୍‌ରେ ପ୍ରସ୍ତୁତ ହୋଇଥିବା ଫିଲ୍ମ ଖୁବ୍‌ ସଫଳତା ହାସଲ କରିଥିଲା। ଯଦି ଆପଣ ବି ଏହି ଫିଲ୍ମ ଦେଖିଛନ୍ତି ଏବଂ ଏହାର ଦ୍ୱିତୀୟ ଭାଗକୁ ଏବେ ଅପେକ୍ଷା କରିଛନ୍ତି, ତା’ ହେଲେ ଆମେ ଆପଣଙ୍କ ପାଇଁ ଖୁସି ଖବର ନେଇ ଆସିଛୁ। ବହୁତ ଜଲ୍‌ଦି ଏହି ଫିଲ୍ମର ଦ୍ୱିତୀୟ ଭାଗ ସାମ୍ନାକୁ ଆସିବାକୁ ଯାଉଛି। ଫିଲ୍ମର ଦ୍ୱିତୀୟ ଭାଗକୁ ନେଇ ନିର୍ଦ୍ଦେଶକ ଏବେ ନିଜର ଜବାବ ରଖିଛନ୍ତି, ଯାହା ବିଷୟରେ ଜାଣି ସିନେମା ପ୍ରେମୀମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି।

ବିବେକ ଅଗ୍ନିହୋତ୍ରୀଙ୍କ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’ ଚଳିତ ବର୍ଷ ବକ୍ସ ଅଫିସ୍‌ରେ ବ୍ଲକ୍‌ବଷ୍ଟର ପ୍ରମାଣିତ ହୋଇଥିଲା। ପାଖାପାଖି ୧୫ କୋଟି ବଜେଟ୍‌ରେ ତିଆରି ହୋଇଥିବା ଏହି ଫିଲ୍ମ ୩୪୦ କୋଟି ଟଙ୍କା କେବଳ ସିନେମାଘରୁ ହିଁ କମାଇ ନେଇଥିଲା। ଏହି ଫିଲ୍ମରେ କାଶ୍ମୀର ପଣ୍ଡିତମାନଙ୍କ ଉପରେ ହୋଇଥିବା ଅତ୍ୟାଚାର କାହାଣୀକୁ ବ୍ୟାଖ୍ୟା କରାଯାଇଥିଲା, ଯାହାକି ସମସ୍ତଙ୍କୁ ଆଚମ୍ବିତ କରି ଦେଇଥିଲା। ସେବେଠାରୁ ଏହି ପ୍ରଶ୍ନ ପଚରାଯାଇ ଆସୁଛି କି, ଫିଲ୍ମର ଦ୍ୱିତୀୟ ଭାଗ କେବେ ଆସିବ?

ଜଣେ ୟୁଜର ପଚାରିଥିଲେ ପ୍ରଶ୍ନ

ଜଣେ ୟୁଜର ନିକଟରେ କାଶ୍ମୀର ପଣ୍ଡିତମାନଙ୍କ ଉପରେ ଆଜି ବି ହେଉଥିବା ଅତ୍ୟାଚାରର ଏକ ଭିଡିଓ ସେୟାର କରିଥିଲେ। ସେ ଲେଖିଥିଲେ, ‘ଘାଟିରେ ଲଗାତାର ଭାବେ କାଶ୍ମୀର ପଣ୍ଡିତମାନଙ୍କ ହତ୍ୟା ହେଉଛି, କିନ୍ତୁ ନିଜକୁ ହିନ୍ଦୁମାନଙ୍କ ଠିକାଦାର ବୋଲି କହୁଥିବା ସରକାର ଶୋଇ ପଡ଼ିଛନ୍ତି। ଲଗାତାର ହତ୍ୟା, ଅତ୍ୟାଚାରରୁ ତାଙ୍କୁ କୌଣସି ଫରକ୍‌ ପଡ଼ୁନାହିଁ। ସ୍ଥିତି ବହୁତ ଖରାପ ରହିଛି। କାଶ୍ମୀର ପଣ୍ଡିତମାନେ ୯୦ ଦଶକର ସେହି ସଙ୍କଟ ଦେଇ ଗତି କରୁଛନ୍ତି’।

ଏହି ବର୍ଷ ରିଲିଜ୍‌ ହେବ ଫିଲ୍ମ

ଏହି ଟ୍ଵିଟ୍‌କୁ ରିଟ୍ଵିଟ୍‌ କରି ଶ୍ରେୟାଂଶ ତ୍ରିପାଠୀ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କୁ ଟ୍ୟାଗ୍‌ କରିଥିଲେ ଏବଂ ପଚାରିଥିଲେ, ‘ବିବେକ ଅଗ୍ନିହୋତ୍ରୀ ଏହା ଉପରେ ଏକ କାଶ୍ମୀର ଫାଇଲ୍ସ ତିଆରି କରି ପାରିବେ କି’? ଏହାପରେ ବିବେକ ଅଗ୍ନିହୋତ୍ରୀ ଟ୍ଵିଟ୍‌ର ଉତ୍ତର ଦେଇଥିଲେ। ଏହି ଖବର ଶୁଣି ଲୋକଙ୍କ ମୁହଁରେ ହସ ଫୁଟି ଯାଇଥିଲା। ବିବେକ ଅଗ୍ନିହୋତ୍ରୀ ଲେଖିଥିଲେ କି, ‘ହଁ, କାମ ଚାଲୁ ରହିଛି। ୨୦୨୩ର ମଧ୍ୟ ଭାଗ ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ’।

କହି ରଖୁଛୁ, ‘ଦ କାଶ୍ମୀର ଫାଇଲ୍ସ’ର ଅପାର ସଫଳତା ପରେ ଫିଲ୍ମ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ବଡ଼ ଘୋଷଣା କରିଥିଲେ। ଏକ ଫିଲ୍ମ ଉତ୍ସବରେ ପହଞ୍ଚି ବିବେକ ଅଗ୍ନିହୋତ୍ରୀ ବିଦ୍ୟାର୍ଥୀମାନଙ୍କୁ ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଥିଲେ। ସେ କହିଥିଲେ କି, ବିଶ୍ୱବିଦ୍ୟାଳୟରେ ଫିଲ୍ମ ପାଠ୍ୟକ୍ରମ ଅଧ୍ୟୟନ ଲାଗି ୫ ଜଣ ବିଦ୍ୟାର୍ଥୀଙ୍କୁ ୫୦ ହଜାର ଟଙ୍କା ଲେଖାଏ ସ୍କଲାରଶିପ୍‌ ଦିଆଯିବ। ମୋଟ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.